ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଶେଷ ପାହାଚର ଲୋକଙ୍କ ଉତ୍ଥାନ ସରକାରୀ ଯୋଜନାର ଲକ୍ଷ୍ୟ ହେବା ଆବଶ୍ୟକ ବୋଲି ତିହିଡି ବ୍ଲକ୍ ଓ ଏନଏସି ଅଧୀନରେ ଥିବା ନୂତନ ହିତାଧିକାରୀଙ୍କୁ ଭତା ପ୍ରଦାନ କାଳରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ମଧୁବାବୁ ପେନସନ ଯୋଜନାରେ ଏନଏସି ଅଧୀନରେ ଥିବା ୨୬୨ ଜଣଙ୍କ ସମେତ ସମୁଦାୟ ୩୧ ପଂଚାୟତର ୪ ହଜାର ୭୭୨ ଜଣ ହିତାଧିକାରୀଙ୍କୁ ଭତା ପ୍ରଦାନ କରାଯାଇଛି। ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ ତିହିଡି ପଂଚାୟତ ସମିତି ପକ୍ଷରୁ ବ୍ଲକ୍ କାର୍ଯ୍ୟାଳୟର ନୀଳମଣି ସଭାଗୃହରେ ଆୟୋଜିତ ଏହି ଭତା ବଂଟନ ସମାରୋହରେ ବିଡିଓ ନିରଞ୍ଜନ ବାରିକ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟବକ୍ତା ଭାବେ ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ , ସମ୍ମାନିତ ଅତିଥି ଭାବେ ତହସିଲଦାର ସୁବାଶିଷ ସାହୁ, ମନ୍ତ୍ରୀଙ୍କ ପ୍ରତିନିଧି ରଘୁନାଥ ପାତ୍ର, ସାଂସଦଙ୍କ ପ୍ରତିନିଧି ସୀତାକାନ୍ତ ନାୟକ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଶୁକଦେବ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ। ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ନିହାର ରଞ୍ଜନ ରାଉତ ଭତା ସଂପର୍କରେ ସୂଚନା ପ୍ରଦାନ କରିଥିଲେ। ଏଡିଇଓ ସତ୍ୟବ୍ରତ ପାଢୀ ବେଦପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଧାମନଗର ବିଜେପି ପ୍ରଭାରୀ ବୁଦ୍ଧଦେବ ଜେନା, ସରପଂଚ ଶୁଭ୍ରନାରାୟଣ ସେଠୀ, ପୁଷ୍ପାଞ୍ଜଳି ଲେଙ୍କା, କୁନ୍ତଳା ମଲ୍ଲିକ, ପ୍ରଦୀପ ବଳ, ସୁପ୍ରଭା ପାଣି, ନିହାରିକା ବିଶ୍ୱାଳ, ଯଶୋଦା ମଲ୍ଲିକ, ମାମିନା ଜେନା, ସଂଜୀବ ବେହେରା ପ୍ରମୁଖ ମଂଚାସୀନ ଥିଲେ। ବିଜେପି ଜିଲା ଉପସଭାପତି ଅଜୟ କୁମାର ନାୟକ , ବିଧାୟକଙ୍କ ପ୍ରତିନିଧି ସରୋଜ ଦାସ, ବିଜେପି ମଣ୍ଡଳ ସଭାପତି କେଶବ ବେହେରା, ଚିନ୍ତାମଣି ଦାସ, ସରୋଜ ନାୟକ, ବରିଷ୍ଠ ନେତା ଦେବେନ୍ଦ୍ର ପୁହାଣ, ଭରତ ସାହୁ, ରାଜକିଶୋର ନାୟକ, ସମିତିସଭ୍ୟ ଦେବେନ୍ଦ୍ର ଦାସ, ଆଇନ୍ଜୀବୀ ଉମାକାନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏବିଡିଓ ମୀନକେତନ ବାରିକ, ନିର୍ବାହୀ ଯନ୍ତ୍ରୀ ତନୁଜା ମିଶ୍ର, କନିଷ୍ଠ ଯନ୍ତ୍ରୀ ବିସ୍ମଦେବ ଶତପଥୀ, ଡବ୍ଲ୍ୟୁ.ଓ. ସୌମ୍ୟ ସୁରଚିତା ମହାନ୍ତି, ପିଇଓ ଦୀନବନ୍ଧୁ ମହାନ୍ତି, ଗୋପାଳକୃଷ୍ଣ ପଣ୍ଡା, ଡ. ଅରୁଣ ପଣ୍ଡାଙ୍କ ସମେତ ସମସ୍ତ ପିଇଓ, ଭତା ବିଭାଗ ଡିଇଓ ନମସ୍ୟା ନାୟକ, ବିଏଲ୍ସି ସ୍ନିଗ୍ଧା ନାୟକ ପ୍ରମୁଖ କାର୍ଯ୍ରକମ ପରିଚାଳନାରେ ସହଯୋଗ କରିଥିଲେ।








