Home ଓଡ଼ିଶା ତିନିଦିନିଆ ମୟୁରଭଞ୍ଜ ଗସ୍ତରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟା ସୁଜିତ କୁମାର

ତିନିଦିନିଆ ମୟୁରଭଞ୍ଜ ଗସ୍ତରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟା ସୁଜିତ କୁମାର

99

ବାରିପଦା ୦୩/୧୧ (ଓଡ଼ିଆ ପୁଅ/ସନ୍ତୋଷ ବରଜ) – ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦର ଉପଦେଷ୍ଟା ସୁଜିତ କୁମାର ନଭେମ୍ବର ୨ରେ ୩ ଦିନିଆ ମୟୁରଭଞ୍ଜ ଗସ୍ତରେ ଆସି ବାରିପଦାରେ ପହଁଞ୍ଚିଛନ୍ତି। ନଭେମ୍ବର ୨ ଶନିବାର ଗସ୍ତର ପ୍ରଥମ ଦିନରେ ସୁଜିତ କୁମାର ମୟୁରଭଞ୍ଜ ଜିଲ୍ଲାର ସଦର ମହକୁମାସ୍ଥିତ ବାରିପଦା ବ୍ଲକର ବଡ଼ଯୋଡ଼ ଅଞ୍ଚଳରେ ଦୁଇଟି ସବାଇ ଘାସ ନିର୍ମିତ ହସ୍ତକଳା ସାମଗ୍ରୀ ଉତ୍ପାଦନ କେନ୍ଦ୍ର ପରିଦର୍ଶନ କରିବା ସହ ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କ ସହ ଆଲୋଚନା କରି ସେମାନଙ୍କର ବିଭିନ୍ନ ସମସ୍ୟା ଗୁଡ଼ିକୁ ଅନୁଧ୍ୟାନ କରିଥିଲେ। ଏଥି ସହିତ ସରକାରଙ୍କ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନା ଅଧୀନରେ ଆସୁଥିବା ବିଜୁ କୁଡ଼ିଆ ଯୋଜନା, ବିଧବା ଓ ଭିନ୍ନକ୍ଷମ ଭତ୍ତା ଆଦି ବିଭିନ୍ନ ଉନ୍ନୟନ ମୂଳକ ଯୋଜନାଗୁଡ଼ିକର ସଫଳତାକୁ ନେଇ ସିଧାସଳଖ ଭାବେ ହିତାଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଏହାପରେ ବଡ଼ସାହି ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବା ପରେ ନଭମ୍ବେର ୩ ରବିବାର କୁଳିଅଣା ବ୍ଲକର କଇଁଫୁଲିଆ, ଚାନ୍ଦୁଆ ଆଦି ଅଞ୍ଚଳକୁ ଯାଇ ସରକାରଙ୍କ ବିଭିନ୍ନ ଜନକଲ୍ୟାକାରୀ ଲୋକାଭିମୁଖୀ ଯୋଜନାର ସଫଳତା ଓ ଅଗ୍ରଗତି ସମ୍ପର୍କକରେ କ୍ଷେତ୍ର ପରିଦର୍ଶନ ପୂର୍ବକ ସମୀକ୍ଷା କରିଥିଲେ। ଏହି ସମୟରେ ବାରିପଦା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ବିଜନ କୁମାର ଥମ୍ବ ପ୍ରମୁଖ ଉପସ୍ଥିତ ରହିଥିବାର ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.