Home କେନ୍ଦୁଝର ତାଲୁକ ଆଇନ ସେବା ପକ୍ଷରୁ ନବୋଦୟ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ

ତାଲୁକ ଆଇନ ସେବା ପକ୍ଷରୁ ନବୋଦୟ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ

30

ହାଟଡ଼ିହି-୧୪ /୧୧, (ଓଡିଆପୁଅ / ବିକାଶ ବିଶ୍ୱାଳ) ଆନନ୍ଦପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଜବାହାର ନବୋଦୟ ବିଦ୍ୟାଳୟ ହଦଗଡ ଠାରେ ଶିଶୁ ଦିବସ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଅତିଥିଗଣ ବିଘ୍ନବିନାଶନ ଗଜାନନଙ୍କ ପୁଜା କରିଥିଲେ । ଶିଶୁମାନେ ଆଇନ ସହାୟତା ଶ୍ଳୋଗାନ ଦେଇ ଗ୍ରାମ ପରିକ୍ରମା କରିଥିଲେ । ପରେ ଅନୁଷ୍ଠିତ ଶିଶୁ ଦିବସ ଓ ଆଇନି ସଚେତନତା ସଭାରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ରଞ୍ଜନ କୁମାର ସୁତାର ଉପସ୍ଥିତ ଶିଶୁ ମାନଙ୍କୁ କିଶୋର ନ୍ୟାୟ ଆଇନ୍‌, ଯୌନଶୋଷଣରୁ ସୁରକ୍ଷା ଆଇନ୍‌, ଶିଶୁ ଦିବସ ଅବସରରେ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଳ ନେହେରୁଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ଭାବେ ନ୍ୟାୟିକ ବିଚାରପତି (ପ୍ରଥମଶ୍ରେଣୀ) ପ୍ରବିର କୁମାର ହୋତା ଶିଶୁମାନେ ବିଦ୍ୟା ଅଧ୍ୟୟନରେ ସଂଘର୍ଷରତ ରହି ନିଜକୁ ସଫଳତମ ଓ ଶିର୍ଷରେ ରହିବାକୁ ପ୍ରେରଣା ଯୋଗାଇଥିଲେ । ପ୍ରମୁଖ ଅତିଥି ଭାବେ ହାଟଡିହି ଦେୱାନୀ ନ୍ୟାୟାଳୟର ବିଚାରପତି ପ୍ରତିମା ସାହୁ, ବରିଷ୍ଠ ଆଇନିଜୀବୀ ତଥା ଆନନ୍ଦପୁର ଓକିଲ ସଂଘର ସଭାପତି ଦୟାନିଧି ଦାଶ, ତାଲୁକ ଆଇନ୍ ସେବା ସଦସ୍ୟ ତଥା ଆଇନିଜୀବି ବାଇଧର ସେଠୀ, ହେମରଞ୍ଜନ ବେହେରା, ଶିଶୁ ଅଧିକାର କର୍ମୀ ତଥା ଚାଇଲଡ ଲାଇନ ସଦସ୍ୟ ଆଇନିଜୀବୀ ଭାଗିରଥି ଦାଶ ପ୍ରମୁଖ ଶିଶୁ ଅଧିକାର ଉପରେ ମତବ୍ୟକ୍ତ କରିଥିଲେ । ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ପି.ମଣିକଣ୍ଡନ ପାରା ଲିଗାଲ ସ୍ୱେଚ୍ଛାସେବୀ ଜ୍ୟୋତି ରଞ୍ଜନ ଜେନା ଶିଶୁ ମାନଙ୍କ କଠୋର ଅଧ୍ୟବସାୟ ଦକ୍ଷତା ପ୍ରତିପାଦନର ମୁଖ୍ୟ ସୋପାନ ବିଷୟରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ଶିକ୍ଷକ ବିଦ୍ୟାଧର ବେହେରା ମଞ୍ଚ ପରିଚାଳନା କରିଥିବାବେଳେ ବିଦ୍ୟାଳୟର ଉପାଧ୍ୟକ୍ଷ ଅଧିର କୁମାର ନାୟକ ଧନ୍ୟବାଦ ଦେଇଥିଲେ । ଛାତ୍ରଛାତ୍ରୀଙ୍କ ଦ୍ୱାରା ଶିଶୁ ଦିବସ ଅବସରରେ ବକ୍ତୃତା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ତାଲୁକ ଆଇନ ସେବା ସମିତିର କର୍ମଚାରୀ ଦେବାଶିଷ ବେହେରାଙ୍କ ସମେତ ଅନ୍ୟ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.