Home Top News ରାଗିଗଲେ, ଲକ୍ଷ ଲକ୍ଷ ଟଙ୍କା ଉଡ଼ାଇଲେ ଭିକାରୀ ! ଲୋକଙ୍କ ଉଡ଼ିଲା ହୋସ – ଦେଖନ୍ତୁ...

ରାଗିଗଲେ, ଲକ୍ଷ ଲକ୍ଷ ଟଙ୍କା ଉଡ଼ାଇଲେ ଭିକାରୀ ! ଲୋକଙ୍କ ଉଡ଼ିଲା ହୋସ – ଦେଖନ୍ତୁ ଭିଡ଼ିଓ

120

ମଧ୍ୟପ୍ରଦେଶ ୧୫-୧୨ (ଓଡ଼ିଆ ପୁଅ) : ମଧ୍ୟପ୍ରଦେଶର ଉଜୈନ ଠାରୁ ୫୫ କିଲୋମିଟର ଦୂରରେ ଥିବା ନାଗଡା ରେଳ ଷ୍ଟେସନର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ, ଜଣେ ଭିକାରୀ ରେଳ ଷ୍ଟେସନରେ ନୋଟ୍ ଉଡାଉଥିବା ନଜର ଆସିଛନ୍ତି। ପ୍ଲାଟଫର୍ମରେ ଗଦା ଗଦା ନୋଟ ପଡ଼ିଥିବା ଦେଖାଯାଇଥିଲା। ଯାହାକୁ ଦେଖି ଲୋକମାନଙ୍କର ହୋସ ଉଡ଼ି ଯାଇଥିଲା। ବୃଦ୍ଧ ଜଣକ ପ୍ରଥମେ ୫୦ ଟଙ୍କିଆ ନୋଟ୍ ଉଡ଼ାଇଲେ, ତା’ପରେ ଶହ ଶହ ଟଙ୍କାର ବଣ୍ଡଲ୍ ଉଡାଇଲେ। ଏହା ସହିତ, ତାଙ୍କ ପାଖରେ ଥିବା କିଛି ସମ୍ପତ୍ତିର କାଗଜପତ୍ର ମଧ୍ୟ ଉଡ଼ାଇଥିଲେ।

ତେବେ ଉଜୈନ ଠାରୁ ୫୫ କିଲୋମିଟର ଦୂରରେ ଥିବା ନାଗଡା ରେଳ ଷ୍ଟେସନରେ ନାଗଡା ରେଳ ଷ୍ଟେସନରେ ଜଣେ ଭିକାରୀ ନୋଟ୍ ବର୍ଷା କଲାବେଳେ ଯାତ୍ରୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପ୍ଲାଟଫର୍ମ ନମ୍ବର ୧ରେ ଦେଖୁ ଦେଖୁ ଶହେ, ପଚାଶ ସହିତ ୧୦ ଏବଂ ୨୦ ଟଙ୍କିଆ ନୋଟ୍ ଗଦା ହୋଇଗଲା। ଯଦିଓ ଲୋକମାନେ ଠିଆ ହୋଇ ଏହାକୁ ଦେଖୁଥିଲେ, କୌଣସି ଲୋକ କିନ୍ତୁ ବୃଦ୍ଧ ଭିକାରୀଙ୍କ ଟଙ୍କାକୁ ଛୁଇଁଲେ ନାହିଁ। ଯେଉଁଥି ପାଇଁ ପ୍ଲାଟଫର୍ମରେ ନୋଟ୍ ଗଦା ହୋଇରହିଥିଲା। ନାଗଡା ରେଳ ଷ୍ଟେସନରୁ ସୁଟିଂ ହୋଇଥିବା ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି।

ଜଣେ ଯାତ୍ରୀ କହିଛନ୍ତି ଯେ, ସମ୍ଭବତଃ ବୃଦ୍ଧ କେହି କିଛି କହିଦେଲା, ସେ ରାଗିଗଲା ଏବଂ ପ୍ଲାଟଫର୍ମରେ ତାଙ୍କ ପାଖରେ ରଖାଯାଇଥିବା ଟଙ୍କା ନୋଟର ବଣ୍ଡଲ୍ ଉଡ଼ାଇବା ଆରମ୍ଭ କଲେ। ଏହା ପରେ, GRPକୁ ସୂଚନା ଦେବା ପରେ ପୋଲିସ ବୃଦ୍ଧଙ୍କ ନୋଟ ସଂଗ୍ରହ କରି ଟ୍ରେନରେ ବସାଇ ତାଙ୍କର ଗନ୍ତବ୍ୟ ସ୍ଥଳକୁ ଛାଡ଼ି ଦେଇଥିଲେ। କିନ୍ତୁ ଏହି ପୁରା ଘଟଣାର ଭିଡିଓ ଭାଇରାଲ ହେବା ପରେ ଏହାକୁ ସାରା ଦେଶରେ ଆଲୋଚନା ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.