Home ଓଡ଼ିଶା ପୁରୀରେ ଶହେକୋଟି ଟଙ୍କା ବିଦ୍ୟୁତ ବାକି

ପୁରୀରେ ଶହେକୋଟି ଟଙ୍କା ବିଦ୍ୟୁତ ବାକି

240

ପୁରୀ, ୧୮/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ସେସୁ ପୁରୀ ଡିଭିଜନରେ ପ୍ରାୟ ୧୦୦କୋଟି ଟଙ୍କା ବିଜୁଳି ଦେୟ ବାକି ପଡିଛି। ୧, ୭୩୦୦୦ ଖାଉଟିଙ୍କ ମଧ୍ୟରୁ ଗତକାଲି ୧୦୩ଜଣଙ୍କ ବିଜୁଳି ସଂଯୋଗ କାଟିଦିଆଯାଇଛି। ଗୋଟିଏ ଦିନରେ ବାରଲକ୍ଷ ୪୩ ହଜାର ଟଙ୍କା ବକେୟା ବିଦ୍ୟୁତ ବିଲ ଆଦାୟ ହୋଇଥିବା ନିର୍ବାହି ଯନ୍ତ୍ରୀ ଶିବ ପ୍ରସାଦ ସ୍ୱାଇଁ ପ୍ରକାଶ କରିଛନ୍ତି।

ପୁରୀ ପୌରାଂଚଳର ୪୫ହଜାର ଖାଉଟିଙ୍କ ମଧ୍ୟରୁ ୧୨ହଜାରଙ୍କୁ ନୋଟିସ ଜାରି କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ବ୍ୟବସାୟୀକ ସଂସ୍ଥାର ବିଜୁଳି ସଂଯୋଗ କଟାଯାଉଥିବା ସେ କହିଛନ୍ତି। ବିଜୁଳି ସଂଯୋଗ କାଟିବା ଆରମ୍ଭ ହୋଇଥିବାରୁ ଶହଶହ ଖାଉଟି ଧାଡିରେ ଛିଡା ହୋଇ ବକେୟା ବିଦ୍ୟୁତ ବିଲ ପୈଠ କରୁଥିବା ଦେଖାଯାଇଛି। ବିଦ୍ୟୁତ ବିଛନ୍ନ ଅଭିଯାନ ଆଜିଠାରୁ ଜୋରଦାର କରାଯିବ ବୋଲି ନିର୍ବାହି ଯନ୍ତ୍ର ଶ୍ରୀ ସ୍ୱାଇଁ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.