Home ଜିଲ୍ଲା ପରିକ୍ରମା ଶିକ୍ଷାବିତ୍‌ଙ୍କ ପରଲୋକ

ଶିକ୍ଷାବିତ୍‌ଙ୍କ ପରଲୋକ

167

ଯାଜପୁର୨୩ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ପଥରପଦା ପଂଚାୟତ ଅନ୍ତର୍ଗତ ବଡବରୁଣାଇପଦା(ନୁଆଗାଁ)ର ଶିକ୍ଷାବିତ୍ ଭଗବାନ ଦାସ(୮୨)ଙ୍କର ବାସଗଗୃହରେ ପରଲୋକ ଘଟିଛି । ଗତ ଡିସେମ୍ବର ୮ ତାରିଖ ତାଙ୍କ ସ୍ତ୍ରୀ କୋଇଲି ଦାସଙ୍କ ମୃତ୍ୟୁ ଘଟିଥିଲା । ତାଙ୍କ ମୃତ୍ୟୁ ଖବର ପାଇ ସ୍ଥାନୀୟ ଅଂଚଳର ରାଜନେତା, ବୁଦ୍ଧିଜିବୀ, ଶିକ୍ଷାବିତ୍‌, ସମାଜସେବୀ ତାଙ୍କ ବାସଗୃହରେ ପହଂଚି ଶେଷ ଦର୍ଶନ କରିବା ସହ ଶୋକାକୂଳ ପରିବାରକୁ ସମବେଦନା ଜ୍ଞାପନ କରିଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ୩ ପୁଅ ନୀଳମଣି, ଯଦୁନାଥ, ହୀରାମଣୀ, ବୋହୁ, ଝିଅ, ଜ୍ୱାଇଁ, ପରିବାର ସଦସ୍ୟ, ଆତ୍ମୟ ସ୍ୱଜନ, ବନ୍ଧୁ ବାନ୍ଧବ, ସାଇ ପଡିଶା ଉପସ୍ଥିତ ଥିଲେ । ତାଙ୍କ ମରଶରୀରକୁ ଗାଁରେ ଶୋଭାଯାତ୍ରାରେ ପରିକ୍ରମା କରାଇ ଗାଁ ଶ୍ମସାନରେ ଶେଷକୃତ ସମ୍ପନ୍ନ କରାଯାଇଥିଲା । ବଡପୁଅ ଶିକ୍ଷକ ନଳମଣି ଦାସ ମୁଖାଗ୍ନୀ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.