Home ଅପରାଧ ଟ୍ରକ-ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା, ମାଆ ପୁଅ ମୃତ

ଟ୍ରକ-ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା, ମାଆ ପୁଅ ମୃତ

273

ଯାଜପୁର୨୩ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ କଟକ ବଡ଼ ମେଡ଼ିକାଲକୁ ଆମ୍ବୁଲାନ୍ସ ଯୋଗେ ଯାଉଥିବା ରୋଗୀ ପାଣିକୋଇଲି ଥାନା ବ୍ରଜନଗର ଠାରେ ଏକ ଟ୍ରକ ସହିତ ୧୦୮ ଆମ୍ବୁଲାନ୍ସର ମୁହାମୁହିଁ ଧକ୍କା ହେବା ଫଳରେ ରୋଗୀ ଓ ତାଙ୍କର ସମ୍ପର୍କୀୟ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥବା ବେଳେ ଆମ୍ବୁଲାନ୍ସର ଚାଳକ ଓ ଫାର୍ମାସିଷ୍ଟ ଗୁରତର ଭାବେ ଯାଜପୁର ମୁଖ୍ୟ ଡ଼ାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତର ହୋଇଛନ୍ତି । ଆମ୍ବୁଲାନ୍ସର ହେଲପର ଉକ୍ତ ଦୁର୍ଘଟଣାରୁ ବଞ୍ଚିଯାଇଥିବା ଦେଖିବାକୁ ମିଳିଛି । ପ୍ରକାଶଯେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏକ ୧୦୮ ଆମ୍ବୁଲାନ୍ସ(ଓଡ଼ି୦୨-ଏଫ ୮୪୪୭) ହୃଦଘାତରେ କୋମାରେ ଥିବା ଭଦ୍ରକ ଜାନୁଗଂଜର ସୁଶିଳାବାଳା ମହାପାତ୍ର(୮୦)ଙ୍କୁ କଟକ ବଡ଼ ମେଡ଼ିକାଲକୁ ନେଉଥିବା ସମୟରେ ପାଣିକୋଇଲି ଥାନା ବ୍ରଜନଗର ଠାରେ ସମ୍ମୁଖ ଭାଗରୁ ଆସୁଥିବା ଏକ ଟ୍ରକ (ଟିଏନ୨୮ପି୧୪୯୧) ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାଟି ଏତେ ଜୋରରେ ହୋଇଥିଲାଯେ ଆମ୍ବୁଲାନ୍ସଟିର ପଛପଟ ଉପରକୁ ଉଠି ପୁଣି କଚାଡ଼ି ହୋଇପଡ଼ିଥିଲା । ଫଳରେ ସେଥିରେ ଥିବା ରୋଗୀ ଓ ତାଙ୍କର ପୁଅ ପ୍ରକାଶ (୪୫)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଆମୁଲାନ୍ସର ଫାର୍ମାଶିଷ୍ଟ ରାଜା ନାୟକ, ଆଟେଂଟାଣ୍ଡ ଜଗନ୍ନାଥ ଜେନା ଓ ଚାଳକ ସଂଜୟ ପାଢୀ ଗୁରତର ଭାବେ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପାଣିକୋଇଲି ପୁଲିସ ଓ ନିକଟସ୍ଥ ଗ୍ରାମବାସୀ ମାନେ ପହଂଚି ମୃତାହତ ମାନଙ୍କୁୂ ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ଯାଜପୁର ମେଡିକାଲ ଡ଼ାକ୍ତର ମାଆ ଓ ପୁଅଙ୍କୁ ମୃତ ଘୋଷଣା କରିବା ସହିତ ଗୁରୁତର ଥିବା ଆମ୍ବୁଲାନ୍ସର ଚାଳକ ଓ ଫାର୍ମାସିଷ୍ଟଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇ ଦେଇଛନ୍ତି । ଏ ସଂକ୍ରାନ୍ତରେ ପୁଲିସ ଏକ ମାମଲା ୨୫୦/୧୯ ଋଜୁ କରି ଗାଡ଼ି ଦୁଇଟିକୁ ଜବତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.