Home ଓଡ଼ିଶା ଲୁହା ପଥର ପରିବହନକୁ କେନ୍ଦ୍ର କରି ୨ ଗୋଷ୍ଠୀ ମଧ୍ୟରେ ତୁମୁଳ ସଂଘର୍ଷ

ଲୁହା ପଥର ପରିବହନକୁ କେନ୍ଦ୍ର କରି ୨ ଗୋଷ୍ଠୀ ମଧ୍ୟରେ ତୁମୁଳ ସଂଘର୍ଷ

184

ଯୋଡା, ୧୨/୦୯ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଲୁହା ପଥର ପରିବହନକୁ କେନ୍ଦ୍ର କରି ବାଂଶପାଣି ଠାରେ ଶୁକ୍ରବାର ରାତି ପ୍ରାୟ ସାଢେ ୮ଟା ସମୟରେ ଏକ ଗୋଷ୍ଠୀ ସଂଘର୍ଷ ଘଟିଯାଇଛି । ଏହି ଗୋଷ୍ଠୀ ସଂଘର୍ଷରେ ଅନେକ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଶଙ୍କଟାପର୍ଣ୍ଣ ଥିବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଏହି ଘଟଣାଟିରେ ଆହତମାନେ ହେଲେ ଦିପକ ଚାତାର, ଟିଟୁ ବେହେରା, ଚନ୍ଦ୍ର ମୁଣ୍ଡା, ସୁରେଶ ଚନ୍ଦ୍ର ବେହେରା, ଟୁଲୁ ପୂର୍ତ୍ତି, ଦିଲିପ କୁମାର ନାଏକ । ସେମାନେ ଯୋଡା କେନ୍ଦ୍ରୀୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ଏକ ଗୋଷ୍ଠୀର ସନ୍ତୋଷ ସିଂଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା । ସେଠାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି । ବାଂଶପାଣି ଠାରେ ଲୁହାପଥର ପରିବହନ ଏବଂ ବୋଝେଇକୁ ନେଇ କିଛି ଦିନ ହେବ ରେଳ ସାଇଡିଂରେ ଅଶାନ୍ତ ବାତାବରଣ ସୃଷ୍ଟି ହୋଇଥିଲା । କିଛି ବର୍ଷ ହେବ ଗୋଟିଏ ଗୋଷ୍ଠୀ ଏହି କାର୍ଯ୍ୟ କରିଆସୁଥିବା ବେଳେ ଅନ୍ୟ ଗୋଟିଏ ଗୋଷ୍ଠୀକୁ ଏହାକୁ ବିରୋଧ କରିବା ସହ ଏହି କାର୍ଯ୍ୟରୁ ନିବୃତ୍ତ ହେବାକୁ ଧମକ ଦେଇଆସୁଥିଲେ । ତେବେ ଏହି ଗୋଷ୍ଠୀ ବିବାଦ ଗତକାଲି ରାତ୍ରୀରେ ଉଗ୍ରରୂପ ଧାରଣ କରିଥିଲା । ପ୍ରତ୍ୟେକ୍ଷ ଦର୍ଶୀଙ୍କ କହିବା ଅନୁଯାୟୀ ବିଳମ୍ବିତ ରାତିରେ ଉଭୟ ଗୋଷ୍ଠୀ ଲୁହା ରଡ, ଛୁରୀ, ଖଣ୍ଡା ଏବଂ ବନ୍ଧୁକ ଧରି ଉଭୟ ଉଭୟଙ୍କୁ ସଂଘବଦ୍ଧ ଭାବେ ମରଣନ୍ତାକ ଆକ୍ରମଣ କରିଥିଲେ । ଏପରିକି କିଛି ସମୟ ପାଇଁ ଏହି ରେଳ ସାଇଡିଂ ଟି ରଣାଙ୍ଗନରେ ପରିଣତ ହୋଇଥିଲା । ଏହି ସଂଘବଦ୍ଧ ଆକ୍ରମଣରେ ୩ଟି ମୋଟର ସାଇକେଲ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ଏହି ଗୋଷ୍ଠୀ ବିବାଦଟି ସନ୍ତୋଷ ସିଂଙ୍କ ଗୋଷ୍ଠୀ ଏବଂ ସୁରେଶ ଚନ୍ଦ୍ର ବେହେରାଙ୍କ ଗୋଷ୍ଠୀ ମଧ୍ୟରେ ହୋଇଥିବା ସୂଚନା ମିଳିଛି । ଏଠାରେ ସୂଚନା ଯୋଗ୍ୟ ଯେ, ଏହି ବାଂଶପାଣି ରେଳ ସାଇଡିଂରେ କିଛି ବର୍ଷ ପୂର୍ବେ ପରିବହନ ଓ ରେଳ ବୋଝେଇକୁ ନେଇ ଶୁଶିଲ ପରମାଣି ନାମକ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା । ତେବେ ଯୋଡା ପୁଲିସ ଏହି ଗୋଷ୍ଠୀ ସଂଘର୍ଷକୁ ପ୍ରତିହତ କରିନପାରିଲେ ଆଗାମୀ ଦିନରେ ଏହା ଆହୁରୀ ଉଗ୍ର ରୂପ ନେବ ବୋଲି ସାଧାରଣରେ ଆଲୋଚନା ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.