Home Coronavirus Outbreak ଲକଡାଉନ୍ ଅବଧି ବୃଦ୍ଧି – ଲକଡାଉନ୍ ୪.୦ – ୩୧ ମଇ ପର୍ଯ୍ୟନ୍ତ ହେବ

ଲକଡାଉନ୍ ଅବଧି ବୃଦ୍ଧି – ଲକଡାଉନ୍ ୪.୦ – ୩୧ ମଇ ପର୍ଯ୍ୟନ୍ତ ହେବ

360

ନୂଆଦିଲ୍ଲୀ ୧୭-୫ (ଓଡ଼ିଆ ପୁଅ) : କରୋନାଭାଇରସ୍ ଦେଶରେ ହଇଚଇ ସୃଷ୍ଟି କରୁଛି। ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦ ହଜାରରୁ ଅଧିକ ହେଲାଣି। ଏପର୍ଯ୍ୟନ୍ତ ୨୦୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଲାଣି। କରୋନାଭାଇରସର ବିସ୍ତାରକୁ ହ୍ରାସ କରିବାପାଇଁ ୫୪ ଦିନ ଧରି ସାରା ଦେଶରେ ଲକ୍ଡାଉନ୍ ଚାଲିଛି। ତେବେ ବର୍ତ୍ତମାନ, ଲକଡାଉନ୍ ଅବଧିକୁ ୩୧ ମଇ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହା ଲକଡାଉନ୍ ର ଚତୁର୍ଥ ପର୍ଯ୍ୟାୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ସମ୍ବୋଧିତ କରି ଚତୁର୍ଥ ପର୍ଯ୍ୟାୟର ଲକ୍ଡାଉନ୍ ବିଷୟରେ ସଂକେତ ଦେଇଥିଲେ। ସେ କହିଥିଲେ ଯେ ଲକଡାଉନର ଚତୁର୍ଥ ପର୍ଯ୍ୟାୟର ଏକ ନୂଆ ରୂପ ହେବ। ଆଜି ସନ୍ଧ୍ୟାରେ ଲକଡାଉନ୍ -୪ ସମ୍ବନ୍ଧରେ ଗୃହ ମନ୍ତ୍ରଣାଳୟ ନୂତନ ନିର୍ଦ୍ଦେଶାବଳୀ ଜାରି କରିବ।

ଗୃହ ମନ୍ତ୍ରଣାଳୟ ଦ୍ୱାରା ଲକଡାଉନ୍ -୪ ଘୋଷଣା ପୂର୍ବରୁ ମଧ୍ୟ ମହାରାଷ୍ଟ୍ର ଏବଂ ତାମିଲନାଡୁ ସରକାର ଏହି ଲକ୍ଡାଉନ୍ ଅବଧି ରାଜ୍ୟ ମେ ୩୧ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି।

ସୂଚନାଯୋଗ୍ୟଯେ, ଭାରତରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦୯୨୭ ରେ ପହଞ୍ଚିଛି। ରବିବାର ଦିନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଦେଶରେ କରୋନାଭାଇରସ୍ କାରଣରୁ ୨୮୭୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୯୦୯୨୭ ରେ ପହଞ୍ଚିଛି। ଏଥି ସହିତ, ଗତ ୨୪ ଘଣ୍ଟା ମଧ୍ୟରେ କରୋନାର ୪୯୮୭ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ୧୨୦ ଜଣଙ୍କର ମୃତ୍ୟୁ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଏପର୍ଯ୍ୟନ୍ତ ସର୍ବାଧିକ ସଂଖ୍ୟକ ନୂତନ ମାମଲା ରିପୋର୍ଟ ହୋଇଛି। ତେବେ, ୩୪୧୦୯ ରୋଗୀ କରୋନାରେ ସୁସ୍ଥ ହୋଇଛନ୍ତି ବୋଲି ଏହା ଏକ ଆରାମଦାୟକ ବିଷୟ। ସୁସ୍ଥ ହେଉଥିବା ହାର ୩୭.୫୧ ପ୍ରତିଶତକୁ ବୃଦ୍ଧି ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.