Home ଓଡ଼ିଶା ଲୋକର୍ପଣ ହେଲା ସ୍କୁଲ, ବଦଳିଗଲା ସ୍କୁଲର ରୁପରେଖ

ଲୋକର୍ପଣ ହେଲା ସ୍କୁଲ, ବଦଳିଗଲା ସ୍କୁଲର ରୁପରେଖ

37

ହାଟଡ଼ିହି-୧୪ /୧୧, (ଓଡିଆପୁଅ / ବିକାଶ ବିଶ୍ୱାଳ) ୫ଟି- ଯୋଜନାରେ ସାମିଲ ହୋଇ ନବୀକରଣ ହୋଇଥିବା ହାଟଡିହି ବ୍ଲକର ୯ଟି ସ୍କୁଲ ଆଜି ଲୋକାର୍ପଣ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଏଗୁଡିକୁ ଲୋକାର୍ପଣ କରାଯାଇଛି । ଅନେକ ସ୍କୁଲରେ ସ୍ମାର୍ଟ କ୍ଲାସରୁମ ଓ ଅନ୍ୟାନ୍ୟ କାର୍ଯ୍ୟ ଅଧାପନ୍ତରିଆ ଭାବେ ରହିଥିବାବେଳେ ସେହିସବୁ ସ୍କୁଲରେ କେବଳ ଔପଚାରିକତା ଭାବେ ଉଦଘାଟନ କରାଯାଇଛି । ଆଜି ହାଟଡିହି ବ୍ଲକର ଷଡଙ୍ଗ, ଡଅଁର, କଳିଗାଁ, ମୁଗୁପୁର, ହାଟଡିହି, ବଞ୍ଚୋ, ଓରାଳି ଆଦି ସ୍କୁଲ ଗୁଡିକୁ ଲୋକାର୍ପଣ କରାଯାଇଛି । ଅନେକ ସ୍କୁଲରେ ଶିକ୍ଷକ ଅଭାବ ଥିବାବେଳେ ଏହି ସ୍ମାର୍ଟ କ୍ଲାସରୁମ କଣ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବ ବୋଲି ମଧ୍ୟ ଅଭିଭାବକମାନେ ପ୍ରଶ୍ନ କରିଛନ୍ତି । ଶିକ୍ଷକ ନଥାଇ ଏପରି ସଜେଇ ହେବାର ମାନେ କଣ ବୋଲି ମଧ୍ୟ ସେମାନେ ପ୍ରଶ୍ନ କରିଛନ୍ତି ।
ବିଶେଷକରି ବ୍ଳକର ଷଡଙ୍ଗ ରାମ ବିକ୍ରମ ହାଇସ୍କୁଲଟି ସମସ୍ତସ୍କୁଲ ଠାରୁ ଭିନ୍ନ ହୋଇଯାଇଛି । ଏଠାକାର ପରିବେଶ ବେଶ ମନମୁଗ୍ଧକର ହୋଇଛି । ସ୍ମାର୍ଟ କ୍ଲାସରୁମ ସାଙ୍ଗକୁ ଇ-ଲାଇବ୍ରେରୀ, ଆଇସିଟି ଲ୍ୟାବ, ସାଇନସ ଲ୍ୟାବ, ମଲଟି ପର୍ପୋଜ ଡ୍ରିଙ୍କଙ୍ଗ ୱାଟର ସୁବିଧା, ଲାଟିନ, ଲନ ବେଶ ଆକର୍ଷଣୀୟ ହୋଇଛି । କଥାକୁହା କାନ୍ଥ ଗୁଡିକ ଅତି ସୁନ୍ଦରତାର ସହ ସଜାଯାଇଛି । ସମ୍ମୁଖରେ ଗଣେଷଙ୍କ ମୁତ୍ତୀ ସ୍ଥାପନ କରାଯାଇ ଥିବାବେଳେ ଚାରିପଟେ ମହାପୁରୁଷଙ୍କ ପ୍ରତିଛବି ସ୍ଥାନ ପାଇଛି । ଭିତରକୁ ପସିଗଲେ ଏହା