Home ଜିଲ୍ଲା ପରିକ୍ରମା ଟାକ୍ସ ଫୋର୍ସ ଚଢାଉ – ୫ ଶିଶୁ ଶ୍ରମିକ ଉଦ୍ଧାର

ଟାକ୍ସ ଫୋର୍ସ ଚଢାଉ – ୫ ଶିଶୁ ଶ୍ରମିକ ଉଦ୍ଧାର

22

ଭଦ୍ରକ, ୧୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲା ଟାକ୍ସ ଫୋର୍ସ ପକ୍ଷରୁ ବିଭିନ୍ନ ଗ୍ୟାରେଜ୍ ଗୁଡିକ ଉପରେ ଚଢାଉ କରାଯାଇ ୫ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଏବଂ ସେମାନଙ୍କୁ ଜିଲା ଶିଶୁମଙ୍ଗଳ କମିଟି ନିକଟରେ ହାଜର କରାଯିବା ପରେ କମିଟିର ନିର୍ଦ୍ଦେଶ କ୍ରମେ ସେମାନଙ୍କୁ ଆସିୟାନା ମୁକ୍ତାଶ୍ରୟ କେନ୍ଦ୍ରରେ ଆଶ୍ରୟ ଦିଆଯାଇଛି । ଏଠାରେ ସୂଚନାଯୋଗ୍ୟ ଭଦ୍ରକ ଜିଲାର ବିଭିନ୍ନ ଗ୍ୟାରେଜ୍ ଗୁଡିକରେ ଶିଶୁ ଶ୍ରମିକମାନେ କାର୍ଯ୍ୟ କରିଆସୁଛନ୍ତି । ଏ ସଂପର୍କରେ ଖବର ପାଇ ଆଜି ଜିଲା ଟାକ୍ସ ଫୋର୍ସରେ ଥିବା ଲେବର ଇନ୍ସିପେକ୍ଟର ରତ୍ନାକର ମାଲିକ, ଜିଲା ଶିଶୁ ସୁରକ୍ଷା ୟୁନିଟର ସୁବ୍ରତ ଦାସ, ଆସିୟାନାର ସଂଯୋଜକ ରିୟାଜ ଅହେମ୍ମଦ ଓ କର୍ମକର୍ତ୍ତା ବିକାଶ ରାଉତ, ଜନ୍ମଜ୍ୟୋତି ବେହେରା, ଚାଇଲ୍ଡ ଲାଇନ୍ ଭଦ୍ରକର ଟିମ୍ ମେମ୍ବର ପ୍ରଶାନ୍ତ ମହାପାତ୍ର, ପ୍ରଦୀପ ପଣ୍ଡା, ଅର୍ଚ୍ଚନା ନାୟକ ପ୍ରମୁଖ ସାମିଲ ଥିଲେ । ଏଥିରେ ସହରାଞ୍ଚଳ ଥାନା ପୁଲିସ୍ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.