Home ଆମ ସଂସ୍କୃତି, କଳା ଓ ଐତିହ୍ୟ ଶୁଭଫଳ ପାଇଁ ଘରେ ବଜାନ୍ତୁ ଶଙ୍ଖ

ଶୁଭଫଳ ପାଇଁ ଘରେ ବଜାନ୍ତୁ ଶଙ୍ଖ

680

ଭୁବନେଶ୍ଵର,୩୧/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ହିନ୍ଦୁ ଧର୍ମ ମାନ୍ୟତା ଅନଯାୟୀ ପୂଜା ସମୟରେ ଶଙ୍ଖର ବ୍ୟବହାର କରିବା ଦ୍ୱାରା ଅନେକ ଲାଭ ମିଳିଥାଏ। ଯେକୌଣସି ଶୁଭ କାର୍ଯ୍ୟରେ ଶଙ୍ଖ ବଜାଇବା ଦ୍ୱାରା ବାହାରୁଥିବା ଧ୍ୱନି ସୌଭାଗ୍ୟ ପ୍ରଦାନ କରିଥାଏ। ଶଙ୍ଖର ବ୍ୟବହାର ଭାରତୀୟ ସଂସ୍କୃତି ହିସାବରେ ମଙ୍ଗଳ କାର୍ଯ୍ୟରେ ବ୍ୟବହାର କରାଯାଏ। ଭଗବାନ ବିଷ୍ଣୁଙ୍କ ପୂଜାରେ ଶଙ୍ଖ ବଜାଇବାର ମହତ୍ତ୍ୱ ଅଧିକ ରହିଥାଏ। ଶାସ୍ତ୍ର ଅନୁଯାୟୀ, ଶଙ୍ଖରୁ ବାହାରୁଥିବା ଧ୍ୱନି ସକାରାତ୍ମକ ଶକ୍ତି ଜାଗ୍ରତ କରିଥାଏ।

– ଶଙ୍ଖକୁ ଘରେ ରଖିବାରେ ବହୁତ ପବିତ୍ର ଏବଂ ମଙ୍ଗଳମୟ ମହତ୍ତ୍ୱ ବୋଲି ମନାଯାଏ। ଏହାସହିତ ଘରୁ ଅର୍ଥାଭାବ ମଧ୍ୟ ଦୂର ହୋଇଥାଏ।

– ବିଭିନ୍ନ ପ୍ରକାରର ଶଙ୍ଖ ରହିଥାଏ କିନ୍ତୁ ଦକ୍ଷିଣାବର୍ତ୍ତୀ ଶଙ୍ଖର ମହତ୍ତ୍ୱ ଏବଂ ଅନେକ ଫାଇଦା ରହିଥାଏ

– ଦେବୀ ମହାଲକ୍ଷ୍ମୀ ଏବଂ ଦକ୍ଷିଣାବର୍ତ୍ତୀ ଶଙ୍ଖ ଦୁହିଁଙ୍କର ଉତ୍ପତ୍ତି ସମୁଦ୍ର ମନ୍ଥନରୁ ହିଁ ମିଳିଥିଲା।

– ଭଗବାନ ବିଷ୍ଣୁଙ୍କ ପୂଜା ସମୟରେ ଶଙ୍ଖ ବଜାଇବା ଦ୍ୱାରା ଖୁବ ଜଲଦି ପ୍ରସନ୍ନ ହୋଇଥାନ୍ତି।

– ପ୍ରତିଦିନ ସନ୍ଧ୍ୟା ସମୟରେ ଶଙ୍ଖ ବଜାଇବା ଦ୍ୱାରା ଘରେ ଦେବାଦେବୀ ବାସ କରିଥାନ୍ତି ଏବଂ ଅମଙ୍ଗଳ ଦୂର ହୋଇଥାଏ। ଏହାଛଡା ନକାରାତ୍ମକ ଶକ୍ତିର ପ୍ରଭାବ ଘରେ ପଡିନଥାଏ।

– ଶଙ୍ଖକୁ ବିଜୟର ପ୍ରତୀକ ବୋଲି କୁହାଯାଏ। ତେଣୁ ଧାର୍ମିକ ଅନୁଷ୍ଠାନ ଆରମ୍ଭ କରିବା ପୂର୍ବରୁ ଏହାକୁ ବଜାଇବା ଦ୍ୱାରା ଶୁଦ୍ଧ ବାତାବରଣ ପ୍ରାପ୍ତ ହୋଇଥାଏ।

– ଶଙ୍ଖ ବଜାବା ଦ୍ୱାରା ପବନ, ଜଳ ସବୁକିଛି ପବିତ୍ର ହୋଇଯାଏ। ଭଗବାନ ବିଷ୍ଣୁଙ୍କ ଆରତୀ ପୂର୍ବରୁ ଏବଂ ପରେ ଶଙ୍ଖ ବଜାଇବା ଯୋଗୁଁ ଫାଇଦା ମିଳିଥାଏ।

– ଯେଉଁ ଘରେ ପ୍ରତିଦିନ ଶଙ୍ଖ ନିୟମିତ ରୂପେ ବଜାଯାଏ, ସେହି ଘର ସବୁ ପ୍ରକାରର ସୁଖ ସମୃଦ୍ଧିରେ ପରିପୂର୍ଣ୍ଣ ହୋଇଯାଏ।

– ଶଙ୍ଖରେ ପାଣି ଭର୍ତ୍ତି କରି ଘରର ପ୍ରତି କୋଣରେ ଛିଞ୍ଚିବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଥାଏ। ଏହାଛଡା ବ୍ୟବସାୟ ପ୍ରତିଷ୍ଠାନ ହେଉ ଅବା ଅଫିସ ସମସ୍ୟାରୁ ମୁକ୍ତି ମିଳିଥାଏ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.