Home ଜିଲ୍ଲା ପରିକ୍ରମା କରଞ୍ଜମାଳ ପଂଚାୟତରେ ମୋ ସ୍କୁଲ ଅଭିଯାନରେ ଅନିୟମିତତା, ବାଲି ବଦଳରେ ମାଟି ପକାଇଲେ ଠିକାଦାର, ଅଭିଯୋଗ...

କରଞ୍ଜମାଳ ପଂଚାୟତରେ ମୋ ସ୍କୁଲ ଅଭିଯାନରେ ଅନିୟମିତତା, ବାଲି ବଦଳରେ ମାଟି ପକାଇଲେ ଠିକାଦାର, ଅଭିଯୋଗ ଆଣିବାରୁ ଠିକାଦାରଙ୍କ ନାଲି ଆଖି

19

ଭଦ୍ରକ, ୨୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରା ନିକଟସ୍ଥ କରଞ୍ଜମାଳ ପଂଚାୟତରେ ଥିବା ନିଗମାନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟରେ ମୋସ୍କୁଲ ଅଭିଯାନରେ ଅନିୟମିତା ହେଉଥିବା ଅଭିଯୋଗ ହୋଇଛି। ପ୍ରାପ୍ତ ଖବରରୁ ଜଣାଯାଇଛି ଏହି ବିଦ୍ୟାଳୟ ପାଇଁ ୫ଟିରେ ୩୮ଲକ୍ଷ ଟଙ୍କା ଅନୁଦାନ ଆସିଥିବା ବେଳେ ମୋସ୍କୁଲ ଅଭିଯାନରେ ୫୮ଲକ୍ଷ ଟଙ୍କା ର କାର୍ଯ୍ୟଦେଶ ହୋଇଛି। ମୋସ୍କୁଲ ଅଭିଯାନରେ କାର୍ଯ୍ୟ ଚାଲିଥିବା ବେଳେ ବିଦ୍ୟାଳୟ ସମ୍ମୁଖରେ ପାଣି ଜମି ରହୁଥିବାରୁ ଛାତ୍ରାଛାତ୍ରୀ ବିଦ୍ୟାଳୟକୁ ଯାତାୟତ କରିବାରେ ଅସୁବିଧା ହେଉଥିଲା। ବିଦ୍ୟାଳୟ ପରିଚାଳନା କମିଟି ସଂପୃକ୍ତ ଠିକାଦାରଙ୍କୁ ବର୍ଷା ଦିନରେ ଏହି ଖାଲୁଆ ଥିବା ସ୍ଥାନକୁ ପୋତିବା ପାଇଁ କହିଥିଲେ। ମାତ୍ର ସଂପୃକ୍ତ ଠିକାଦାର ଏହି ସ୍ଥାନକୁ ବାଲି ବଦଳରେ ପଙ୍କୁଆ ମାଟି ଆଣି ବିଦ୍ୟାଳୟ ବନ୍ଦ ଥିବା ସମୟରେ ପୋତିଥିଲେ। କେଉଁ ପରିସ୍ଥିତିରେ ବାଲି ବଦଳରେ ପଙ୍କ ଆଣି ପୋତିଛନ୍ତି ବୋଲି ସଂପୃକ୍ତ ବିଦ୍ୟାଳୟ ପରିଚାଳନା କମିଟି ର ସଂପାଦକ ଏବଂ ସଭ୍ୟ ସଂପୃକ୍ତ ଠିକାଦାରଙ୍କୁ ପ୍ରଶ୍ନ କରିଥିଲେ। ଏଥିରେ ଉଉକ୍ଷିପ୍ତ ହୋଇ ସଂପୃକ୍ତ ଠିକାଦାର ବିଦ୍ୟାଳୟ ପରିଚାଳନା କମିଟିର ସଂପାଦକ ଏବଂ ସଭ୍ୟ ମାନଙ୍କୁ ସେମାନଙ୍କ ଆଧାରକାର୍ଡ ହ୍ୱାଟସଆପରେ ପଠାଅ ମୁଁ ଦେଖିବି ତୁମେ ମୋର କଣ କରିବ ବୋଲି କହିଥିଲେ। ପରେ ସଂପୃକ୍ତ ପରିଚାଳନା କମିଟି ଏବଂ ନିଗମାନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚାନ୍ଦବାଲି ବିଡିଓ ଏବଂ କରଞମାଳ ପଂଚାୟତ ଦାୟିତ୍ୱରେ ଥିବା କନିଷ୍ଠଯନ୍ତ୍ରୀ ଅଭୟ ଜେନାଙ୍କୁ ଯୋଗାଯୋଗ କରି ଏହି ଅନିୟମିତତା ବିଷୟରେ ଅଭିଯୋଗ କରିଥିଲେ।

