Home ଜିଲ୍ଲା ପରିକ୍ରମା ସାହିତ୍ୟିକ ୰ ପ୍ରଫୁଲ୍ଲ ପଣ୍ଡାଙ୍କୁ ଗାନ୍ଧୀ ବାଳାଶ୍ରମରେ ଶ୍ରଦ୍ଧାଞ୍ଜଳି

ସାହିତ୍ୟିକ ୰ ପ୍ରଫୁଲ୍ଲ ପଣ୍ଡାଙ୍କୁ ଗାନ୍ଧୀ ବାଳାଶ୍ରମରେ ଶ୍ରଦ୍ଧାଞ୍ଜଳି

23

ଭଦ୍ରକ, ୨୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶିଷ୍ଟ ସାରସ୍ୱତ ସାଧକ, ନାଟ୍ୟ ଗବେଷକ, କଳାତୀର୍ଥର ପ୍ରଦୀପ ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡାଙ୍କ ସାର୍ଥକ ଉତରାଧିକାରୀ ପ୍ରଫୁଲ୍ଲ କୁମାର ପଣ୍ଡାଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ଗାନ୍ଧୀ ଓଡ଼ିଶା ବାଳାଶ୍ରମ ଠାରେ ସମାରୋହରେ ପାଳିତ ହୋଇଯାଇଛି। ବାଳାଶ୍ରମର ସମ୍ପାଦକ ଅଶୋକ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ମୃତି ସଭାରେ ତ୍ୟାଗଭୂମିର ସଭାପତି ସମାଜସେବୀ ଅଜୟ ନାୟକ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଦେବେନ୍ଦ୍ର ପୁହାଣ, ଆଡ୍‌ଭୋକେଟ୍ ମନୋରଞ୍ଜନ ମହାନ୍ତି, ସଙ୍ଗୀତଜ୍ଞ ମନୋଜ ପଣ୍ଡା, ଅଧୀକ୍ଷକ ହୃଷିକେଶ ମହାନ୍ତି ଓ ବର୍ଷିୟାନ୍ ସାମ୍ବାଦିକ ପରମାନନ୍ଦ ଦାସ ପ୍ରମୁଖ ଯୋଗଦେଇ ଦିବଂଗତ ପ୍ରଫୁଲ୍ଲ ପଣ୍ଡାଙ୍କ ସାହିତ୍ୟ ଓ କଳା କ୍ଷେତ୍ରରେ ଅତୁଳନୀୟ ଅବଦାନ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ସ୍ୱର୍ଗତ ପଣ୍ଡା ଏକାଧାରାରେ ଜଣେ ସୁସାହିତ୍ୟିକ, ନାଟ୍ୟ ଗବେଷକ, ସୁବକ୍ତା, ସମୀକ୍ଷକ ଓ ଅହଂକାର ଶୂନ୍ୟ ମଣିଷ ଭାବରେ ଜନମାନସପଟରେ ସବୁଦିନ ସ୍ମରଣୀୟ ହୋଇ ରହିବେ ବୋଲି ବକ୍ତାମାନେ କହିଥିଲେ। ପ୍ରାରମ୍ଭରେ ବାଳାଶ୍ରମର ସମ୍ପାଦକ ଅଶୋକ କୁମାର ଦାସ ସ୍ୱର୍ଗତ ପଣ୍ଡାଙ୍କ ସହ ଗାନ୍ଧୀ ବାଳାଶ୍ରମର ନିବିଡ଼ ସମ୍ପର୍କ ବିଷୟରେ ଆଲୋକପାତ କରିଥିଲେ। ସଙ୍ଗୀତ ଗୁରୁ ରାମନାରାୟଣ ପଣ୍ଡାଙ୍କ ନିର୍ଦ୍ଦେଶନାରେ ବାଳାଶ୍ରମର ଅନ୍ତେବାସୀମାନେ ସ୍ମୃତି ସଙ୍ଗୀତ ପରିବେଷଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.