Home ଜିଲ୍ଲା ପରିକ୍ରମା ପଞ୍ଚାୟତ ସମିତି ବୈଠକ; ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତାକୁ ପ୍ରଶ୍ନ

ପଞ୍ଚାୟତ ସମିତି ବୈଠକ; ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତାକୁ ପ୍ରଶ୍ନ

42

ଭଦ୍ରକ, ୧୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ପଞ୍ଚାୟତ ସମିତିର ୧୬ତମ ବୈଠକ ଆଜି ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଅଧ୍ୟକ୍ଷା ମଞ୍ଜୁଶ୍ରୀ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟଧାରାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଶିକ୍ଷା, ସ୍ୱାସ୍ଥ୍ୟ,କୃଷି, ଜଳସେଚନ, ଖାଦ୍ୟସୁରକ୍ଷା, ବିଦ୍ୟୁତ, ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକ୍କାଘର, ଗମନାଗମନ, ଅବକାରୀ, ଆଇନଶୃଙ୍ଖଳା, ଜଙ୍ଗଲବିଭାଗ ଆଦି ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା । ଧାନକ୍ରୟ ବ୍ୟବସ୍ଥାରେ ଥିବା ତୃଟି ସୁଧାର ପାଇଁ ଜଳମଣ୍ଡୁଆ ସରପଞ୍ଚ ଜଗବନ୍ଧୁ ଦାସ ଦାବି ଉପସ୍ଥାପନ କରିବା ସହ କୃଷି ବିଭାଗ ଖରିଫ ଧାନ ଚାଷ ପରିଚାଳନାରେ ବିଫଳତା ସମ୍ପର୍କରେ ଦୃଷ୍ଟିି ଆକର୍ଷଣ କରିଥିଲେ । କୃଷି ଉଦ୍ୟାନ ବିଭାଗ ଦୁର୍ନୀତିର ଗନ୍ତାଘର ପାଲଟିଥିବାରୁ ବୈଠକରେ ଭର୍ସନା କରାଯାଇଥିଲା । ଖାଦ୍ୟସୁରକ୍ଷା ଯୋଜନାରେ ରାସନ କାର୍ଡ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରୂପାୟନରେ ଅନୀୟମିତତା ପ୍ରସଙ୍ଗ ବହୁ ସଭ୍ୟ ପ୍ରଶ୍ନ କରିଥିଲେ । କୋଭିଡ ପରିଚାଳନାରେ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଖର୍ଚ୍ଚ କରାଯାଇ ଅର୍ଥ ପ୍ରାପ୍ତ ହୋଇନଥିବାରୁ ପଞ୍ଚାୟତର ଉନ୍ନୟନ କାର୍ଯ୍ୟ ସହ ବହୁ ସ୍ୱୟଂ ସହାୟିକା ଗୋଷ୍ଠୀ ପ୍ରାପ୍ୟରୁ ବଞ୍ôଚତ ହୋଇଛନ୍ତି ବୋଲି ରହଣିଆ ସରପଞ୍ଚ ଅଲିଭା ନାୟକ ଦୃଷ୍ଟି ଆକର୍ଷଣ କରିଥିଲେ । ସମିତି ବୈଠକ ଓ ଏହାର ନିଷ୍ପତ୍ତିକୁ ବିଭାଗୀୟ ଅଧିକାରୀମାନେ ଗୁରୁତ୍ୱ ଦେଉନଥିବାରୁ ସଦସ୍ୟମାନେ ଉଦବେଗ ପ୍ରକାଶ କରି ଏଥିନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ବିଡିଓଙ୍କୁ ଅନୁରୋଧ କରାଯାଇଥିଲା । ପଞ୍ଚାୟତରାଜ ସଂରକ୍ଷଣ ଅନ୍ୟୁନ ଦଶବର୍ଷିଆ କରାଯିବାକୁ ବିଧାୟକ ପ୍ରଫୁଲ୍ଲ ସାମଲ ବୈଠକରେ ମତ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଡିଓ ଦେବଦତ୍ତ ଦାସ, ସାଂସଦ ମଞ୍ଜୁଲତା ମଣ୍ଡଳ, ସମିତି ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ଜିଲ୍ଲାପରିଷଦ ସଦସ୍ୟଙ୍କ ସମେତ ୨୩ଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଦସ୍ୟ ସଦସ୍ୟାମାନେ ସମିତିର ଅନ୍ତିମ ବୈଠକରେ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.