Home ଜିଲ୍ଲା ପରିକ୍ରମା ଲକ୍ଷାଧିକ ଟଙ୍କାର ନକଲି ଜର୍ଦ୍ଦା କାରଖାନା ଜବତ, ଜଣେ ଗିରଫ

ଲକ୍ଷାଧିକ ଟଙ୍କାର ନକଲି ଜର୍ଦ୍ଦା କାରଖାନା ଜବତ, ଜଣେ ଗିରଫ

31

ଭଦ୍ରକ, ୧୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାର ପୁରୁଣାବଜାର ଥାନା ଅଂଚଳରେ ବିଗତ ଦିନରେ କୋଟି କୋଟି ଟଙ୍କାର ନାମୀଦାମୀ କଂପାନୀର ନକଲି ଜର୍ଦ୍ଦା କାରଖାନା ଠାବ କରାଯାଇ ବହୁ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ତେବେ ଗତ କିଛିଦିନ ଧରି ଏହି କାରବାର କିଛି ମାତ୍ରାରେ ହ୍ରାସ ପାଇଥିବାବେଳେ ଆଜି ପୁରୁଣାବଜାର ଥାନା ପୁଲିସ୍ ହେଲାସାହି ଅଂଚଳର ୨ଟି ପୃଥକ୍ ପୃଥକ୍ ସ୍ଥାନରେ ଚଢାଉ କରି ଲକ୍ଷାଧିକ ଟଙ୍କାର ପ୍ରାୟ ଦେଢ କ୍ୱିଣ୍ଟାଲର ସାମଗ୍ରୀ ଓ ୫ଟି ଯନ୍ତ୍ରାଂଶ, ଇଲେକ୍‌ଟ୍ରୋନିକ୍ ମେସିନ୍‌-୨ଟି, ଚକଲେଟ୍ ଅଏଲ୍ – ୭୦ ଲିଟର, ଇଲେକ୍ଟଟ୍ରିକ୍ ଆଇରନ-୨ଟି, ମାନୁଆଲ ମେସିନ୍‌-୨ ଟି, ଓଜନ କଣ୍ଟା-୨ଟି, ଅଢେଇ ହଜାରରୁ ଉର୍ଦ୍ଧ୍ୱ ଖୋଲା ଟିଣ ଡବା, ୬୦ କିଲୋ ଜିଙ୍କ ପାଉଡର, ଗୋପାଲ ୬୦ର ନକଲି ଜର୍ଦ୍ଦା ୨.୭ କେଜି, ଶିବଦାତା ନକଲି ଜର୍ଦ୍ଦା ୯୦୦ ଗ୍ରାମ, ନକଲି କନକ ଜର୍ଦ୍ଦା ୩.୧୫୦ କେଜି, ନକଲି ବାବା ଜର୍ଦ୍ଦା ୨.୫୦ କିଲୋ, ଗୋପାଲ ୫୦୦ ଏମ୍‌ଏଲ ଖାଲି ଡବା ୨୦୦ ଟି, ଗୋପାଳ ୬୦ ର ୨୦୫୦ ଖାଲି ଡବା, ଗୋପାଲ ୫୦୦ ର କଭର ୧୦୦ଟି, ଗୋପାଳ ୬୦ ର କଭର ୧୦୦ଟି ଓ ୮.୫ ଲିଟର କେମିକାଲ ଜବତ କରିଥିବା ବିଷୟ ସିଟି ଡିଏସ୍‌ପି ଅଂଶୁମାନ ଦ୍ୱିବେଦୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ଘଟଣାରେ ୱାର୍ଡ ନଂ ୨୧ ହେଲାସାହିର ସେକ୍ ନୁର ମହମ୍ମଦଙ୍କ ପୁତ୍ର ସେକ୍ ଇଲିୟାସ ଓରଫ ବାବୁକୁ ପୁଲିସ ଗିରଫ କରିଥିବାବେଳେ ଅନ୍ୟ ୨ ଜଣ ଫେରାର ଅଛନ୍ତି । ତେବେ ଏହି ୨ଟି ଘଟଣାରେ ପୁରୁଣାବଜାର ଥାନାର କେଶ୍ ନଂ ୧୮୩/୨୩, ଦଫା ୪୨୦ / ୨୭୨ / ୨୭୩ ଆଇପିସି ୨୦(।।), ସିଗାରେଟ୍ ଓ ଅନ୍ୟ ଟବାକୋ ପ୍ରଡକ୍ଟ ଆକ୍ଟ ଏବଂ କେଶ୍ ନଂ ୧୮୪/୨୩ ଓ ସମାନ ଦଫାରେ ଅନ୍ୟ ଏକ ମାମଲା ରୁଜୁ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.