Home ଜିଲ୍ଲା ପରିକ୍ରମା ଲେଖାଶ୍ରୀଙ୍କୁ ସୋସିଆଲ ମିଡ଼ିଆରେ ଅଶାଳୀନ ମନ୍ତବ୍ୟ ଦେବା ବିଜେଡ଼ିର ହୀନ ମାନସିକତା – ବିଜେପି ମହିଳା...

ଲେଖାଶ୍ରୀଙ୍କୁ ସୋସିଆଲ ମିଡ଼ିଆରେ ଅଶାଳୀନ ମନ୍ତବ୍ୟ ଦେବା ବିଜେଡ଼ିର ହୀନ ମାନସିକତା – ବିଜେପି ମହିଳା ମୋର୍ଚ୍ଚା

64

ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବର୍ତ୍ତମାନ ସମୟରେ ମୋଦୀ ସରକାର ନାରୀମାନଙ୍କୁ ଗୁରୁତ୍ୱ ଦେଉଛନ୍ତି । ଯାହାର ଉଦାହରଣ କିଛି ଦିନ ଆଗରୁ କେନ୍ଦ୍ର ମନ୍ତ୍ରିୀ ମଣ୍ଡଳ ସଂମ୍ପ୍ରସାରଣ ସମୟରେ ଦେଖିବାକୁ ମିଳିଛି । ବହୁ ମହିଳାଙ୍କୁ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବିଭାଗ ଅର୍ଥ ବିଭାଗ, ଯାହାକି ଜଣେ ମହିଳାଙ୍କୁ ଦିଆଯାଇଛି । ବେଟି ପଢାଓ ବେଟି ବଚାଓ,ସୁକନ୍ୟା ସମୃଦ୍ଧି ଯୋଜନା ଭଳି ଅନେକ ଯୋଜନା ପ୍ରଧାନମନ୍ତ୍ରୀ ନାରୀ ମାନଙ୍କ ପାଇଁ କରୁଥିବା ସମୟରେ ରାଜ୍ୟର ନବିନ ସରକାର ଏବଂ ତାଙ୍କର ଦଳୀୟ ପଦପଦବୀରେ ଥିବା କର୍ମକର୍ତ୍ତା ମାନେ ବିଜେପିରେ ଥିବା ମହିଳା ନେତ୍ରୀ ମାନଙ୍କ ଫେସବୁକ ପୋଷ୍ଟରେ ଅଶାଳୀନ ଏବଂ ଆପତ୍ତି ଜନକ ମନ୍ତବ୍ୟ ଦେଇ ନାରୀ ମାନଙ୍କର ସମ୍ମାନକ୍ଷୁର୍ଣ୍ଣ କରୁଛନ୍ତି । ନାରୀକୁ ସମ୍ମାନ ଦେଉଥିବା ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାରଙ୍କର ଏକ ନଗ୍ନ ଉଦରହରଣ ଭାବେ ଗତ ୪ଦିନ ତଳେ ଓଡ଼ିଶା ବିଜେପିର ବରିଷ୍ଠ ନାରୀନେତ୍ରୀ ଡ. ଲେଖାଶ୍ରୀ ସାମନ୍ତସିଂହାରଙ୍କ ଫେସ୍‌ବୁକ୍ ଅକ।।ଉଣ୍ଟରେ ବିଜେଡ଼ି ସରକାରଙ୍କର ଦଳୀୟ ପଦବୀରେ ଥିବା ଜଣେ ଯୁବକ ଯିଏକି ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ୨୩ନଂ ଜିଲ୍ଲା ପରିଷଦ ଜୋନର ବିଜୁଛାତ୍ର ଜନତା ଦଳର ସଭାପତି ଅଛନ୍ତି, ସେ ଅଶାଳୀନ ମନ୍ତବ୍ୟ ଦେଇଛନ୍ତି । ଯାହା ବିଜେଡ଼ିର ଏକ ହୀନ ମାନସିକତା ଓ ହୀନ ରାଜନୀତି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଭଦ୍ରକ ଜିଲ୍ଲା ବିଜେପି ମହିଳାମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁ କହିଛନ୍ତି । ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମହିଳାମୋର୍ଚ୍ଚା ସାଧାରଣ ସମ୍ପାଦିକା ଲିପିକା ରାଉତ ସଂଯୋଜନା କରିଥିଲେ । ଶ୍ରୀମତୀ ସାହୁ ଆରୋପ କରିବା ସହିତ କହିଥିଲେ କି ଅ।।ଳୀନ ମନ୍ତବ୍ୟ ଦେଇଥିବା ଯୁବକଙ୍କ ବିରୁଦ୍ଧରେ ଭଣ୍ଡାରିପୋଖରୀ ଥାନାରେ ଅଭିଯୋଗ କରାଯାଇଥିଲେ ମଧ୍ୟ ପୁଲିସ ଏପର୍ଯ୍ୟନ୍ତ ତାଙ୍କୁ ଗିରଫ କରୁନାହିଁ । ଯଦି ଉକ୍ତ ଯୁବକଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯାଏ ତେବେ ବିଜେପି ମହିଳାମୋର୍ଚ୍ଚା ଏହି ମାମଲାକୁ ରାଜ୍ୟ ସ୍ତରୀୟ ଇଶୁ କରିବାକୁ ପଛାଇବ ନାହିଁ । ବିଜେଡ଼ି ସୁପ୍ରିମୋ ତୁରନ୍ତ ଉକ୍ତ ଯୁବକଙ୍କୁ ତାଙ୍କୁ ପଦରୁ ଅପସାରଣ କରି ନାରୀ ଜାତି ପ୍ରତିଥିବା ସମ୍ମାନର ପ୍ରମାଣ ଦିଅନ୍ତୁ ବୋଲି ଶ୍ରୀମତୀ ସାହୁ ଆହ୍ୱାନ ଦେଇଥିଲେ । ପରେ ଏ ସଂକ୍ରାନ୍ତରେ ଏକ ଦାବିପତ୍ର ଏସପିଙ୍କୁ ପ୍ରଦାନ କରିଥିଲେ । ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାନେତ୍ରୀ ଉଷା ପାଢୀ, ସମ୍ପାଦିକା ବିଷ୍ଣୁ ପ୍ରିୟା ଲେଙ୍କା ଓ ଚୈତାଳୀ ଖିଲାର, କୋଷାଧ୍ୟକ୍ଷା ବିଷ୍ଣୁପ୍ର୍ରିୟା ଜେନା, ଅଫିସ ସମ୍ପାଦିକା ସ୍ମୃତିରେଖା ରାଉତ, ଆଇଟି ସେଲ ଅଧ୍ୟକ୍ଷା ସ୍ୱର୍ଣ୍ଣଲତା ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.