Home ଜିଲ୍ଲା ପରିକ୍ରମା ରୋଟାରିଆନ ଅତିସ୍ ବେହେରା ହେଲେ ରୋଟାରୀ ଆସିଷ୍ଟାଣ୍ଟ ଗଭର୍ଣ୍ଣର

ରୋଟାରିଆନ ଅତିସ୍ ବେହେରା ହେଲେ ରୋଟାରୀ ଆସିଷ୍ଟାଣ୍ଟ ଗଭର୍ଣ୍ଣର

16

ଭଦ୍ରକ, ୧୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ରୋଟାରୀ କ୍ଳବ ମିଡ୍ ଟାଉନର ସଭାପତି ଥିବା ରୋଟାରିଆନ ଅତିସ୍ ବେହେରା ଆସିଷ୍ଟାଣ୍ଟ ଗଭର୍ଣ୍ଣର ଭାବେ ମନୋନୀତ ହୋଇଛନ୍ତି । ରୋଟାରୀ ଜିଲ୍ଲା ୩୨୬୨ଓଡ଼ିଶାର ଗଭର୍ଣ୍ଣର ରୋଟାରିଆନ ଶାନ୍ତନୁ ପାଣି ଶ୍ରୀ ବେହେରାଙ୍କୁ ଏହି ପଦ ପାଇଁ ମନୋନୀତ କରିଥିବାରୁ ଭଦ୍ରକ ରୋଟାରୀ କ୍ଳବ ମିଡ୍ ଟାଉନ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯିବା ସହ ସ୍ୱାଗତ କରାଯାଇଛି । ଶ୍ରୀ ବେହେରା ତାଙ୍କ ସଭାପତିତ୍ୱ ସମୟରେ ବହୁ ପ୍ରକଳ୍ପର ସୁପରିଚାଳନା କରିବା ସହିତ ଦକ୍ଷତାର ସହ ସମ୍ପୂର୍ଣ୍ଣ କରିଥିବାରେ ସେ ରାଜ୍ୟ ଏବଂ ଜାତୀୟ ସ୍ତରରେ ବେଶ୍ ସୁନାମ ଅର୍ଜନ କରିଥିଲେ । କୋବିଡ଼ – ୧୯ ସମୟରେ କ୍ଲବ ମାଧ୍ୟମରେ ଅସହାୟ ଓ କୋବିଡ଼ ଯୋଦ୍ଧାଙ୍କୁ ସହାୟତା ଯୋଗାଇବା ତାଙ୍କର ଏକ ଉଲ୍ଲେଖନୀୟ ଅବଦାନ । ଏହା ବ୍ୟତୀତ ବହୁ ବିଦ୍ୟାଳୟ, ମହାବିଦ୍ୟାଳୟ ମାନଙ୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ କରି ସେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ପରିବେଶ ସଚେତନତା, ବୃକ୍ଷରୋପଣ, ସ୍ୱାସ୍ଥ୍ୟ ସଚେତନତା, ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ମାନିତ କରିବା ତାଙ୍କର କାର୍ଯ୍ୟର ଅନନ୍ୟ ନିଦର୍ଶନ । ସେ ୨୦୨୨ ପର୍ଯ୍ୟନ୍ତ ଏହି କାର୍ଯ୍ୟ ତୁଲାଇବେ ବୋଲି ଜଣା ପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.