Home ଆମ ସଂସ୍କୃତି, କଳା ଓ ଐତିହ୍ୟ ସୂର୍ଯ୍ୟ ମନ୍ଦିର ଏବଂ କୋଣାର୍କ ସହର ହେବ ଶତ ପ୍ରତିଶତ ସୌରଚାଳିତ

ସୂର୍ଯ୍ୟ ମନ୍ଦିର ଏବଂ କୋଣାର୍କ ସହର ହେବ ଶତ ପ୍ରତିଶତ ସୌରଚାଳିତ

323

ଭୁବନେଶ୍ୱର: ଓଡ଼ିଶାର କୋଣାର୍କ ସ୍ଥିତ ସୂର୍ଯ୍ୟ ମନ୍ଦିର ଏବଂ କୋଣାର୍କ ସହରକୁ ସଂପୂର୍ଣ୍ଣ ସୌରଚାଳିତ କରିବା ପାଇଁ କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ନିଷ୍ପତି ନେଇଛି। ଏହି ଯୋଜନା ସମ୍ପର୍କରେ ସୂଚନା ଦେଇ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାଜ କୁମାର ସିଂହ କହିଛନ୍ତି ଯେ, କୋଣାର୍କର ସୂର୍ଯ୍ୟ ମନ୍ଦିର ଓ ସହରକୁ ସୂର୍ଯ୍ୟନଗରୀ ଭାବେ ବିକଶିତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣକୁ ଦୃଷ୍ଟିରେ ରଖି ଏହି ଯୋଜନା ପରିକଳ୍ପନା କରାଯାଇଛି। ପ୍ରାଚୀନ ସୂର୍ଯ୍ୟ ମନ୍ଦିର ଓ ଆଧୁନିକ ପ୍ରଣାଳୀରେ ବ୍ୟବହୃତ ସୌରଶକ୍ତିର ଏହା ହେବ ଏକ ଅପୂର୍ବ ସମନ୍ଵୟ।

୧୦ ମେଗାୱାଟ ଗ୍ରୀଡର ସୌର ପ୍ରକଳ୍ପ ସହ ସୋଲାର ବୃକ୍ଷ, ପାନୀୟ ଜଳ କିଓସ୍କ ଇତ୍ୟାଦିର ପରିକଳ୍ପନା –
ଏହି ଯୋଜନା ଅନୁସାରେ ୧୦ ମେଗାୱାଟ ସଂଯୁକ୍ତ ଏକ ସୌର ପ୍ରକଳ୍ପ ଏବଂ ବିଭିନ୍ନ ଅଫ-ଗ୍ରୀଡ ସୌର ବୃକ୍ଷ, ସୌର ପାନୀୟ ଜଳ କିଓସ୍କ ଇତ୍ୟାଦିର ପରିକଳ୍ପନା କରାଯାଇଛି। କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ଏଥିପାଇଁ ୨୫ କୋଟି ଟଙ୍କା ଯୋଗାଇଦେଉଥିବା ବେଳେ ଓଡିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା (ଓରେଡା) ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବ। ଏହା କାର୍ଯ୍ୟକାରୀ ହେଲେ କୋଣାର୍କ ସହରର ସମସ୍ତ ଶକ୍ତି ଚାହିଦା ସୌର ଶକ୍ତି ମାଧ୍ୟମରେ ପୂରଣ ହୋଇପାରିବ। /-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.