Home ଜିଲ୍ଲା ପରିକ୍ରମା ଶ୍ରୀମନ୍ଦିର ପ୍ରକଳ୍ପ ପରିକ୍ରମା ଲାଗି ଭଦ୍ରକରେ ସୁସଜ୍ଜିତ ରଥ ସହ ବିଶାଳ ନଗର ଶୋଭାଯାତ୍ରା, ସାଂସଦ,...

ଶ୍ରୀମନ୍ଦିର ପ୍ରକଳ୍ପ ପରିକ୍ରମା ଲାଗି ଭଦ୍ରକରେ ସୁସଜ୍ଜିତ ରଥ ସହ ବିଶାଳ ନଗର ଶୋଭାଯାତ୍ରା, ସାଂସଦ, ବିଧାୟକଙ୍କ ସହ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ, ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଲା ସହର

18

ଭଦ୍ରକ, ୧୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲାଗି ଭଦ୍ରକ ସହରରେ ଆଜି ଏକ ସୁସଜ୍ଜିତ ରଥରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଦେବ ଓ ସୁଭଦ୍ରାଙ୍କୁ ରଥାଋଢା କରାଯାଇ ଏବ ବିଶାଳ ନଗର ଶୋଭାଯାତ୍ରାରେ ପରିକ୍ରମା କରାଯାଇଥିଲା । ଆଜି ପୂର୍ବାହ୍ନ ୧୦ଟାରେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରୁ ଏହି ମହାପ୍ରଭୁଙ୍କ ସୁସଜ୍ଜିତ ରଥର ଶୁଭାରମ୍ଭ ହୋଇଥିଲା । ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଳିକ ଏହାର ଶୁଭାରମ୍ଭ କରିଥିଲେ । ଭଦ୍ରକ ନିର୍ବାଚନ ମଣ୍ଡଳୀର ୩୬ପଂଚାୟତ ଓ ପୌରାଚଂଳର ୩୦ଟି ୱାର୍ଡରୁ ହାଜର ହଜାର ମହିଳା, ପୁରୁଷ ଶ୍ରଦ୍ଧାଳୁଙ୍କ ସମବେତ ହୋଇଥିଲେ । ମୁଣ୍ଡରେ ଜୟଜଗନ୍ନାଥଙ୍କ କପଡା ବାନ୍ଧି ଶ୍ରଦ୍ଧାଳୁମାନେ ଝାଞ୍ଜ, ଢୋଲର ତାଳେ ତାଳେ ଜୟ ଜଗନ୍ନାଥ ଧ୍ୱନି ଦେଇ ସହର ପରିକ୍ରମା କରିଥିଲେ । ଭଜନ, କୀର୍ତନର ତାଳେ ତାଳେ ଭାବବିହ୍ୱିତ ହୋଇ ଶ୍ରଦ୍ଧାଳୁମାନେ ନୃତ୍ୟ କରିଥିବା ବେଳେ ଖୋଦ ସାଂସଦ ଶ୍ରୀମତୀ ମଣ୍ଡଳ, ବିଧାୟକ ଶ୍ରୀ ମଲ୍ଳିକ ପ୍ରମୁଖ ନିଜେ କରତାଳ ବଜାଇ ଶୋଭାଯାତ୍ରାରେ ପରିକ୍ରମା କରିଥିଲେ । ହଜାର ହଜାର ମହିଳା, ପୁରୁଷ ଓ ଯୁବ ଶ୍ରଦ୍ଧାଳୁମାନେ ରଥ ସହ ସହର ପରିକ୍ରମା କରି ସାଳନ୍ଦୀ ବାଇପାସ୍ ରାସ୍ତା ଦେଇ ଜଗନ୍ନାଥ ମନ୍ଦିରରେ ପହଂଚିଥିଲେ ।

ନିର୍ବାଚନ ମଣ୍ଡଳୀ ତମାମ ପରିକ୍ରମା କରିଥିବା ଅର୍ପଣ ରଥରୁ ସଂଗୃହୀତ ଭକ୍ତମାନଙ୍କ ଚାଉଳ, ଗୁଆ ଓ ନଡିଆ ଆଦି ଉକ୍ତ ମନ୍ଦିରରେ ଜମା ରଖାଯାଇଥିଲା । ସେଗୁଡିକ ପୁରୀକୁ ସ୍ୱତନ୍ତ୍ର ଗାଡିରେ ପଠାଯାଇଥିଲା । ଶ୍ରୀକ୍ଷେତ୍ରକୁ ପରିକ୍ରମା ପ୍ରକଳ୍ପ ଲାଗି ପଠାଯିବ ବୋଲି ଜଣାଯାଇଛି । ଆଜିର ଏହି ବିଶାଳ ନଗର ଶୋଭଯାତ୍ରାରେ ପ୍ରାୟ ୧୦ହଜାର ରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାମଗ ହୋଇଥିଲା । ସାଂସଦ ଶ୍ରୀମତୀ ମଣ୍ଡଳ, ବିଧାୟକ ଶ୍ରୀ ମଲ୍ଳିକଙ୍କ ସହ ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ, ବରିଷ୍ଠନେତା ପ୍ରଦୀପ କୁମାର ମଲ୍ଲିକ, ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁ, ଭଦ୍ରକ ପୌର ଉପାଧ୍ୟକ୍ଷା ଅଞ୍ଜୁବାଳା ଜେନା, ଭଦ୍ରକ ବ୍ଲକ ଉପାଧ୍ୟକ୍ଷ ମୁକୁନ୍ଦଦେବ ସାମଲ, ବ୍ଲକ ବିଜେଡି ସଭାପତି ପ୍ରଫୁଲ୍ଲ ନାୟକ, ସମାଜସେବୀ ଶିଶିର ମିଶ୍ର, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ-ପ୍ରବୀର ଜେନା ଓ ପ୍ରଣବ ଦାସ, କାଉନସିଲର-ଦିଲିପ ନାୟକ, ଆଶୀଷ ଅମିତାଭ ମହାପାତ୍ର, ବିଜେଡି ରାଜ୍ୟ ଯୁଗ୍ମ ସମ୍ପାଦକ ରାକେଶ ପଣ୍ଡା, ବ୍ଲକ ମହିଳା ବିଜେଡି ସଭାନେତ୍ରୀ ଦେବୀଦତା ମହାନ୍ତି, ଟାଉନ ମହିଳା ବିଜେଡି ସଭାନେତ୍ରୀ ଦେବହୂତୀ ମହାପାତ୍ର, ଜିଲ୍ଲା ମହିଳା ବିଜେଡି ଉପ ସଭାପତି ରାଜଲକ୍ଷ୍ମୀ ମହାପାତ୍ର, ମମତା ନାୟକ, ବରିଷ୍ଠନେତା ଯୋଗେନ୍ଦ୍ର ଘଡେଇ, ବିଜେଡିନେତା ଶ୍ୟାମସୁନ୍ଦର ନାୟକ, ସୋମନାଥ ସାହୁ, ଯୁବନେତା ସୂର୍ଯ୍ୟକୁମାର ଦାସ, ଜଳେନ୍ଦ୍ର ମହାନ୍ତି, ଅତୁଲ୍ୟ ନାୟକ, ମିଲନ ମହାନ୍ତି, ଦଳିତ ନେତା ରାଗେନ୍ଦ୍ର ଜେନା, ଯୁବନେତା ସତ୍ୟପ୍ରକାଶ ବିଶ୍ୱାଳ ପ୍ରମୁଖ ବହୁ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.