Home ଜିଲ୍ଲା ପରିକ୍ରମା କୋରେଇ ଶିଶୁ ମହୋତ୍ସବ ୨୦୧୯ ଉଦ୍‌ଯାପିତ

କୋରେଇ ଶିଶୁ ମହୋତ୍ସବ ୨୦୧୯ ଉଦ୍‌ଯାପିତ

139

ଯାଜପୁର୨୩ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କୋରାଇର ସାମାଜିକ ଅନୁଷ୍ଠାନ ସମ୍ପର୍କ ଫାଉଣ୍ଡେସନ ଆନୁକୂଲ୍ୟରେ କୋରାଇ ଶିଶୁ ମହୋତ୍ସବ ୨୦୧୯ ଗୁରୁକୂଳ ଭବନ ଅନୁଷ୍ଠିତ ହୋଇଯାଇଛି । ଫାଉଣ୍ଡେସନର ସଭାପତି ସ୍ୱାତୀ ସ୍ୱତପ୍ରଭା ଦ୍ୱିବେଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କବି ବ୍ରଜେଶ୍ୱରୀ ସିଂ ମଂଚ ପରିଚାଳନା କରିଥିଲେ । ମୁଖ୍ୟ ଅତିଥିଭାବେ ଶିଶୁ ସାହିତ୍ୟିକ ତଥା କୋରାଇ ମଣ୍ଡଳ ସାହିତ୍ୟ ସଂସଦର ସଭାପତି କବି ନନ୍ଦ କିଶୋର ସିଂଙ୍କ ଯୋଗ ଦେଇ ଆଜିର ଶିଶୁ କାଲିର ଭବିଷ୍ୟତ, ସେମାନଙ୍କ ମଧ୍ୟରେ ଅନେକ ପ୍ରତିଭା ରହିଛି । ଯେଉଁ ପ୍ରତିଭା ରହିଛି ତାକୁ ଲୋକ ଲୋଚନକୁ ଆଣିବା ସହିତ ସମାଜରେ ଜଣେ ଭଲ ଓ ସଂସ୍କାରି ମଣିଷଭାବେ ନିଜର ପରିଚୟ ସୃଷ୍ଟି କରିବା ପାଇଁ ଉପସ୍ଥିତ ଶିଶୁମାନଙ୍କୁ ପରାମର୍ଶ ଦେଇଥିଲେ । ଶିକ୍ଷାବିତ୍ ଜଗନ୍ନାଥ ରାଉତ ସ୍ୱାଗତ ଭାଷଣ ଓ ଶିକ୍ଷାବିତ୍ ସନ୍ତୋଷ କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ । ସମ୍ମାନୀତ ଅତିଥିଭାବେ ଶିକ୍ଷାବିତ୍ ରମେଶ ଚନ୍ଦ୍ର ମହାନ୍ତି, ନିର୍ମଳ ଚନ୍ଦ୍ର ରାଉତ, ସାମ୍ବାଦିକ ସୁବାସ ଚନ୍ଦ୍ର ଧଳ ପ୍ରମୁଖ ଯୋଗ ଦେଇ ଶିଶୁ ମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିବା ସହିିତ ଆଗାମି ଦିନରେ ସେମାନେ ଜଣେ ଜଣେ ସଫଳ ମଣିଷ ହୋଇପାରିବେ ବୋଲି ପ୍ରକାଶ କରିଥିଲେ । ଶେଷରେ ଶିକ୍ଷୟତ୍ରୀ ସୁକାନ୍ତୀ ହୋତା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସ୍ଥାନୀୟ ଶିଶୁ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା । ଏଥିରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀଙ୍କୁ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ କରାଯାଇଥିଲା । ପୁରସ୍କାର ବିତରଣ ଉତ୍ସବରେ ଅତିଥିଭାବେ କାହ୍ନୁ ଚରଣ ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ମୋହନ ଚରଣ ଖୁଂଟିଆ ଯୋଗ ଦେଇ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମଳୟ ମଲ୍ଲିକ, ବିଜୟ କୁମାର ସେଠୀ, ସୁଶାନ୍ତ ବେହେରା, ଚନ୍ଦନ ମଲ୍ଲିକ, ମୁନା ମଲ୍ଲିକ, ବିପ୍ଳବ ମଲ୍ଲିକ, ସରୋଜ ମଲ୍ଲିକ, ବିଜୟ କୁମାର ମିଶ୍ର, ରାମକୃଷ୍ଣ ନନ୍ଦ, ରବୀନ୍ଦ୍ର କୁମାର ମିଶ୍ର, ବାପିନ ମଲ୍ଲିକ, ଗଦାଧର ମଲ୍ଲିକଙ୍କ ସମେତ ସମ୍ପର୍କ ଫାଉଣ୍ଡେସନର ସମସ୍ତ କର୍ମକର୍ତା ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.