Home ଜିଲ୍ଲା ପରିକ୍ରମା ବନ୍ୟା ପ୍ରଭାବିତ ବୋଡ଼କ ପଞ୍ଚାୟତକୁ ଜିଲ୍ଲାପଳଙ୍କ ଗସ୍ତ

ବନ୍ୟା ପ୍ରଭାବିତ ବୋଡ଼କ ପଞ୍ଚାୟତକୁ ଜିଲ୍ଲାପଳଙ୍କ ଗସ୍ତ

18

ଭଦ୍ରକ, ୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ବନ୍ୟା ପ୍ରଭାବିତ ବୋଡ଼କ ପଞ୍ଚାୟତକୁ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଶୁକ୍ରବାର ସନ୍ଧ୍ୟାରେ ଗସ୍ତ କରି ବନ୍ୟା ବିପନ୍ନଙ୍କ ପରିସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ତୁରନ୍ତ ବନ୍ୟା ବିପନ୍ନମାନଙ୍କୁ ଶୁଖିଲା ଖାଦ୍ୟ ଯୋଗାଇ ଦେବା ସହ କଚା ଘରେ ରହିଥିବା ଲୋକମାନଙ୍କୁ ପକ୍କାଘରକୁ ସ୍ଥାନାନ୍ତର କରିବା ପାଇଁ ବିଡିଓ ଜ୍ୟୋତିର୍ମୟ କରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବନ୍ୟା ପରେ କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ପ୍ରଦାନ ପାଇଁ ମଧ୍ୟ ଜିଲାପାଳ କହିଥିଲେ । ଜିଲାପାଳଙ୍କ ସହିତ ଜିଲାପରିଷଦ ସଭ୍ୟା ସୁଶ୍ରୀ ବିଦ୍ୟୁତଲତା ନାୟକ, ବିଜେଡି ଜିଲା ସାଧାରଣ ସମ୍ପାଦକ ପ୍ରଦୀପ ପଣ୍ଡା ଓ ଚିନ୍ତାମଣି ଦାସ, ପୂର୍ବତନ ସରପଞ୍ଚ ଶଶଧର ସାମଲ, ସରପଞ୍ଚଙ୍କ ପ୍ରତିନିଧି ବିଷ୍ଣୁମୋହନ ଜେନା, ସମିତିସଭ୍ୟ ଜୟପ୍ରକାଶ ମଲ୍ଲିକ, ରମାକାନ୍ତ ସାମଲ, ବିଜେଡି ପଞ୍ଚାୟତ ସଭାପତି ଶଙ୍କର୍ଷଣ ଦାସ, ପ୍ରମୋଦ ଖଟୁଆ, ସମବାୟ ସମିତି ସଭାପତି ରତିକାନ୍ତ ମଳିକ, ଏନଆରଇଜିଏସ ସହକାରୀ ସୁଧାଂଶୁ ଶେଖର ନାୟକ, ବିଲଣା ସରପଞ୍ଚଙ୍କ ପ୍ରତିନିଧି ବିଶ୍ୱରଂଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.