Home ଓଡ଼ିଶା ବାରହା ଫାସ ପଡି ହାତୀ ଅସୁସ୍ଥ

ବାରହା ଫାସ ପଡି ହାତୀ ଅସୁସ୍ଥ

52

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୪/୧୧- ସାରା ରାଜ୍ୟ ରେ ହାତୀ ଓ ମଣିଷ ମଧ୍ୟରେ ସତେ ଯେପରି ଲଢେଇ ଚାଲିଛି । କେତେବେଳେ ହାତୀ ମରୁଛି ତ କେତେବେଳେ ମଣିଷ । ଜଙ୍ଗଲ ରେ ହାତୀ ମାନଙ୍କର ଖାଦ୍ୟ ଓ ପିଇବା ପାଣି ପାଇଁ କାମ୍ପା ଯୋଜନା ରେ ସରକାର ବନବିଭାଗ ମାଧ୍ୟମ ରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଜଙ୍ଗଲ ରେ ହାତୀ ଙ୍କ ଖାଦ୍ୟ ଅଭାବ ହେବା ଯୋଗୁଁ ବଣୁଆ ହାତୀ ଏବେ ଗାଁ ମୁହାଁ ହୋଇ ପାଚିଲା ଧାନ ଖାଇବାରେ ବ୍ୟସ୍ତ । ସେଥିରୁ ବାଦ ପଡିନି ନୟାଗଡ ଜିଲ୍ଲା ଖୋର୍ଦ୍ଧା ବନଖଣ୍ଡ ଅଧିନରେ ଥିବା ରଣପୁର ବନାଂଚଳ । ପ୍ରତିଦିନ  ଜଙ୍ଗଲ ତଳିଆ ଅଂଚଳ ରେ  ଧାନ କ୍ଷେତ ରେ ହାତୀମାନେ ପଶି ଧାନ ଖାଇବା ସହ କ୍ଷୟକ୍ଷତି କରୁଛନ୍ତି । ତା ସାଙ୍ଗକୁ ଜଙ୍ଗଲି ବାରହା ଙ୍କ ଉତ୍ପାତ କହିଲେ ନସରେ । ତେଣୁ ମାଂସ ଲୋଭୀ ଲୋକମାନେ ବାରହା ଶୀକାର କରିବା ପାଇଁ ବିଦ୍ୟୁତ୍ ତାର ଓ ଫାସ ବସାଇ ଶୀକାର କରିବାରେ ଲାଗିଛନ୍ତି ।

ରଣପୁର ବନାଂଚଳ ବୋରବରଝର ଜଙ୍ଗଲ ରେ ବାରହା ଫାସ ରେ ପଡି ଏକ ହାତୀ ଅସୁସ୍ଥ ହୋଇ ରାସ୍ତା ଉପରକୁ ଆସୁଥିବା ଲୋକମାନେ ଦେଖିବାକୁ ପାଇଥିଲେ । ହାତୀ ଗୋଟେ ଗୋଡ ଛୋଟାଉଥିବା ଦେଖି ବନ ବିଭାଗ କୁ ଖବର ଦେଇଥିଲେ । ଦେଖେଣାହାରୀ ଙ୍କ କହିବା ଅନୁଯାଇ ହାତୀଟି ର ଗୋଡ ରୁ ଫାସ ଖସିଯାଇଥିଲେ ମଧ୍ୟ ସେହି ଗୋଡ ଟି ଫୁଲି ରହିଥିବା ଜଣାପଡିଛି । ଏ ସର୍ମ୍ପକେ ରଣପୁର ବନାଂଚଳ ଚକଲାଦାର ଶାନ୍ତନୁ କୁମାର ଦଳେଇ ଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ମୁଁ ନିଜେ ସଦଳ ବଳେ ଲୋକମାନେ କହୁଥିବା ବୋରବରଝର ଜଙ୍ଗଲ କୁ ଯାଇଥିଲି । ସେଠାରେ ହାତୀ ର ପାଦଚିହ୍ନ ପଡିଥିବା ଧାନ ଫସଲ କ୍ଷତି କରିଥିବା ଦେଖିବାକୁ ପାଇଥିଲି । କିନ୍ତୁ ହାତୀ ଟି ନିକଟ ଜଙ୍ଗଲ ଭିତର କୁ ଚାଲିଯାଇଥିବା ଜଣାପଡିଛି । ଦୁଇଟି ବନ ବିଭାଗ ଦଳ ଜଗି ରହିଛନ୍ତି । ସଂନ୍ଧ୍ୟା ରେ ହାତୀ ଟି ଜଙ୍ଗଲ ରୁ ବାହାରିଲେ ତାର ଅସୁସ୍ଥତା ସର୍ମ୍ପକ ରେ ପଦକ୍ଷେପ ନିଆଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.