Home ଜିଲ୍ଲା ପରିକ୍ରମା ଶିକ୍ଷକ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ, ୧୬ରୁ ସମୂହ ଛୁଟିରେ ଯିବେ ଶିକ୍ଷକ

ଶିକ୍ଷକ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ, ୧୬ରୁ ସମୂହ ଛୁଟିରେ ଯିବେ ଶିକ୍ଷକ

33

ଭଦ୍ରକ, ୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ଭଣ୍ଡାରିପୋଖରୀ ବ୍ଲକ ଶାଖା ପକ୍ଷରୁ ଶନିବାର ୩ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । ଆବାହକ ରଞ୍ଜନ କୁମାର ମହାନ୍ତିଙ୍କ ନେତୃତ୍ୱରେ ଫେଡେରେସନ ପକ୍ଷରୁ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ବ୍ଲକ ଶିକ୍ଷା ବିଭାଗ କାର୍ଯ୍ୟାଳୟରେ ପହଞ୍ôଚଥିଲା । କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରିବା ସହ ଶିକ୍ଷାକର୍ମୀ ଓ ଶିକ୍ଷା ସହାୟକଙ୍କ ଠିିକା କାର୍ଯ୍ୟକାଳକୁ ମୂଳ ଚାକିରିକାଳରେ ଗଣନା କରି ବର୍ଦ୍ଧିତ ଦରମା ପ୍ରଦାନ କରିବା; ଏକ୍ସ କ୍ୟାଡର ଶିକ୍ଷକମାନଙ୍କୁ କ୍ୟାଡରଭୁକ୍ତ କରିବା; କଳା ଓ କ୍ରୀଡା ଶିକ୍ଷକଙ୍କୁ ନିୟମିତ ଶିକ୍ଷକ ଭାବେ ମାନ୍ୟତା ଦେବା; ସମସ୍ତ ବର୍ଗର ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାର ୪ଶହ ଗ୍ରେଡ ପେ ଅନୁଯାୟୀ ଦରମା ଦେବା; ନୂତନ ପେନସନ ବ୍ୟବସ୍ଥା ଉଚ୍ଛେଦ କରି ପୁରୁଣା ପେନସନ ହାର ଲାଗୁ କରିବା ଆଦି ଦାବି ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ବ୍ଲକ ଶିକ୍ଷାଧିକାରୀଙ୍କୁ ପ୍ରଦାନ କରାଯାଇଥିଲା । ଗତ ନଭେମ୍ବର ମାସରେ ଶିକ୍ଷକ ସଂଘ ପକ୍ଷରୁ ଏଥିନେଇ ହୋଇଥିବା ସମାବେଶ କାଳରେ ପଦକ୍ଷେପ ନିଆଯିବାକୁ ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ କରାଯାଇ ନଥିବାରୁ ଆଗାମୀ ୧୬ ତାରିଖ ଠାରୁ ଶିକ୍ଷକମାନେ ସମୂହ ଛୁଟିରେ ଯିବେ ବୋଲି ଦାବିପତ୍ରରେ ଚେତାବନୀ ଦିଆଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ମୀନା ଜେନା, ପୁଷ୍ପକ ଚନ୍ଦ୍ର ଭାରତୀ, ଜ୍ୟୋସ୍ନା କୁମାରୀ ବାରିକ, କାର୍ଯ୍ୟକାରୀ ସଭାପତି ସଞ୍ଜତ ସାମଲ, ସମ୍ପାଦକ ପ୍ରସନ୍ନ କୁମାର ରଥ, ସହସମ୍ପାଦକ ସଞ୍ଜୟ ନନ୍ଦ, ଉମାକାନ୍ତ ସାହୁ, କୈଳାସ ଚନ୍ଦ୍ର ସାମଲ, ପ୍ରମୁଖ ଶତାଧିକ ଶିକ୍ଷକ, ଶିକ୍ଷୟତ୍ରୀ ଦାବିପତ୍ର ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.