Home ଜିଲ୍ଲା ପରିକ୍ରମା ଶ୍ରୀପର୍ଣ୍ଣାର ମକର ମିଳନ

ଶ୍ରୀପର୍ଣ୍ଣାର ମକର ମିଳନ

106

ପୁରୀ, ୧୭/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ସାହିତ୍ୟ ପତ୍ରିକା ଶ୍ରୀପନା ପକ୍ଷରୁ ମକର ମିଳନ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ଜିଲା ପରିଷଦ ସଭାପତି ଶଙ୍କରଷଣ ପରିଡା ଓଡିଆ ଭାଷା ପ୍ରତିଷ୍ଠାନ ପ୍ରାକ୍ତନ ନିର୍ଦ୍ଧେଶକ ଡଃ କୈଳାସ ଚନ୍ଦ୍ର ଟିକାୟତ ରାୟ ଅଧ୍ୟାପକ ଡଃ ସୁନିଲ କୁମାର ରଥ ଗାଳ୍ପିକ ତରୁଣ ତପନ ମହାନ୍ତି ଅତିଥି ଭାବେ ଯୋଗ ଦେଇଥିଲେ। ଶ୍ରୀପର୍ଣ୍ଣା ସଂପାଦକ ଉମାକାନ୍ତ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଡଃ ସୁଜାତା ସିହ୍ନା ଏବଂ ସର୍ବାଣୀ ଦାସଙ୍କ ମିଳିତ ସଂଯୋଜନାରେ କବିତା ପାଠ କରାଯାଇଥିଲା। ଡଃ ସିହ୍ନାଙ୍କ ରଚିତ ପୁସ୍ତକ କଥା ବୋଇତକୁ ଅତିଥି ମାନେ ଉନ୍ମୋଚନ କରିଥିଲେ। କବି ଶଶାଙ୍କ ଶେଖର ମିଶ୍ର ମନୋରମା ମିଶ୍ର ସୁକାନ୍ତ ପଣ୍ଡା ପ୍ରତିଭା ତ୍ରିପାଠୀ ବିଚିତ୍ର କୁମାର ମହାପାତ ବିଚିତ୍ରା ଦାସ ଦେବରାଜ ପ୍ରଧାନ ସୁବାସୀନୀ ଧଳ କନକଲତା ଦାସ ଅଦୈତ ଚରଣ ଧଳ ପବିତ୍ର ମୋହନ ଦାସ ସନ୍ୟାସୀ ନାୟକ ପିତାମ୍ବର ମହାପାତ୍ର ବିଜୟ କୁମାର ପଣ୍ଡା କୃଷ୍ଣଚନ୍ଦ୍ର ରଥ ସତ୍ୟ ନାରାୟଣ ମିଶ୍ର ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.