Home ଜିଲ୍ଲା ପରିକ୍ରମା ଦେବଭୂମିରେ ୨୧ତମ ବିଷୁବ ମିଳନ ପାଳିତ

ଦେବଭୂମିରେ ୨୧ତମ ବିଷୁବ ମିଳନ ପାଳିତ

45

ଭଦ୍ରକ, ୧୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦେବଭୂମି ଗବସାହି, ଭଦ୍ରକ ଠାରେ ବିଷୁବ ପରିଷଦର ୨୧ତମ ବିଷୁବ ମିଳନ କୋଭିଡ଼ କଟକଣାକୁ ମାନି ପାଳିତ ହୋଇଯାଇଛି । ଗୋପାଳକୃଷ୍ଣ ଦାସ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟଅତିଥି ଭାବେ ଡ. ଶଶଧର ଦାସ, ସମ୍ମାନିତ ଅତିଥି ଭାବେ ଯାତ୍ରାଭିନେତା ସୁରେଶ ପଣ୍ଡା, ମୁଖ୍ୟବକ୍ତା ଭାବେ ପ୍ରଦୀପ କୁମାର ଜେନା ଯୋଗ ଦେଇଥିଲେ । ରାଧା ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କବି ମୁକ୍ତିକାନ୍ତ ମଲ୍ଳିକ ସମ୍ପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ । ଚଳିତ ବର୍ଷ ସମ୍ମାନଜନକ ବିଷୁବ ସାହିତ୍ୟ ସମ୍ମାନ କବି ନରେଶ ମଣ୍ଡଳଙ୍କୁ ଦିଆଯାଇଥିଲା । ସମ୍ମାନିତ ପ୍ରତିଭାଙ୍କ ଉଦ୍ଦେଶ୍ୟରେ ଜଗବନ୍ଧୁ ପାଣି ମାନପତ୍ର ପାଠ କରିଥିଲେ । ଦିବ୍ୟସିଂହ ନାୟକଙ୍କ ସଂକଳନରେ ରେଣୁପ୍ରଭାଙ୍କ କବିତା ପୁସ୍ତକ ‘ଜୀବନ ଜ୍ୟାମିତିରେ ଝୋଟିଚିତା’କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଡ. ମମତା ସାହୁ ପୁସ୍ତକର ସମୀକ୍ଷା କରିଥିଲେ । ଏହି ଅବସରରେ ଏକ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା । କବି ଅରୂପାନନ୍ଦ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠରେ କବି ଗୌରାଙ୍ଗ ବାରିକ, ବଳରାମ ପଣ୍ଡା, ଦେବେନ୍ଦ୍ର ନାଥ ମହାଳିକ, ଗିରିଧାରୀ ନାଥ, ମୁକୁନ୍ଦଦେବ ନାୟକ, ଡ. ଅବନୀ ପ୍ରଧାନ, ଦିବ୍ୟସିଂ ଦାସ ଅଧିକାରୀ, ନିର୍ମଳ ପଲାଇ, ସୁରଜିତା ନାୟକ, ବାମଦେବ ମିଶ୍ର, ବାମଦେବ ମିଶ୍ର, ବିଜୟ ବହଳି ପ୍ରମୁଖ କବିତା ପାଠ କରିଥିଲେ ।

କବିର ଅନ୍ତରାତ୍ମାରୁ ନିସ୍ତବ୍ଧରେ କବିତା ପ୍ରବାହିତ ହୋଇ ସମାଜକୁ ସୁଶିକ୍ଷା ଦେଇ ସୁସ୍ଥ ସମାଜ ଗଢିଥାଏ ବୋଲି ମୁଖ୍ୟବକ୍ତା କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଇଂ ମହେଶ ପ୍ରସାଦ ଦାସ, ଦୀପକ ସାହୁ, କରୁଣାକର ବେହୁରିଆ, ରାଜକିଶୋର ସାହୁ, ସନାତନ ଦାସ, ପ୍ରଫୁଲ୍ଲ ପାଢୀ, ଯତୀଶ ରାୟ, ନରେନ୍ଦ୍ର ଦାସ, ନିରଞ୍ଜନ ପାଣି, ସୁକାନ୍ତିଲତା ସାହୁ, ବାମଦେବ ମିଶ୍ର, ଆନନ୍ଦ ଦାସ, ଋଷ୍ୟଶୃଙ୍ଗ ନାୟକ, ସାଗରିକା ନାୟକ, ଶ୍ରୀକାନ୍ତ ନାୟକ, ସୁଜାତା ନାୟକ, ପ୍ରାଚିପରିଚିତା ନାୟକ, ପ୍ରଣତୀ ମଲ୍ଲିକ, ଅମରେଶ ରାଉତ, ସମୁତୀ ନାୟକ, ସଂଯୁକ୍ତା ମହାପାତ୍ର, ଚାରୁଲତା ମହାପାତ୍ର, ଶଶୀ ଭୂଷଣ ପାଣି, ରୂପକ ବିହାରୀ ରାୟ, କାର୍ତ୍ତିକ ଚନ୍ଦ୍ର ନାୟକ, ସୁରଂଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ପ୍ରଭାତୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.