Home କେନ୍ଦୁଝର ମଧୁବନରେ ୧୩ ଆକ୍ରାନ୍ତ, ସମସ୍ତେ ସ୍ଥାନୀୟ ସଂକ୍ରମିତ, ୨୨୬ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ମଧୁବନରେ ୧୩ ଆକ୍ରାନ୍ତ, ସମସ୍ତେ ସ୍ଥାନୀୟ ସଂକ୍ରମିତ, ୨୨୬ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

241

ହାଟଡିହି -୨୫ । ୮ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକରେ ଆଜି ଗୋଟିଏ ଦିନରେ ୧୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ପ୍ରଥମଥର ପାଇଁ ହଦଗଡ ପଞ୍ଚାୟତର ମଧୁବନ ଗ୍ରାମରେ ୧୩ଜଣ ଆକ୍ରାନ୍ତ ଅଛନ୍ତି । ସମସ୍ତେ ସ୍ଥାନୀୟ ସଂକ୍ରମଣ ହୋଇଥିବାରୁ ସମଗ୍ର ଅଞ୍ଚଳରେ ଆଜି ଏହା ଚର୍ଚ୍ଚାର ବିଷୟ ପାଲଟିଛି । ଫଳରେ ଆଜି ସୁଧା ବ୍ଲକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨୬ରେ ପହଞ୍ଚିଛି । ଆଜି ୧୫ଜଣଙ୍କ ମଧ୍ୟରୁ ଜଣେ ହାଟଡିହିର ଓ ଆଉ ଜଣେ ଢ଼େଙ୍କା ପଞ୍ଚାୟତର ବୋଲି ଜଣାଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ପଞ୍ଚାୟତରେ ଶିବିର କରାଯାଇ ସ୍ୱାବ ସଂଗ୍ରହ କରିବାପରେ ଆଜି ଗୋଟିଏ ଦିନରେ ହଦଗଡର ମଧୁବନରୁ ଏତେ ସଂଖ୍ୟକ ପଜେଟିଭ ଚିହ୍ନଟ ହୋଇଛନ୍ତି ବୋଲି ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ କୁହାଯାଇଛି । ମଧୁବନ ସ୍କୁଲରେ ଏକ ସଂଗରୋଧ କେନ୍ଦ୍ର ଖୋଲାଯାଇ ସେମାନଙ୍କୁ ସେଠାରେ ରଖାଯାଇ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଥିବା ସୁଚନା ମିଳିଛି । ବର୍ତ୍ତମାନ ସୁଧା ୬ଜଣ ଆକ୍ରାନ୍ତ ସେଠାରେ ଆସି ପହଞ୍ଚିଥିବା ଜଣାଯାଇଛି । ଗୋଟିଏ ପଟେ ସ୍ୱାବ ପରୀକ୍ଷଣ ବଢ଼ୁଥିବାବେଳେ ସ୍ଥାନୀୟ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି । ଯାହାକୁନେଇ ସାଧାରଣ ଲୋକମାନେ ଭୟଭୀତ ହୋଇପଡିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.