Home ଓଡ଼ିଶା ଲଘୁଚାପ ଜନିତ ବର୍ଷାରେ ତେନ୍ତଳାପଶି ପଞ୍ଚାୟତର ଓ୍ବାର୍ଡମେମ୍ବରଙ୍କ ଭାଙ୍ଗିଲା ଘର

ଲଘୁଚାପ ଜନିତ ବର୍ଷାରେ ତେନ୍ତଳାପଶି ପଞ୍ଚାୟତର ଓ୍ବାର୍ଡମେମ୍ବରଙ୍କ ଭାଙ୍ଗିଲା ଘର

205

ହରିଚନ୍ଦନପୁର, ତା ୨୫ ଅଗଷ୍ଟ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ତେନ୍ତଳାପଶି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନକମଣ୍ଡରା ଗ୍ରାମରେ ଲଘୁଚାପ ଜନିତ ତୁହାକୁ ତୁହା ବର୍ଷା ଯୋଗୁଁ ଜଣଙ୍କ ଘରର କାନ୍ଥ ଭାଙ୍ଗି ଯାଇଥିବା ଜଣାପଡିଛି । ଖବର ଅନୁଯାୟୀ ୧ନଂ ଓ୍ବାର୍ଡର ଓ୍ବାର୍ଡ ମେମ୍ବର ମୀନଗଡୁଆ ବେହେରାଙ୍କ ଘରର କାନ୍ଥ ଲଘୁଚାପ ବର୍ଷାରେ ଘରର କାନ୍ଥଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ଦଇବ ସାହା” ସେହି ସମୟରେ ଘର ମଧ୍ୟରେ ପରିବାର କୋୖଣସି ସଦସ୍ୟ ସେଠାରେ ନଥିଲେ । କେନ୍ଦ୍ର ଓ ରାଜ୍ୟ ସରକାରର ଆବାସ ଯୋଜନାର ଡିମଡିମା ପିଟୁଥିବା ବେଳେ ତାହାର ବାସ୍ତବ ଚିତ୍ର କ’ଣ ତାହା ଏହି ଖବରୁ ଜଣାପଡ଼ୁଛି । ଉଭୟ ସରକାରଙ୍କ ଅନେକ ଯୋଜନା ରହିଛି ହେଲେ ତାହା କେତେକ ଖାମଖିଆଲି ମନୋଭାବ ରଖୁଥିବା ସରକାରୀ ବାବୁଙ୍କ ପାଇଁ କାଗଜ କଲମରେ ସିମୀତ ହୋଇରହିଯାଉଛି । ଏଠାରେ ପ୍ରଶ୍ନ ଯେ ଜଣେ ବର୍ତ୍ତମାନ ପଞ୍ଚାୟତରେ ଓ୍ବାର୍ଡମେମ୍ବର ଥିବା ବେଳେ ତାଙ୍କ ଘରର ଅବସ୍ଥା ଏଭଳି ଅଛିତ, ବେସାହାରା ଲୋକଙ୍କ କଥା ପଚାରେ କିଏ । ଯୋଜନା ପାଇଁ ଯୋଗ୍ୟ ହିତାଧିକାରୀ ଚୟନ ହୋଇନାହିଁ ନା ପିଠାଗୋଳା ପଞ୍ଚାୟତ ଭଳି ତେନ୍ତଳାପଶି ପଞ୍ଚାୟତ ବି ଦୁର୍ନୀତି ଗନ୍ତାଘର, ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଯୋର ଧରିଛି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଯଥାଶୀଘ୍ର ଉକ୍ତ ଓ୍ବାର୍ଡମେମ୍ବର ସହ ଅନ୍ୟ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଇବାକୁ ଜନସାଧାରଣରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.