Home ଜିଲ୍ଲା ପରିକ୍ରମା ମହାତ୍ମା ଗାନ୍ଧୀଙ୍କ ଭଦ୍ରକ ଆଗମନ ଶତ ବାର୍ଷିକୀ ପାଳନ ନିମନ୍ତେ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ

ମହାତ୍ମା ଗାନ୍ଧୀଙ୍କ ଭଦ୍ରକ ଆଗମନ ଶତ ବାର୍ଷିକୀ ପାଳନ ନିମନ୍ତେ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ

17

ଭଦ୍ରକ, ୧୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହାତ୍ମା ଗାନ୍ଧୀ ୧୯୨୧ ମସିହା ମାର୍ଚ୍ଚ ୨୫ ତାରିଖରେ ପ୍ରଥମ ଥର ଭଦ୍ରକ ଆସିଥିଲେ । ଚଳିତ ବର୍ଷ ଜିଲ୍ଲା ପ୍ରଶାସନ ଏହାର ସ୍ମୃତି ଗାନ୍ଧୀ ଆଗମନ ଶତ ବାର୍ଷିକୀ ଉତ୍ସବ ଚଳିତ ବର୍ଷ ୨୦୨୧ ମାର୍ଚ୍ଚ ୨୫ ତାରିଖରୁ ୨୦୨୨ ମାର୍ଚ୍ଚ ୨୫ ପର୍ଯ୍ୟନ୍ତ ଏକ ବର୍ଷ ବ୍ୟାପୀ ପାଳନ କରିବାକୁ ନିଷ୍ପତି ଗ୍ରହଣ କରିଛି । ଏଥି ନିମନ୍ତେ ଜିଲ୍ଲା ପ୍ରଶାସନର ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଜିଲ୍ଲାପାଳ ଡ. ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ଜିଲ୍ଲାର ବିଭିନ୍ନ ଗାନ୍ଧୀବାଦୀ ସଂଗଠନର କର୍ମକର୍ତ୍ତା ଯୋଗ ଦେଇଥିଲେ । ଜିଲ୍ଲାରେ ଥିବା ଗାନ୍ଧିବାଦୀ ସଂଗଠନ ମାନେ ଏହି ବର୍ଷକୁ କିପରି ପାଳନ କରିବାକୁ ସ୍ଥିର କରିଛନ୍ତି ସେ ନେଇ ଜିଲ୍ଲାପାଳ ଡ. ଦାସ ସଂଗଠନର କର୍ମକର୍ତ୍ତାଙ୍କୁ ପଚାରି ବୁଝିବା ସହିତ ଏ ସଂକ୍ରାନ୍ତରେ ଖସଡ଼ା ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ । ଗାନ୍ଧୀ ଆଗମନ ଶତବାର୍ଷିକୀ ପାଳନ ନିମନ୍ତେ ରାଜ୍ୟ ସରାକରଙ୍କଠାରୁ ନିୟମାବଳୀ ହସ୍ତଗତ ହେବା ପରେ ପ୍ରଶାସନ ପକ୍ଷରୁ ଚୂଡାନ୍ତ ରୂପରେଖ ପ୍ରସ୍ତୁତ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମର ରୂପରେଖ ତଥା କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବାକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି । ଏହି ଶତବାର୍ଷିକୀ ପାଳନରେ ସମସ୍ତ ଗାନ୍ଧିବାଦୀ ସଂଗଠନର ସହଯୋଗ କାମନା କରାଯାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲପାଳ (ରାଜସ୍ୱ) ଅରୁଣ କୁମାର ମହାପାତ୍ର, ଉପଜିଲ୍ଲାପାଳ ପୀତାମ୍ବର ସାମଲ, ଗାନ୍ଧୀ ଓଡ଼ିଶା ବାଳାଶ୍ରମର ସମ୍ପାଦକ ଅଶୋକ ଦାସ, ହୃଷିକେଶ ମହାନ୍ତି, ଗାନ୍ଧି ଶାନ୍ତି ପ୍ରତିଷ୍ଠାନର ସମ୍ପାଦକ ତୁଷାରକାନ୍ତି ମହାନ୍ତି, ଫେଲୋସିପର ସମ୍ପାଦକ ଏସ୍ ଏମ୍ ଫାରୁକ, ନାସିର ବକ୍ସ, ନିରଞ୍ଜନ ବିଶ୍ୱାଳ, ଅତିସ୍ ବେହେରା, ସୀତାକାନ୍ତ ଦାସ, ପବନ କୁମାର ଶର୍ମା, କୁମାର ବିଭୁ କଲ୍ୟାଣ ପ୍ରମୁଖଙ୍କ ସମେତ ଚାରବାଟିଆ ଗାନ୍ଧି ସ୍ମୃତି କମିଟି, ଗାନ୍ଧି ବିଚାର ମଞ୍ଚ ଆଦି ସଂଗଠନର କର୍ମକର୍ତ୍ତା ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.