Home ଜିଲ୍ଲା ପରିକ୍ରମା ଲୋକକବି ଜଗନ୍ନାଥ ପାଣି ଜୟନ୍ତୀ

ଲୋକକବି ଜଗନ୍ନାଥ ପାଣି ଜୟନ୍ତୀ

69

ଭଦ୍ରକ, ୧୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଆ ସାହିତ୍ୟର ଶାସ୍ତ୍ରୀୟ ମାନ୍ୟତା ପଛରେ ଜଗନ୍ନାଥ ପାଣିଙ୍କ ପରି କେତେ ଜଣ ସମର୍ପିତ କବିଙ୍କର ଓଡ଼ିଆ ଭାଷା ପ୍ରୀତି ଓଡ଼ିଆମାନଙ୍କୁ ବିଶ୍ୱ ଦରବାରରେ ଗର୍ବିତ କରିଛି ବୋଲି ସ୍ୱର୍ଗତ ପାଣିଙ୍କ ୧୮୫ତମ ଜୟନ୍ତୀରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । କରୋନା କଟକଣାର ନିୟମ ପାଳନ କରି ଉପସ୍ଥିତ ବୁଦ୍ଧିଜୀବୀମାନେ କବିଙ୍କ ଜନ୍ମ ସ୍ଥାନ ନଳାଙ୍ଗଠାରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଜଗନ୍ନାଥ ପାଣିଙ୍କ ପ୍ରଥମ କଲମ ଚାଳନାରେ ଲୋକନାଟ୍ୟ, ଗୀତିନାଟ୍ୟ ଓଡ଼ିଆ ସାହିତ୍ୟକୁ ଏକ ଅନନ୍ୟ ଅବଦାନ ବୋଲି ନାଟ୍ୟକାର ରାମନାରାୟଣ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ସାହିତ୍ୟ ଏକାଡ଼େମୀର ପୂର୍ବତନ ସଦସ୍ୟ ଇଂ ଅଭୟ ସୂତାର, ନାଟ୍ୟଶ୍ରୀ ନିର୍ମଳ ରାଉତ, ଜିଲ୍ଳା ଲେଖକ ସାମ୍ମୁଖ୍ୟର ସମ୍ପାଦକ ନୀହାର ରଂଜନ କର, ବରେଣ୍ୟ ଅତିଥି କଳାକାର ସୁବାସ ମଲ୍ଲିକ, ଅସିତ ପାଣିଗ୍ରାହୀ, ନୀର ସ୍ୱାଇଁ ପ୍ରମୁଖ କହିଥିଲେ । କବିଙ୍କ ପ୍ରପୌତ୍ର ରତନ ପାଣିଙ୍କ ତତ୍ତ୍ୱାବଧାନରେ ଉପଦେଷ୍ଟା ସନ୍ତୋଷ ଜେନା, ବିକ୍ରମ କୁଅଁର, ଜୀବନ ସାହୁ ପ୍ରମୁଖ ସଭା ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.