Home ଜିଲ୍ଲା ପରିକ୍ରମା ଲାୟନ୍ସ କ୍ଲବ ଉମଙ୍ଗର କରୋନା ମୁକାବିଲା ଅଭିଯାନ

ଲାୟନ୍ସ କ୍ଲବ ଉମଙ୍ଗର କରୋନା ମୁକାବିଲା ଅଭିଯାନ

115

ବାଲେଶ୍ୱର, ୨୫-୭ (ଓଡ଼ିଆ ପୁଅ/ଅଭୟ ଦାସ): କରୋନା ଭଳି ସ୍ଥିତିରେ ସଂକ୍ରମଣ ରୋକିବା ଦିଗରେ ଜନସାଧାରଣଙ୍କୁ ସଚେତନ କରାଇବା ଅଭିଯାନ ଜାରି ରଖିଛି ଲାୟନ୍ସ କ୍ଲବ ଉମଙ୍ଗ। ନିକଟ ଅତୀତରେ ସାଧାରଣଙ୍କ ବ୍ୟବହାର ନିମନ୍ତେ ବ୍ୟାଙ୍କ ଓ ମହିଳା କଲେଜରେ ପେଡେଷ୍ଟାଲ ସାନିଟାଇଜର ଷ୍ଟାଣ୍ଡ ପ୍ରତିଷ୍ଠା କରିଥିବା ବେଳେ ଏବେ ସାନିଟାଇଜର, ମାସ୍କ ଓ ସାବୁନ ବଣ୍ଟନ ଉପରେ ଗୁରୁତ୍ୱ ଦେଇଛି ସଂଗଠନ। ଏହି ପରିପ୍ରେକ୍ଷୀରେ ଉମଙ୍ଗ ପକ୍ଷରୁ ଆଜି ପୁରୁଣାବାଲେଶ୍ୱର ଅଞ୍ଚଳର ଜନସାଧାରଣଙ୍କୁ କରୋନା ସମ୍ପର୍କରେ ସଚେତନ କରାଇବା ସହ ମାସ୍କ, ସାନିଟାଇଜର ଓ ସାବୁନ୍ ଆଦି ବଣ୍ଟନ କରାଯାଇଛି। ଆୟାଜିତ କାର୍ଯ୍ୟକ୍ରମରେ ଉମଙ୍ଗର ସଭାପତି ମନୀଷା ଦାସ, ସମ୍ପାଦିକା ସ୍ନେହା ସରାୱଗୀ, ଦର୍ଶନା ସାଦ୍ଧ୍ର, ସଂଗଠନର ହେଲଥ ୟୋରପର୍ସନ ବିଦ୍ୟୁତ୍ ଣ୍ଡା, ଜୋନାଲ ଚେୟର ପର୍ସନ କ୍ରିଷ୍ଣା ଦାସ ପ୍ରମୁଖ ଯୋଗଦେଇ ମହାମାରୀ କରୋନାର ଭୟାବହତା ଓ ସତର୍କତା ସମ୍ପର୍କରେ ଲୋକଙ୍କୁ ବୁଝାଇବା ସହ ସମସ୍ତଙ୍କୁ ମାସ୍କ, ସାନିଟାଇଜର ଓ ସାବୁନ୍ ଆଦି ବଣ୍ଟନ କରିଥିଲେ। ପୁରୁଣା ବାଲେଶ୍ୱର ଅଞ୍ଚଳର ପ୍ରାୟ ୨ଶହରୁ ଊର୍ଦ୍ଧ୍ୱ ଲୋକଙ୍କୁ ଏହି ସାମଗ୍ରୀ ପ୍ରଦାନ କରାଯାଇଥିଲା। କରୋନା ଭଳି ମହମାରୀକୁ ପ୍ରତିହତ କରିବା ପାଇଁ ଏହି ଅଭିଯାନ ଚାଲିଥିବା ବେଳେ ଆଗାମୀ ଦିନରେ ଅନ୍ୟାନ୍ୟ ଅଞ୍ଚଳରେ ବି ସଂଗଠନ ପକ୍ଷରୁ କାର୍ଯ୍ୟକ୍ରମ ଜାରି ରହିବ ବୋଲି ଉମଙ୍ଗର କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.