Home ଓଡ଼ିଶା ସୋମବାରରେ ଧବଳେଶ୍ବର ପୀଠରେ ଶ୍ରଦ୍ଧାଳୁଙ୍କ ଗହଳି

ସୋମବାରରେ ଧବଳେଶ୍ବର ପୀଠରେ ଶ୍ରଦ୍ଧାଳୁଙ୍କ ଗହଳି

162

କଟକ, ୦୪/୧୧, (ଓଡ଼ିଆ ପୁଅ ପି ନାୟକ):ଆଜି ହେଉଛି କାର୍ତ୍ତିକ ମାସର ସୋମବାର। ଏଥିପାଇଁ କଟକସ୍ଥିତ ଧବଳେଶ୍ଵର ଶୈବପୀଠରେ ଶ୍ରଦ୍ଧାଳୁଙ୍କର ଭିଡ଼ ଦେଖିବାକୁ ମିଳିଛି। ପ୍ରସିଦ୍ଧ ଶୈବପୀଠ ଆଠଗଡର ଆରାଧ୍ୱ ବାବା ଧବଳେଶ୍ବରଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନେ ଭିଡ଼ ଜମାଇଛନ୍ତି। ତେବେ ଆଜି ପାଇଁ ବାବାଙ୍କ ପୀଠ ରାତି ଦୁଇଟାରେ ପ୍ରଥମ ପହଡ ଖୋଲାଯାଇ ୧୦୮ କଳସ ଜଳରେ ସ୍ନାନ କରାଯାଇ ମଙ୍ଗଳ ଆଳତି, ଧୂପଦୀପ ପରେ ଖେଚୁଡ଼ି ଭୋଗ ଲାଗି କରାଯାଇଥିଲା। ପରେ ଶ୍ରୀ ଜିଉଙ୍କୁ ପଦ୍ମ ଫୁଲରେ ସୁସଜ୍ଜିତ କରାଯାଇଥିଲା। ଵାବଙ୍କ ଦର୍ଶନ ପାଇଁ ଚାରିଆଡୁ ଭକ୍ତଙ୍କ ସମାଗମ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.