Home ଓଡ଼ିଶା ଶିଖର ସମ୍ମୀଳନୀରେ ପହଞ୍ଚିଲେ ମୋଦି

ଶିଖର ସମ୍ମୀଳନୀରେ ପହଞ୍ଚିଲେ ମୋଦି

225

ନୂଆଦିଲ୍ଲୀ,୨୬/୦୮,(ଓଡ଼ିଆ ପୁଅ/ ପି ନାୟକ): ଫ୍ରାନ୍ସର ବ୍ୟାରିଜ୍‌ଠାରେ ଆଜି ଅନୁଷ୍ଠିତ ହେବ ଜି-୭ ଶିଖର ସମ୍ମିଳନୀ । ଏହି ଜି-୭ ରାଷ୍ଟ୍ର ଗୋଷ୍ଠୀରେ ଭାରତ ସଦସ୍ୟ ରାଷ୍ଟ୍ର ନଥିଲେ ମଧ୍ୟ ନିମନ୍ତ୍ରଣ ପାଇ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ଗତକାଲି ଫ୍ରାନ୍ସରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ବୈଠକ ପୂର୍ବରୁ ମୋଦି ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ଙ୍କୁ ଭେଟି ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । ସେହିପରି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଆଲୋଚନା ହେବ । କଶ୍ମୀର ପ୍ରସଙ୍ଗ ନେଇ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇପାରେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.