Home ଓଡ଼ିଶା ଲୋକଲଜ୍ଜା ସହି ନ ପାରି ଶେଷରେ ଆତ୍ମହତ୍ୟା କଲେ ମହିଳା

ଲୋକଲଜ୍ଜା ସହି ନ ପାରି ଶେଷରେ ଆତ୍ମହତ୍ୟା କଲେ ମହିଳା

1028

ନୟାଗଡ଼,୧୪/୧୦,(ଓଡ଼ିଆ ପୁଅ ପି ନାଏକ): ନୟାଗଡ଼ ଜିଲ୍ଲା ଖେଡବାରଣା ଗାଁ ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଲୋକ ଲଜ୍ଜା କୁ ସହ୍ୟ କରିନପାରି ଜଣେ ମହିଳା ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ତେବେ ସୂଚନା ଅନୁସାରେ, ଲୀଳାବତି ନାୟକ ନାମକ ଜଣେ ମହିଳା ୨ ଝିଅ ଏବଂ ପୁଅ ସହ ଗାଁରେ ରହୁଥିଲେ ଓ ତାଙ୍କ ସ୍ବାମୀ କେରଳରେ ରହୁଥିଲେ । ତେବେ ଗତ ଶନିବାର ରାତିରେ ସେହି ଗାଁର କ୍ରୁଷ୍ଣଚନ୍ଦ୍ର ନାଏକ ନାମକ ଜଣେ ଯୁବକ ମହିଳାଙ୍କ ଘରେ ପଶିଥିଲେ ଓ ତାଙ୍କୁ ଅସଦାଚରଣ କରିବା ସହ ୫୦ ହଜାର ଟଙ୍କା ଲୁଟି ନେଇଥିଲା । ପରେ ମହିଳା ଜଣକ ପୋଲିସର ଅଭିଯୋଗ ପାଇଁ ବାହାରିଥିଲେ । ହେଲେ ଗାଁ ଲୋକ ଏହାକୁ ବିରୋଧ କରିବା ସହ ଗାଁ ମଧ୍ୟରେ ଏକଥାକୁ ତୁଟାଇବାକୁ କହିଥିଲେ । ହେଲେ ସମାଧାନରେ ବିଳମ୍ବ ହେବାରୁ ମହିଳା ଜଣକ ରଶି ଲଗାଇ ଆତ୍ମହତ୍ୟା କରିଥିବା ତାଙ୍କ ଭାଇ ଓ ଝିଅ କହିଛନ୍ତି । ଖବର ପାଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.