Home ଓଡ଼ିଶା ଲକଡାଉନ ନିୟମ ଉଲଂଘନ କରିଥିବା ଅଭିଯୋଗରେ ଢାବା ସିଲ, ମାଲିକଙ୍କ ନାମରେ କେସ

ଲକଡାଉନ ନିୟମ ଉଲଂଘନ କରିଥିବା ଅଭିଯୋଗରେ ଢାବା ସିଲ, ମାଲିକଙ୍କ ନାମରେ କେସ

371

ମାଲକାନଗିରି,୨୦ା୫(ଓଡିଆ ପୁଅ ) କରୋନା ମହାମାରି କାୟା ବିସ୍ତାର କରିଥିବାରୁ ଲକଡାଉନ ଘୋଷଣା କରାଯାଇଛି । ଏହି ଲକଡାଉନ ପାଇଁ ସିନେମାହଲ, ହୋଟେଲ, ଢାବା ଗୁଡିକ ବନ୍ଦରଖିବା ପାଇଁ ନିର୍ଦ୍ଦେଶ ରହିଛି । ମାଲକାନଗିରି ଜିଲ୍ଲାସଦର ମହକୁମା ଠାରେ ଥିବା ଫେମିଲ ଢାବା ଖୋଲାଯାଇ ଢାବା ଭିତରେ ଖୋଲମ ଖୋଲା ଭାବେ ଗ୍ରାହକ ମାନେ ସାମଜିକ ଦୂରତା ନିୟମ ଉଲଂଘନ କରି ଖାଦ୍ୟଖାଉଥିବାର ଜାଣିପାରି ପୁଲିସ ପ୍ରଶାସନ ପକ୍ଷରୁ ସେ ଢାବା ଉପରେ ଚଢଉ କରାଯାଇଛି । ମାଲକାନଗିରି ଜିଲ୍ଲାରେ ୨ଜଣ କରୋନା ସଂକ୍ରମଣ ଚିହ୍ନଟ ହେବାପରେ ଲକଡାଉନ ନିୟମକୁ କଢାକଢି ଭାବେ ପାଳନ କରିବା ପାଇଁ ଜିଲ୍ଲାପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର ଚାଲିଥିବା ବେଳେ ଆଜି ସକାଳେ ଫେମିଲ ଢାବା ଭିତରେ ରେ କିଛି ଲୋକ ଖାଦ୍ୟଖାଉଥିବାର ପୁଲିସ ନିକଟରେ ଖବର ପହଁଚିଥିଲା । ମାଜିଷ୍ଟ୍ରେଟ ମାଲକାନଗିରି ତହସିଲଦାର ଡ.ଗୁଣନିଧି ନାୟକ ,ଥାନା ଅଧିକାରୀ ରାମପ୍ରସାଦ ନାଗ,ସବଇନିସପେକ୍ଟର ସୁନିଲକୁମାର ସ୍ୱାଇଁ ପୁଲିସ ସଦଳବଳ ସେଠାରେ ପହଁଚି ଢାବା ସିଲ କରିଛନ୍ତି । ଲକଡାଉନ ନିୟମ ଉଲଂଘନ କରିବା ଅଭିଯୋଗରେ ଢାବା ମାଲିକଙ୍କ ନାମରେ ମାଲକାନଗିରି ଥାନାରେ ଏକ କେସ ରୁଜୁ ହୋଇଥିବାର ଥାନା ଅଧିକାରୀ ଶ୍ରୀ ନାଗ ସୁଚନା ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.