ଆଜି ସଂପୃକ୍ତ କନିଷ୍ଠଯନ୍ତ୍ରୀ ଅଭୟ ଜେନା ଆସି ବିଦ୍ୟାଳୟରେ ଚାଲିଥିବା ମୋସ୍କୁଲ ଅଭିଯାନ କାର୍ଯ୍ୟ ଠିକ ହୋଇନାହିଁ ବୋଲି ବିଦ୍ୟାଳୟ ପରିଚାଳନା କମିଟି ଏବଂ ବିଦ୍ୟାଳୟର ଶିକ୍ଷକ ମାନଙ୍କୁ କହିଥିଲେ, ପରେ ସଂପୃକ୍ତ ଠିକାଦାରଙ୍କୁ ବିଦ୍ୟାଳୟ ସମ୍ମୁଖରେ ପଡିଥିବା ପଙ୍କୁଆ ମାଟିକୁ ଉଠାଇ ନେଇ ଫିଲିଂ ବାଲି ପକାଇବାକୁ କହିଥିଲେ। କନିଷ୍ଠଯନ୍ତ୍ରୀଙ୍କ ନିର୍ଦେଶ ପରେ ସଂପୃକ୍ତ ଠିକାଦାର ୩୦ଟ୍ରିପ ପଙ୍କୁଆ ମାଟି ନେଇ କଣ କରିବେ ଅଥବା ସେହି ପଙ୍କୁଆ ମାଟି ଉପରେ ବାଲି ପକାଇ ଫିଲିଂ କରିବେ ତାହା ଚର୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଅନ୍ୟ ପକ୍ଷରେ ସଂପୃକ୍ତ କନିଷ୍ଠଯନ୍ତ୍ରୀଙ୍କୁ ବିଦ୍ୟାଳୟ ଆଗରେ କେତେ ଟ୍ରିପ ମାଟି ପଡିଛି ବୋଲି ପଚାରିବାରୁ ସେ ତାଙ୍କ ଉତରରେ ଠିକାଦାରଙ୍କୁ ସପୋର୍ଟ କରି ୫ଟ୍ରିପ ମାଟି ପଡିଛି ବୋଲି କହିଥିଲେ। କେଉଁ ପରିସ୍ଥିତିରେ ବିଭାଗୀୟ କନିଷ୍ଠଯନ୍ତ୍ରୀ ସଂପୃକ୍ତ ଠିକାଦାରଙ୍କୁ ଘଂଟ ଘୋଡାଇ ଚାଲିଛନ୍ତି ତାହା ମଧ୍ୟ ଚର୍ଚା ଚାଲିଛି। ଗୋଟିଏ ପଟରେ ବିଦ୍ୟାଳୟ ଆଗରେ ୩୦ ଟ୍ରିପ ପଙ୍କ ପଡିଥିବା କଥା ବିଦ୍ୟାଳୟ ପରିଚାଳନା କମିଟ ଏବଂ ବିଦ୍ୟାଳୟର ପ୍ରଧାନଶିକ୍ଷକ କହୁଥିବା ବେଳେ କନିଷ୍ଠଯନ୍ତ୍ରୀ ୫ଟ୍ରିପକଥା କହି କଥା ଏଡାଇ ଗଲେ ଏଥିପ୍ରତି କର୍ତୁପକ୍ଷ ଦୃଷ୍ଟି ଦେବା ସହ ଜିଲ୍ଲାପାଳ ଦୃଷ୍ଟିଦେବାକୁ ଦାବି ହେବା ସହ ପଙ୍କ ବଦଳରେ ବାଲି ଫିଲିଂ କରି ମୋସ୍କୁଲ ଅଭିଯାନରେ ଥିବା ୫୮ଲକ୍ଷ ଟଙ୍କାର କାର୍ଯ୍ୟ ଠିକ ଭାବେ କରିବାକୁ ଅଂଚଳବାସୀ ଏବଂ ବିଦ୍ୟାଳୟ ପରିଚାଳନା କମିଟି ଦାବି ଜଣାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.