Home ଓଡ଼ିଶା ଶ୍ରମଜୀବୀ ସଂଗଠନ ପକ୍ଷରୁ ଗୁଜଂରଣ ଶିକ୍ଷା ସଚେତନତା ରଥ ଉଦଘାଟିତ

ଶ୍ରମଜୀବୀ ସଂଗଠନ ପକ୍ଷରୁ ଗୁଜଂରଣ ଶିକ୍ଷା ସଚେତନତା ରଥ ଉଦଘାଟିତ

28

ମାଲକାନଗିରି,୧୫ା୧୧(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ନଗରଭବନ ଠାରେ ରାଜ୍ୟ ସ୍ତରୀୟ ଲୋକ ସଂଗଠନ ଓଡିଶା ଶ୍ରମଜୀବୀ ମଚଂ,ମହିଳା ମଚଂ ଓ ମାଲକାନଗିରି ଶ୍ରମଜୀବୀ ସଂଗଠନ ପକ୍ଷରୁ ଆଦିବାସୀ ବିପ୍ଳବୀ ନେତା ସଂଗ୍ରାମୀ ବିର୍ଶାମୁଣ୍ଡାଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରେ ଗୁଜଂରଣ ଶିକ୍ଷା ସଚେତନତା ରଥ ଉଦଘାଟିତ ହୋଇଯାଇଛି । ଆଜି ଠାରୁ ଆଦିବାସୀ ଅଧ୍ୟୁଷିତ ମାଲକାନଗରି ଜିଲ୍ଲାଠାରୁ ଗୁଜଂରଣ ଶିକ୍ଷାସଚେତନତା ରଥରୁ ଶୁଭାରମ୍ଭ ହୋଇଛି । ନଗର ଭବନଠାରେ ଆୟୋଜିତ ଗୁଜଂରଣ ସଭାରେ ମୁଖ୍ୟଅତିଥି ଭାବେ ମାଲକାନଗିରି ବିଧାୟକ ଆଦିତ୍ୟ ମାଢି ଯୋଗଦେଇ ଏହି ଗୁଜଂରଣ ରଥକୁ ଉଦଘାଟନ କରିଥିଲେ । ଗୁଜଂରଣ ରଥ ମାଲକାନଗରି ଜିଲ୍ଲାର ୫ଟି ବ୍ଲକ୧୬ଟି ପଚାଂୟତ ଓ ୭୧ଟି ଗ୍ରାମ ପରିକ୍ରମା କରି ଶିକ୍ଷା ସଚେତନତାର ବାର୍ତା ଛାତ୍ର ଛାତ୍ରୀ ଓ ଅଭିଭାବକ ମାନଙ୍କ ମଧ୍ୟରେ ବାର୍ତାପହଁଚାଇବ । ଏହାର ମୁଳ ଲକ୍ଷ ହେଲା ଦୀର୍ଘ୨୧ ମାସ ଧରି କରୋନା ମାହାମାରି ପାଇଁ ବିଦ୍ୟାଳୟ ଗୁଡିକ ବନ୍ଦଥିଲା,ଏବି ଧିରେ ଧିରେ ବିଦ୍ୟାଳୟ ଖୋଲିବା ଆରମ୍ଭ ହୋଇ ଯାଇଛି ।ବିଦ୍ୟାଳୟର ଭିତି ଭୁମି,ଅଧ୍ୟୟନ କରିବାର ତରିକା,ଶିକ୍ଷାର ମହତ୍ୱ ବିଷୟରେ ସଚେତନତା କରିବ, ଏହି କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମୀ,ସମାଜସେବି ଭାସ୍କର ଚନ୍ଦ୍ର ବେହେରା, ଚାଲାଣଗୁଡା ସରପଚଂ ପୁସ୍ପାରାଣୀ ପଡିଆମୀ,ଆଦିବାସୀ ନେତା ଘେନୁମୁଦୁଲି,ଆତ୍ମାଶକ୍ତି ଅନୁଷ୍ଟାନର ରୁଚି କଶ୍ଚପ,ପଚାଂନନ ପ୍ରଧାନ,ବଟକୃଷ୍ଣ ସାହୁ,ଗୀତାଜଂଳୀ ମହାନ୍ତି,ମାଲକାନଗିରି ଜିଲ୍ଲା ଶ୍ରମଜୀବୀ ସଂଗଠନର ସଭାପତି ଘାସିରାମ ଗୁଟ୍ଟା,ଭାଗୀରଥୀ ପଟନିଆ,ରେଲି ଖିଲ ପ୍ରମୁଖ ସାତଟି ଯାକ ବ୍ଲକର ବହୁ ସଂଗ୍ରମୀ ଆଦିବାସୀ ନେତା ,ଯୁବକ, ଯୁବତୀ ମାନେ ଉପସ୍ଥିତ ଥିଲେ  ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.