Home ଜିଲ୍ଲା ପରିକ୍ରମା ପ୍ରଫୁଲ୍ଲ ଯୋଜନାରେ ଚାରି ଭିନ୍ନକ୍ଷମ ଯୋଡିଙ୍କୁ ମିଳିଲା ୨ଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି

ପ୍ରଫୁଲ୍ଲ ଯୋଜନାରେ ଚାରି ଭିନ୍ନକ୍ଷମ ଯୋଡିଙ୍କୁ ମିଳିଲା ୨ଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି

175

ପୁରୀ, ୧୭/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଫଣି ବାତ୍ୟା ପରେ ପୁରୀ ଜିଲାର ଦିବ୍ୟାଙ୍ଗ ମାନଙ୍କୁ ଶିକ୍ଷା ସାମାଜିକ ସୁରକ୍ଷା ଜୀବନ ଜୀବିକ ତଥା ଗୃହ ଓ ପାଇଖାନା ସହାୟତା କରିବା ପାଇଁ ପୁରୀ ଜିଲା ପ୍ରଶାସନ ତରଫରୁ ଆରମ୍ଭ କରାଯାଇଛି ଯୋଜନା ପ୍ରଫୁଲ୍ଲ। ଏହି କ୍ରମରେ ଆଜି ବଳଙ୍ଗାର ଶ୍ରୀପ୍ରଭାକର ନାୟକ ଓ ଦେବୀ ନାୟକ, ପିପିଲି ର ରୁକସାନା ଖାତୁନ ଓ ହୁମାୟୁନ ଖାଁ ପୁରୀର ସୁମନ୍ତ ପଲେଇ ଓ ଟୁକୁନା ପ୍ରଧାନ ବଳଙ୍ଗାର ଅନୁପମା କର ଓ ରବିନ୍ଦ୍ର କୁମାର ପଣ୍ଡା ନିମାପଡାର ଜଗବନ୍ଧୁ ରାଉତ ଓ ବିନୋଦିନି କାଣ୍ଡି ଏହିପରି ୫ଜଣ ଭିନ୍ନକ୍ଷମ ଯୋଡିଙ୍କୁ ପ୍ରତ୍ୟେକ ୫୦ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପୁରୀ ଜିଲା ପ୍ରଶାସନ ତରଫରୁ ପ୍ରଦାନ କରାଯାଇଛି।

ପ୍ରଫୁଲ୍ଲ ଯୋଜନାର ମିଡିଆ ତଥା ଜୀବନ ଜୀବିକା ପରାମର୍ଶ ଦାତା ସିଦ୍ଧାର୍ଥ ରାୟ ଜିଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ଉତ୍ସବରେ ଅଫିସ ଅର୍ଡର ମାଧ୍ୟମରେ ଏହି ପ୍ରୋତ୍ସାହନ ରାଶି ପ୍ରଦାନ କରି ସେମାନଙ୍କର ମଙ୍ଗଳମୟ ଜୀବନ କାମନା କରିଥିଲେ। ସୂଚନା ଯୋଗ୍ୟଯେ, ଜଣେ ଭିନ୍ନକ୍ଷମଙ୍କୁ ଜଣେ ସକ୍ଷମ ବ୍ୟକ୍ତି ବିବାହ କଲେ ୫୦ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ଏହି ରାଶି ପାଇବାକୁ ଇଛା କରୁଥିବା ବିବାହିତ ଯୋଡିମାନେ ପୁରୀ ଜିଲା ସାମାଜିକ ସୁରକ୍ଷା ତଥା ଭିନ୍ନକ୍ଷମ ଶସକ୍ତି କରଣ ଅଫିସରେ ମିଳୁଥିବା ଆବେଦନ ପତ୍ରରେ ଆବେଦନ କରିପାରିବେ ବୋଲି ଜିଲା ସମାଜ ସୁରକ୍ଷା ଅଧିକାରୀ ତ୍ରିନାଥ ପାଢି ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.