Home ଓଡ଼ିଶା ପଢ଼ନ୍ତୁ ଏହି ଅଭିନେତାଙ୍କ ବିଷୟରେ

ପଢ଼ନ୍ତୁ ଏହି ଅଭିନେତାଙ୍କ ବିଷୟରେ

428

ମୁମ୍ବାଇ,୩୧/୦୮,(ଓଡ଼ିଆ ପୁଅ ପି ନାଏକ): ଆପଣମାନଙ୍କୁ ଯଦି ଦୁଇ ଦିନ ଖାଇବାକୁ ଦିଆ ନଯାଏ ତେବେ ଆପଣ କେମିତି ଅନୁଭବ କରିବେ? ନିଶ୍ଚିନ୍ତ ଆପଣମାନେ ଚିଡଚିଡା ହେବା ସହ କାହା ସହ କଥା ହେବାକୁ ମଧ୍ଯ ପସନ୍ଦ କରିବେନି। କିନ୍ତୁ ବଲିଉଡରେ ଏଭଳି ଜଣେ ଅଭିନେତା ଅଛନ୍ତି ଯିଏ ୨୦ ଦିନ ପର୍ଯ୍ଯନ୍ତ କେବଳ ଗାଜର ଏବଂ ବ୍ଲାକ କଫି ପିଇ ଜୀବିତ ରହିଥିଲେ। ଏହି ଅଭିନେତା ହେଉଛନ୍ତି ରାଜକୁମାର ରାଓ। ୨୦୦୯ ମସିହାରେ ନିଜର ଫିଲ୍ମ କ୍ଯାରିୟର ଆରମ୍ଭ କରିଥିବା ରାଜକୁମାରଙ୍କୁ ବଲିଉଡରେ ବର୍ତ୍ତମାନ ଅଧିକ ସମୟ ହୋଇନାହିଁ କିନ୍ତୁ ତାଙ୍କର ପରିଚୟ ବଡ ବଡ ଆକ୍ଟରମାନଙ୍କ ମଧ୍ଯରେ ରହିଛି। ଆଜି ହେଉଛି ସେହି ଫେମସ୍ ଆକ୍ଟର ରାଜକୁମାର ରାଓଙ୍କ ଜନ୍ମଦିନ।

ରାଜକୁମାର ରାଓ ଫିଲ୍ମ ‘ଟ୍ରାପେଡ୍’ ରେ ଚମତ୍କାର ଅଭିନୟ କରିଥିଲେ। ଏହି ଫିଲ୍ମରେ ରାଜକୁମାରଙ୍କ ଭୁଲରେ ନିଜ ଘରେ ହିଁ ସେ ବନ୍ଦ ହୋଇଯାଇଥିଲେ ଏବଂ ତାଙ୍କ ପାଖରେ ଖାଦ୍ଯ-ପାନୀୟ କିଛି ନଥିବାର ଚରିତ୍ରରେ ଅଭିନୟ କରିଥିଲେ। କିନ୍ତୁ ଏହି ଚରିତ୍ରରେ ଅଭିନୟ କରିବା ପାଇଁ ରାଜକୁମାର ରାଓ ଏକ କଠୋର ରାସ୍ତା ବାଛିଥିଲେ। ଏପରି ଚରିତ୍ରରେ ରାଜକୁମାର ଅଭିନୟ କରିବା ପାଇଁ ୨୦ ଦିନ ପର୍ଯ୍ଯନତ କିଛି ନଖାଇ ନ ପିଇ କେବଳ ଗାଜର ଏବଂ ବ୍ଲାକ କଫି ପିଇ ରହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.