Home ଓଡ଼ିଶା ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ଉଚ୍ଛେଦ ପାଇଁ ପ୍ରସ୍ତୁତି

ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ଉଚ୍ଛେଦ ପାଇଁ ପ୍ରସ୍ତୁତି

170

ପୁରୀ,୨୬/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଶ୍ରୀମନ୍ଦିର ଚତୁପାର୍ଶ୍ୱରୁ ୭୫ ମିଟର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଥିବା ସୂଚନା ମିଳିଛି । କେବେ ଏହି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯିବ ସେନେଇ ପ୍ରଶାସନ କିଛି ସ୍ପଷ୍ଟ କରିନାହିଁ । ଗତକାଲି ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ପୁରୀ ସର୍କିଟ୍‌ ହାଉସରେ ପୁରୀର ବିକାଶ ଯୋଜନା ସଂପର୍କରେ ଉଚ୍ଛେଦ ପ୍ରକ୍ରିୟା ନେଇ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଛନ୍ତି । ପ୍ରାଥମିକ ଅବସ୍ଥାରେ ଶ୍ରୀମନ୍ଦିର ଚାରିପାଖରେ ଥିବା ଏମାର ମାଠ, ଲଙ୍ଗୁଳି ମଠ, ଉତ୍ତରପାଶ୍ୱ ମଠ, ପଞ୍ଜାବୀ ମଠ ଗୁଡ଼ିକ ଉଚ୍ଛେଦ ହେବାର ସମ୍ଭାବନା ରହିଛି ।

ଏହି ମଠ ଗୁଡ଼ିକରେ ଦୀର୍ଘ ବର୍ଷ ବର୍ଷ ଧରି ଶହ ଶହ ଦୋକାନ ଘର ରହିଛି । ପ୍ରଶାସନ ଏହି ମଠ ମାନଙ୍କଠାରୁ ଦୋକାନ ଘର ଓ ବ୍ୟବସାୟ ପ୍ରତିଷ୍ଠାନ ଗୁଡ଼ିକର ତାଲିକା ମାଗିଥିବା ଜଣାପଡ଼ିଛି । ଉଚ୍ଛେଦ ପ୍ରକ୍ରିୟା ନେଇ ଜିଲ୍ଲା ପ୍ରଶାସନ କିମ୍ବା ପୌରସଂସ୍ଥାକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଏନେଇ ଗଣମାଧ୍ୟମକୁ କୌଣସି ସୂଚନା ଦିଆଯାଇନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.