Home କୋରାପୁଟ   ପେ-ରିଭିଜନ ଦାବିରେ ହାଲ କର୍ମଚାରୀଙ୍କ  ଧର୍ମଘଟ ଆରମ୍ଭ

  ପେ-ରିଭିଜନ ଦାବିରେ ହାଲ କର୍ମଚାରୀଙ୍କ  ଧର୍ମଘଟ ଆରମ୍ଭ

97

କୋରାପୁଟ ୧୪-୧୦ (ଓଡିଆ ପୁଅ /ରଂଜନ କୁମାର ଦାସ) ପେ-ରିଭିଜନ ସମେତ ଅନ୍ୟାନ୍ୟ ଦାବି  ପୂରଣ ନିମନ୍ତେ ସୋମବାରରୁ  ସାରା ଭାରତ ବର୍ଷରେ ଥିବା ହିନ୍ଦୁସ୍ଥାନଏରୋନେଟିକସ ଲିମିଟେଡ(ହାଲ) ର  ୯ଟି ଡିଭିଜନରେ କାର୍ଯ୍ୟରତ କର୍ମଚାରୀ ଅନିର୍ଦ୍ଧିଷ୍ଟ କାଳ ଯାଏ ଧର୍ମଘଟ ଆରମ୍ଭ କରିଥିବାବେଳେ  କୋରାପୁଟ ଡିଭିଜନ ସୁନାବେଡାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ସୋମବାର ସକାଳୁ ସୁନାବେଡାର ସମସ୍ତ କର୍ମଚାରୀ ୧ନଂ ଗେଟ ଓ ମେନ ଗେଟ ସମୁଖରେ ଏକତ୍ରିତ ହୋଇ ଧର୍ମଘଟ କରୁଥିବାରୁ  ହାଲ କାରଖାନା ପୁରା ବନ୍ଦ ହୋଇଥିବାବେଳେ  ଉତ୍ପାଦନ ବନ୍ଦ  ରହିଥିବା ଜଣା ପଡିଛି । କର୍ମଚାରୀ ସଂଘର  ଅଭିଯୋଗ ଅନୁଯାୟୀ କେନ୍ଦ୍ର ସରକାର  ୨୦୧୭ ଜାନୁଆରୀରେ ସମସ୍ତଙ୍କ ଦରମା ପୁନ ନିର୍ଦ୍ଧାରଣ  କରିବାର ଥିଲେ ମଧ୍ୟ  କେବଳ ଅଫିସର ମାନଙ୍କ ପେ-ରିଭାଇଜ କରି ଚୁପ ବସି ଯାଇଛନ୍ତି । ଗତ ୩୩ ମାସରେ ୧୫ଟି ବୈଠକ କରି ସୁଦ୍ଧା କେନ୍ଦ୍ର ସରକାର କର୍ମଚାରୀ ମାନଙ୍କର ସମସ୍ୟାର ସମାଧାନ କରିବାରେ ବିଫଳ ହୋଇଥିବା ସଂଘ ଅଭିଯୋଗ କରିଛି । ଅଫିସର ମାନଙ୍କୁ କେନ୍ଦ୍ର ସରକାର  ମୂଳ ଦରମାର ୧୫ ପ୍ରତିଶତ ଫିଟମେଂଟ ଆଲାଉନସ ଓ ୩୫ ପ୍ରତିଶତ ପ୍ରକଆଲାଉନସ ଦେଉଥିବାବେଳେ  କର୍ମଚାରୀଙ୍କ ପ୍ରତି  ଅନ୍ୟାୟ କରି ୧୧ ପ୍ରତିଶତ ଫିଟମେଂଟଆଲାଉନସ ଓ ୨୨ ପ୍ରତିଶତପ୍ରକଆଲାଉନସଦେଉଥିବା ସଂଘ  ଅଭିଯୋଗ କରିଛି । ସେହିପରି ୨୦୧୭ରୁ ଦରମା ପୁନଃ  ନିର୍ଦ୍ଧାରଣ  କରିବାର ଥିଲେ ମଧ୍ୟ ୨୦୧୯ ଅକ୍ଟୋବର ଶେଷ ହେବାକୁ ଥିବାବେଳେ କେନ୍ଦ୍ର ସରକାର ଏ ଯାଏ ଚୁପ ବସି ରହିବା  ସେମାନଙ୍କ ପ୍ରତି ଅବିଚାର କରୁଥିବା ସଂଘ ଅଭିଯୋଗ କରିବା ସହ  ସେମାନଙ୍କ ଦାବି ପୂରଣ ଯାଏ ଧର୍ମଘଟ ଜାରି ରହିବ ବୋଲି ଚେତାବନୀ ଦେଇଛି । ସୁନାବେଡାର ହାଲରେ ଥିବା ବିଜୁ ଏରୋନେଟିକ୍ସ୍ ଏମ୍ପେ୍ଲାଇଜ୍ ୟୁନିଅନ,ହିନ୍ଦୁସ୍ଥାନ୍ ମଜଦୁର ସଂଘ ଓ ଆଇଏନଟିୟସି ଧର୍ମଘଟରେ ସାମିଲ ହୋଇଥିବାବେଳେ କୋରାପୁଟ ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ରଘୁରାମ ପଡାଲ୍  ଧର୍ମଘଟ ସ୍ଥାନରେ ପହଂଚି କର୍ମଚାରୀ ମାନଙ୍କ ଦାବି ଗୁଡିକୁ ସମର୍ଥନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.