Home ଜିଲ୍ଲା ପରିକ୍ରମା ସଙ୍କଟରେ ଡାକବାଜି ଯନ୍ତ୍ରର ମାଲିକ, ଗଣେଶ ପୂଜା ସମୟରେ ଅନୁମତି ନ ଆଣିଲେ ସିଜ କରାଯିବ...

ସଙ୍କଟରେ ଡାକବାଜି ଯନ୍ତ୍ରର ମାଲିକ, ଗଣେଶ ପୂଜା ସମୟରେ ଅନୁମତି ନ ଆଣିଲେ ସିଜ କରାଯିବ ବୋଲି ପ୍ରଶାସନର ଧମକ

34

ଭଦ୍ରକ, ୨୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆସନ୍ତା ୩୧ତାରିଖ ଦିନ ସାରା ଭାରତ ବର୍ଷରେ ମହା ବିନାୟକଙ୍କ ପୂଜା ପଡୁଥିବା ସମୟରେ ଏହି ସମୟକୁ ସମସ୍ତେ ଚାତକର ସହ ଅନାଇ ରହିଥାନ୍ତି। ଛାତ୍ରଛାତ୍ରୀ ମାନେ ଭକ୍ତିର ସହ ଏହି ପୂଜା କରୁଥିବା ବେଳେ ଅଂଚଳରେ ଥିବା ଡାକବାଜି ଯନ୍ତ୍ରର ମାଲିକ ମାନେ ମଧ୍ୟ ଏହି ପୂଜା ପାର୍ବଣକୁ ଚାତକ ଭଳି ଅନାଇ ରହିଥାନ୍ତି।ଏହି ବିଦ୍ୟାଦାତାଙ୍କ ପୂଜା ସମୟରେ ଡାକବାଜି ଯନ୍ତ୍ରର ମାଲିକ ମାନେ ବହୁ ଶିକ୍ଷାନୁଷ୍ଠାନ, କ୍ଲବ ଏବଂ ବେସରକାରୀ ଅନୁଷ୍ଠାନସହ ଜଡିତ ହୋଇ ନିଜର ବ୍ୟବସାୟ କରି ପରିବାର ପ୍ରତିପୋଷଣ କରିଥାନ୍ତି। ଗତ ୨ବର୍ଷ ହେବ କରୋନା ସମୟରେ ଏହି ଡାକବାଜି ଯନ୍ତ୍ରର ମାଲିକ ମାନେ ନିଜ ଘରେ ବସି ବସି ସମୟ ଅତିବାହିତ କରୁଥିବା ବେଳେ ଚଳିତ ଗଣେଶ ପୂଜା ସମୟରେ କିଛି ଆୟହେବ ବୋଲି ଯୋଜନା କରିଥିଲେ। ମାତ୍ର ପୁଲିସ ପ୍ରଶାସନ ଅଂଚଳରେ ଥିବା ସମସ୍ତ ଡାକବାଜି ଯନ୍ତ୍ରର ମାଲିକ ମାନଙ୍କୁ ତାଗିଦ କରି ପୁଲିସ ପାଖରୁ ଅନୁମତି ନ ଆଣିଲେ କୌଣସି ପରିସ୍ଥିତିରେ ଡାକବାଜି ଯନ୍ତ୍ର ବଜାଇ ପାରିବେ ନାହିଁ ବୋଲି କଡା ଚେତାବନୀ ଦେଇଛନ୍ତି। ଅନ୍ୟ ପକ୍ଷରେ ଲିଖିତ ନିର୍ଦେଶ ପାଇବା ପାଇଁ ପୁଲିସ ପ୍ରଶାସନ ଲିଖିତ ଭାବେ ଯେତିକି ଦାବି କରେ ଅଲିଖିତ ଭାବେ ସେମାନଙ୍କ ଠାରୁ ବହୁଗୁଣରେ ଚାନ୍ଦା ଦାବି କରୁଛି ବୋଲି ଡାକବାଜି ଯନ୍ତ୍ରର ମାଲିକ ମାନେ ଅଭିଯୋଗ ଆଣିଛନ୍ତି। ଅନ୍ୟ ପକ୍ଷରେ ଏହି ମାଲିକ ମାନେ ପୁଲିସ ପ୍ରଶାସନକୁ ଲିଖିତ ଚାନ୍ଦା ଏବଂ ଅଲିଖିତ ଚାନ୍ଦା ଦେବା ପରେ ସେହି ଟଙ୍କା ବିଭିନ୍ନ ଅନୁଷ୍ଠାନ ପାଖରୁ ମୋଟା ଅଙ୍କରେ ପ୍ରାପ୍ୟ ନ ମିଳିଲେ ସେମାନେ ଡାକବାଜିଯନ୍ତ୍ର ଭଡାରେ ଦେବେ ନାହିଁ ବୋଲି ମଧ୍ୟ ଚେତାବନୀ ଦେଲେଣି। କେଉଁ ପରିସ୍ଥିତିରେ ଛୋଟ ଛୋଟ ଅନୁଷ୍ଠାନ କେଉଁଠୁ ମୋଟା ଅଙ୍କରେ ଟଙ୍କା ଆଣି ଅତ୍ୟଧିକ ବ୍ୟୟ କରି ଡାକବାଜି ଯନ୍ତ୍ର ଭଡାରେ ନେଇ ମହାସମାରୋହରେ ଏହି ପବିତ୍ର ଗଣେଶ ପୂଜା ପାଳନ କରିବେ ତାହା ଚର୍ଚା ର କେନ୍ଦ୍ରବିନ୍ଦୁ ପାଲଟିଛି। ତୁରନ୍ତ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଅଂଚଳବାସୀ ଦାବି ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.