Home ଜିଲ୍ଲା ପରିକ୍ରମା ଛାଡିଗଲା ବନ୍ୟା, ଦେଇଗଲା ଦୁଃଖ

ଛାଡିଗଲା ବନ୍ୟା, ଦେଇଗଲା ଦୁଃଖ

20

ଭଦ୍ରକ, ୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୈତରଣୀ ନଦୀରେ ଆସିଥିବା ଚଳିତ ବର୍ଷର ବନ୍ୟା ଅପସରି ଯାଇଛି । ମାତ୍ର ଛାଡି ଦେଇଯାଇଛି ଯାତନା । ବହୁ ବିଳମ୍ବ ପରେ ଖରିଫ ଧାନଚାଷ ପାଇଁ ଚାଷୀମାନେ ତଳି ପକାଇ ଋଆପୋତା ଆରମ୍ଭ କରିବା ସମୟରେ ଏହି ବନ୍ୟା ଆସିଥିଲା । ବନ୍ୟା ପାଣିରେ ୩ ଦିନ ବୁଡି ରହି ବନ୍ୟାଞ୍ଚଳର ଅଧିକାଂଶ ତଳି ପଚି ନଷ୍ଟ ହୋଇଯାଇଛି । ପୁନର୍ବାର ତଳି ପକାଇବା ପାଇଁ ଆଉ ସମୟ ନଥିବାରୁ ଚାଷୀମାନେ ତଳି ଯୋଗାଡ କେଉଁଠୁ କରିବେ ତାହାକୁ ନେଇ ଚାଷୀକୂଳ ଚିନ୍ତାଗ୍ରସ୍ତ ହୋଇଛି । ସରକାରୀ ତଥ୍ୟ ଠାରୁ ଢେର ଅଧିକ ଚାଷଜମି ପ୍ରଭାବିତ ହୋଇଛି । ତଳି ନଷ୍ଟ ପାଇିଁଁ ସରକାରୀ ସହାୟତା ମିଳିବ କି ନାହିଁ ତାହାକୁ ଅପେକ୍ଷା କରିଛନ୍ତି ଚାଷୀକୂଳ । ଖାଳୁଆ ଜମିରେ ଏବେ ବି ପାରି ଜମି ରହିଥିବାରୁ କ୍ଷୟକ୍ଷତି ପରିମାଣ ଯଥେଷ୍ଟ ଅଧିକ ହେବ ବୋଲି ଚାଷୀମାନଙ୍କ ପକ୍ଷରୁ ମତ ପ୍ରକାଶ ପାଇଛି । ସେହିପରି ନଦୀ ଉପକୂଳବର୍ତ୍ତୀ ଅଞ୍ଚଳର ଚାଷଜମିରେ ଚାଷୀମାନେ ପେଷାଗତ ଭାବେ କରିଥିବା ପନିପରିବା ଚାଷ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ଏଥିଯୋଗୁଁ ହଜାର ହଜାର ଟଙ୍କା ମୂଲ୍ୟର ଚାଷ ନଷ୍ଟଯିବାରୁ ଚାଷୀମାନଙ୍କୁ ବ୍ୟାପକ କ୍ଷତି ସହିବାକୁ ପଡିଛି । ବ୍ଲକ କୃଷି ଉଦ୍ୟାନ ବିଭାଗ ପନିପରିବା ଚାଷୀଙ୍କ ପ୍ରତି ସଦା ସର୍ବଦା ଉଦାସୀନ ରହିଥିବାରୁ ପନିପରିବା ଚାଷ ନଷ୍ଟ ରିପୋର୍ଟ ସରକାରଙ୍କ ନିକଟକୁ ଯାଇ ପାରିବ କି ନାହିଁ ତାହାକୁ ନେଇ ଆଶଙ୍କା ପ୍ରକାଶ କରିଛନ୍ତି କ୍ଷତଗ୍ରସ୍ତ ଚାଷୀ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.