Home Coronavirus Outbreak ଲକ୍ଷ୍ମୀପୁର ମାମଲାର ତଦନ୍ତ ପାଇଁ ଏକକ ସଦସ୍ୟ ବିଶିଷ୍ଟ ତଦନ୍ତ କମିଶନ ଗଠନ – ଆହ୍ଲାବାଦ...

ଲକ୍ଷ୍ମୀପୁର ମାମଲାର ତଦନ୍ତ ପାଇଁ ଏକକ ସଦସ୍ୟ ବିଶିଷ୍ଟ ତଦନ୍ତ କମିଶନ ଗଠନ – ଆହ୍ଲାବାଦ ହାଇକୋର୍ଟର ପୂର୍ବତନ ବିଚାରପତିଙ୍କୁ ଦାୟିତ୍ତ୍ୱ

33

ଲକ୍ଷ୍ନୌ ୭-୧୦ (ଓଡ଼ିଆ ପୁଅ): ଲକ୍ଷ୍ମୀପୁର ଖେରୀରେ ଚାରିଜଣ ଚାଷୀଙ୍କ ସମେତ ଆଠ ଜଣଙ୍କ ମୃତ୍ୟୁ ଘଟଣାର ଯାଞ୍ଚ ପାଇଁ ଏକ ସଦସ୍ୟ ବିଶିଷ୍ଟ ଅନୁସନ୍ଧାନ କମିଶନ ଗଠନ କରାଯାଇଛି। ଆହ୍ଲାବାଦ ହାଇକୋର୍ଟର ଜଣେ ପୂର୍ବତନ ବିଚାରପତିଙ୍କୁ ଏହି ଦାୟିତ୍ତ୍ୱ ଦିଆଯାଇଛି ଯାହା ଦୁଇ ମାସ ମଧ୍ୟରେ ତଦନ୍ତ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅବନୀଶ ଆୱସ୍ତି ଗୁରୁବାର ଦିନ ଦେଇଥିବା ବିବୃତ୍ତି ଅନୁଯାୟୀ ‘ଆୟୋଗ ଗଠନ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। ଏହି ଘଟଣାର ତଦନ୍ତ ପାଇଁ ଆୟୋଗଙ୍କୁ ଦୁଇ ମାସ ସମୟ ଦିଆଯାଇଛି। ଏହି ମାମଲାରେ ଆହ୍ଲାବାଦ ହାଇକୋର୍ଟର ଜଜ୍ (ଅବସରପ୍ରାପ୍ତ) ପ୍ରଦୀପ କୁମାର ଶ୍ରୀବାସ୍ତବଙ୍କ ଦ୍ୱାରା ଯାଞ୍ଚ କରାଯିବ।

ସେ କହିଛନ୍ତି ଯେ ଅନୁସନ୍ଧାନ ଆୟୋଗ, ୧୯୫୨ (ଆକ୍ଟ ନମ୍ବର ୬୦ ର ୧୯୫୨) ର ଧାରା ୩ ଦ୍ୱାରା ଦିଆଯାଇଥିବା କ୍ଷମତାକୁ ବ୍ୟବହାର କରି ରାଜ୍ୟପାଳ ଆହ୍ଲାବାଦ ହାଇକୋର୍ଟର ଜଜ୍ (ଅବସରପ୍ରାପ୍ତ) ପ୍ରଦିପ କୁମାର ଶ୍ରୀବାସ୍ତବଙ୍କୁ ଏକକ ସଦସ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଆୟୋଗର ଏହି ବିଜ୍ଞପ୍ତି ପ୍ରକାଶ ପାଇବା ଦିନଠାରୁ ଆୟୋଗ ଦୁଇ ମାସ ମଧ୍ୟରେ ତଦନ୍ତ ଶେଷ କରିବେ ବୋଲି ବିବୃତ୍ତିରେ କୁହାଯାଇଛି। ଏହାର କାର୍ଯ୍ୟକାଳରେ ଯେକୌଣସି ପରିବର୍ତ୍ତନ ସରକାରଙ୍କ ଆଦେଶରେ ହେବ।

ସୂଚନାଯୋଗ୍ୟ, ରବିବାର ଦିନ ଲକ୍ଷ୍ମୀପୁରରେ ହୋଇଥିବା ହିଂସାରେ ୪ ଜଣ କୃଷକଙ୍କ ସମେତ ୮ ଜଣ ପ୍ରାଣ ହରାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.