Home ଜିଲ୍ଲା ପରିକ୍ରମା ଜିଲା ବିଜେପି କାର୍ଯ୍ୟାଳୟରେ ଆମ୍ବେଦକର ଜୟନ୍ତୀ

ଜିଲା ବିଜେପି କାର୍ଯ୍ୟାଳୟରେ ଆମ୍ବେଦକର ଜୟନ୍ତୀ

23

ଭଦ୍ରକ, ୧୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂଜ୍ୟ ବାବା ସାହେବ ଆମ୍ବେଦକର ଜୀଙ୍କ ୧୩୧ତମ ଜନ୍ମ ଜୟନ୍ତୀ ଅବସରରେ ଆଜି ଭାରତୀୟ ଜନତା ପାର୍ଟି ଭଦ୍ରକ ଜିଲା କାର୍ଯ୍ୟାଳୟ ଠାରେ ଏକ ସଭା ଜିଲା ସଭାପତି ହେମନ୍ତ ପାଢ଼ୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ଏହି ସଭା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ଭଦ୍ରକ ବିଧାନସଭା ନେତା ଡ଼ଃ ପ୍ରଦୀପ କୁମାର ନାୟକ, ଭଣ୍ଡାରିପୋଖରୀ ବିଧାନସଭା ନେତା ବଦ୍ରିନାରାୟଣ ଧଳ,ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ଜିଲା ଉପସଭାପତି ଶ୍ରୀହର୍ଷ ସ୍ୱାଇଁ ଏବଂ ଗୀତାଞ୍ଜଳି ଆଇଚ, ଜିଲା ସାଧାରଣ ସମ୍ପାଦକ ଶଶିକାନ୍ତ ବିଶ୍ୱାଳ, ଜିଲା ସମ୍ପାଦିକା ତପସ୍ୱିନୀ ମହାପାତ୍ର, ଜିଲା ଯୁବମୋର୍ଚା ସଭାପତି ବିକାଶ ଶ୍ରେଷ୍ଠା, ଜିଲା ଆଇଟି ସେଲ ପ୍ରମୁଖ ଶଶାଙ୍କ ଶେଖର ମିଶ୍ର, ଚୈତାଳି ଖିଲାର, ବରିଷ୍ଠ କାର୍ଯ୍ୟକର୍ତ୍ତା କୈଳାଶ ସାହୁ,ବୃଷଭାନୁ ସାହୁ,ପ୍ରମୋଦ ସାମଲ,ଯୁବନେତା ଭାଗୀରଥି ମହାକୁଡ଼,ଶଶାଙ୍କ ଶେଖର ଦାସ,ପୁନିଲ ସାମନ୍ତ ,ମାନସ ନାୟକ,ଲଷ୍ମୀକାନ୍ତ ବାରିକ(ଏଲକେ),ପୂର୍ଣଚନ୍ଦ୍ର ପାଣିଗ୍ରାହୀ, ସ୍ୱତେଶ ଜେନା,ନିର୍ମଳ ପଣ୍ଡା । ପ୍ରଥମେ ଆମ୍ବେଦକରଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ କରି ତାଙ୍କୁ ଶ୍ରଦ୍ଧା ନିବେଦନ କରିବା ପରେ ସ୍ୱର୍ଗତ ଆମ୍ବେଦକର ଭାରତୀୟ ସମ୍ବିଧାନ ପ୍ରଣୟନ କ୍ଷେତ୍ରରେ ରହିଥିବା ପ୍ରମୁଖ ଭୂମିକା ସମଗ୍ର ବିଶ୍ୱବାସୀଙ୍କୁ ଚକିତ କରିଥିଲା । ଆମ୍ବେଦକରଙ୍କ ଜୀବନ ଶୈଳୀ, ତାଙ୍କ ଦେଶ ମାତୃକା ପ୍ରତି ପ୍ରେମ ତଥା ସାଧାରଣ ଜନତାଙ୍କ ପାଇଁ ରହିଥିବା ଭଲପାଇବା ଆଜି ତାଙ୍କୁ ଚିର ସ୍ମରଣୀୟ କରି ରଖିଛି ବୋଲି ମତ ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.