ଏକ ପାର୍କର ଭ୍ରମ ସୃଷ୍ଟି କରୁୁଛି । ଯାହାକୁନେଇ ସ୍ଥାନୀୟ ଅଭିଭାବକ, ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଖୋଳାଇ ଦେଇଛି । ଏପରି ସ୍କୁଲ ହେବାଦ୍ୱାରା ଧନୀ ଗରିବ ଛାତ୍ରଛାତ୍ରୀମାନେ ସମସ୍ତେ ସ୍କୃଲ ପ୍ରତି ଆକୃଷ୍ଟ ହେବେ ବୋଲି ପୁରାତନ ଛାତ୍ର ଧବଳେଶ୍ୱର ପଟ୍ଟନାୟକ, ପ୍ରଧାନ ଶିକ୍ଷକ ବୃନ୍ଦାବନ ମଲ୍ଲିକ, ଶିକ୍ଷାକର୍ମୀ ଜଗବନ୍ଧୁ ପଢ଼ିଆରୀ, ସରପଞ୍ଚ ସ୍ୱପ୍ରଭା ଜେନା ପ୍ରମୁଖ କହିଛନ୍ତି । ପ୍ରଧାନ ଶିକ୍ଷକ ବୃନ୍ଦାବନ ମଲ୍ଲିକଙ୍କ ସଂଯୋଜନାରେ ଆଜି ଏହାର ଲୋକାର୍ପଣ ଉତ୍ସବରେ ବ୍ଲକ ଅଧ୍ୟକ୍ଷା ସଞ୍ଜୁଲତା ବିଶ୍ୱାଳ, ବିଡିଓ ବିନିତା ବିଜୟିନୀ, ସିଡିପିଓ ସରସ୍ୱତୀ ସେଠୀ, ସରପଞ୍ଚ ସ୍ୱର୍ଣ୍ଣପ୍ରଭା ଜେନା, ସ୍କୁଲ ପରିଚାଳନା କମିଟିର ସଭାପତି ମମତା ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସରକାରଙ୍କ ଏହି ଯୋଜନା ଦ୍ୱାରା ଛାତ୍ରଛାତ୍ରୀମାନେ ସରକାରୀ ସ୍କୁଲ ମାନଙ୍କରେ ବେସରକାରୀ ସ୍କୁଲର ସମସ୍ତ ସୁବିଧା ସୁଯୋଗ ପାଇ ଶିକ୍ଷାଲାଭ କରିବାକୁ ଆଗ୍ରହୀ ହେବେ ବୋଲି ମତବ୍ୟକ୍ତ କରିଥିଲେ । ଆଜିର ଉତ୍ସବରେ ଶତାଧିକ ଛାତ୍ରଛାତ୍ରୀ, ଅଭିଭାବକ, ଅଭିଭାବିକା, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ, ସଦସ୍ୟା, ପୁରାତନ ଛାତ୍ରଛାତ୍ରୀ ମାନେ ଯୋଗଦେଇ ଥିବାବେଳେ ସହକାରୀ ଶିକ୍ଷକ ରବିନ୍ଦ୍ର କୁମାର ନାଥ, ଲୋକନାଥ ଦାସ, ରଘୁନାଥ ମହାନ୍ତି, ଅଜୟ କୁମାର ଜେନା, ସୁରଥ ଚନ୍ଦ୍ର ମହାନ୍ତ, ବର୍ଷାରାଣୀ ଜେନା, ପଜାସ୍ମିତା ଜେନା, ସୁମନ୍ତ କୁମାର ଦାସ, ଶିକ୍ଷାକର୍ମୀ କୃଷ୍ଣ ଚନ୍ଦ୍ର ମିଶ୍ର, ଜଗବନ୍ଧୁ ପଢ଼ିଆରୀ, ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.