Home ଜିଲ୍ଲା ପରିକ୍ରମା ବିଜେପି ନେତ୍ରୀଙ୍କ ନାମରେ ଅଶାଳୀନ ମନ୍ତବ୍ୟ ଏତାଲା; ଅଭିଯୁକ୍ତ ଥାନାରେ ଅଟକ

ବିଜେପି ନେତ୍ରୀଙ୍କ ନାମରେ ଅଶାଳୀନ ମନ୍ତବ୍ୟ ଏତାଲା; ଅଭିଯୁକ୍ତ ଥାନାରେ ଅଟକ

130

ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ଜନତା ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦିକା ଡଃ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଆକ୍ଷେପ କରି ସାମାଜିକ ଗଣମାଧ୍ୟମ ‘ଫେସବୁକ’ରେ ଅଶାଳୀନ ମନ୍ତବ୍ୟ ପ୍ରକାଶ କରିଥିବା ଜଣେ ସ୍ଥାନୀୟ ଯୁବକ ମଣ୍ଟୁ ନାୟକକୁ ପୁଲିସ ଅଟକ ରଖିଛି । ଏ ସମ୍ପର୍କରେ ୨୩୮/୨୧ନହ ମାମଲା ଋଜୁ ହୋଇ ତଦନ୍ତ ଜାରି ରହିଛି । ତଦନ୍ତକାରୀ ଅଧିକାରୀ ଏଏସଆଇ ଗଣେଶ୍ୱର ପ୍ରଧାନ ତଦନ୍ତ ଚଳାଇଛନ୍ତି ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ବିଜୁ ଜନତା ଦଳର ୨୩ ନଂ ଜୋନ ଜିଲ୍ଲା ସଭାପତି ଭାବେ ଫେସବୁକ ପ୍ରୋଫାଇଲରେ ନିଜକୁ ଉଲ୍ଲେଖ କରିଥିବା ମଣ୍ଟୁ ନାୟକଙ୍କ ନାମରେ ଥିବା ଏହି ଆକାଉଣ୍ଟରେ ଆପତ୍ତିଜନକ ମନ୍ତବ୍ୟ ପ୍ରଦାନ କରାଯାଇଛି ବୋଲି ଅଭିଯୋଗ କରି ଭଣ୍ଡାରିପୋଖରୀ ମଣ୍ଡଳ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଣତୀ ସାମଲ ସହକର୍ମୀଙ୍କ ସହ ଗତ ୫ ତାରିଖରେ ଥାନାରେ ଏତାଲା ଦେଇଥିଲେ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ରାଜନୈତିକ ଉଷ୍ମତା ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.