Home ଜିଲ୍ଲା ପରିକ୍ରମା ଷୋଳମପୁର ବୌଦ୍ଧବିହାର ରଘୁନାଥଜୀଉ ମନ୍ଦିର ପୁନଃପ୍ରତିଷ୍ଠା

ଷୋଳମପୁର ବୌଦ୍ଧବିହାର ରଘୁନାଥଜୀଉ ମନ୍ଦିର ପୁନଃପ୍ରତିଷ୍ଠା

66

ଭଦ୍ରକ, ୧୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ଷୋଳମପୁର ବୌଦ୍ଧବିହାର ପରିସରରେ ଅବସ୍ଥିତ ପୁରାତନ ରଘୁନାଥଜୀଉ ମନ୍ଦିରର ପୁନଃରୁଦ୍ଧାର ସହ ପୁନଃପ୍ରତିଷ୍ଠା ପବିତ୍ର କାର୍ତ୍ତିକ ମାସ ଶୁକ୍ଳପକ୍ଷ ସପ୍ତମୀ ତିଥିରେ କରାଯାଇଛି । ପୁରୋଧା ବିଶ୍ୱମ୍ବର ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ପ୍ରତିଷ୍ଠାର କର୍ତ୍ତା ଓ କର୍ତ୍ତୀ ଭାବେ କମଳାକାନ୍ତ ନାୟକ ଓ ବିଷ୍ଣୁପ୍ରିୟା ନାୟକ ଜଳଘଟ ଉତ୍ତୋଳନ କରି ସଙ୍କଳ୍ପ କରିଥିଲେ । ମନ୍ଦିର ପୂଜକ ପରୀକ୍ଷିତ ପଣ୍ଡା, ଉମାକାନ୍ତ ପଣ୍ଡା, କାହ୍ନୁଚରଣ ପଣ୍ଡା, ସ୍ୱତନ୍ତ୍ର ପୂଜକ ଚନ୍ଦ୍ରଶେଖର ପାଢୀ ପ୍ରମୁଖ ସୂର୍ଯ୍ୟପୂଜା, ମଣ୍ଡଳାଦି ପୂଜା, ଷୋଡଶପୋଚାର ପୂଜା, ଗୀତା ଓ ବିଷ୍ଣୁ ସହସ୍ରନାମ ପାଠ, ରଘୁନାଥଜୀଉଙ୍କ ମହାସ୍ନାନ, ସିଂହାସନ ବିଜେ, ହୋମଯଜ୍ଞ ଓ ପୂର୍ଣ୍ଣାହୂତି ଆଦି ପୂଜାକାର୍ଯ୍ୟ ସମ୍ପନ୍ନ କରିଥିଲେ । ସମାଜସେବୀ ବଦ୍ରୀନାରାୟଣ ଧଳ ମନ୍ଦିରର ନୂତନ ଭାବେ ନିର୍ମିତ ଗରୁଡ ମୂତ୍ତି ସହ ବୁଦ୍ଧପ୍ରତିମା ସିଂହାସନ ଉନ୍ମୋଚନ କରିଥିଲେ । ମୂର୍ତ୍ତି କାରିଗର ମହେଶ୍ୱର ଓଝା ଗରୁଡ ମୂର୍ତ୍ତି ନିର୍ମାଣ କରିଥିବା ବେଳେ ଦାମୋଦର ନାୟକ ମୂର୍ତ୍ତି ପ୍ରଦାନ କରିଥିଲେ । ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଣିତକାନ୍ତି ସାମଲ ରଘୁନାଥଜୀଉ ମନ୍ଦିର ଉନ୍ମୋଚନ କରିଥିଲେ । ଅପରାହ୍ନରେ ସଙ୍କିର୍ତ୍ତନ କରାଯିବା ସହ ଗାୟିକା ପ୍ରଜ୍ଞା ରାଉତ ଓ ସାଥି ପାଲା ପରିବେଷଣ କରିଥିଲେ । ଶରତ ଚନ୍ଦ୍ର ଜେନା, ଉମାକାନ୍ତ ନାୟକ, ଅଜିତ କୁମାର ରାୟ, ଗୋକୁଳାନନ୍ଦ ସାମଲ, ନରହରି ଜେନା, ପ୍ରଶାନ୍ତ ନାୟକ, ନଗେନ୍ଦ୍ର ନାୟକ, ଗଗନ ନାୟକ, ଉମାକାନ୍ତ ଜେନା, ଗୁରୁଚରଣ ନାୟକ, ରବିନ୍ଦ୍ର ନାୟକ ପ୍ରମୁଖଙ୍କ ସମେତ ଗ୍ରାମବାସୀମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ପ୍ରଧାନଚାର୍ଯ୍ୟ ଅନୁସୂୟା ପୁହାଣ, ପ୍ରତିଭା ନାୟକ, ନିରୂପମା ସାମଲ, ମାମିନା ଜେନା, ନିର୍ମଳ ମହାରଣା, ଶରତ ବେହୁରିଆ ପ୍ରମୁଖ ବିଭିନ୍ନ ଦାଇତ୍ୱ ତୁଲାଇଥିଲେ । ସାବିତ୍ରୀ ଜେନା, ରୁକ୍ମଣୀ ପଣ୍ଡା, କୋଇଲି ପାଗଳ ପ୍ରମୁଖ ହବିଷ୍ୟାଳି ପ୍ରତିଷ୍ଠା କାର୍ଯ୍ୟରେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.