Home ଜିଲ୍ଲା ପରିକ୍ରମା ‘ସମୟ କଷଟିରେ ମୋ ଜୀବନ’ର ଲେକାର୍ପଣ ପାଇଁ ପ୍ରସ୍ତୁତି ବୈଠକ

‘ସମୟ କଷଟିରେ ମୋ ଜୀବନ’ର ଲେକାର୍ପଣ ପାଇଁ ପ୍ରସ୍ତୁତି ବୈଠକ

31

ଭଦ୍ରକ, ୧୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଲେଖକ ସାମ୍ମୁଖ୍ୟ ଆନୁକୂଲ୍ୟରେ ପ୍ରଖ୍ୟାତ ନାଟ୍ୟକାର ତଥା ନେତା ସୁଧାକର ନନ୍ଦଙ୍କ ଦ୍ୱାରା ରଚିତ ତାଙ୍କ ଆତ୍ମ ଜୀବନୀ ‘ସମୟ କଷଟିରେ ମୋ ଜୀବନ’ ଲୋକାର୍ପଣ କରିବା ନିମିତ୍ତ ଏକ ପ୍ରସ୍ତୁତି ବୈଠକ ଭଦ୍ରକ ସହର ନରିପୁର ସ୍ଥିତ ‘ଜଗତ ଜନନୀ’ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇ ଯାଇଛି । ଏହି ପ୍ରସ୍ତୁତି ବୈଠକ ସୁଧାକର ନନ୍ଦ ପୌରୋହିତ୍ୟ କରିଥିଲେ । ଇଂ ଅଖିଳ କୁମାର ପାଢୀ, ପଣ୍ଡିତ ଦୈତାରୀ ମହାପାତ୍ର, ନାଟ୍ୟ ନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତି, ପ୍ରଫେସର ଅଟଳ ବିହାରୀ ନାୟକ, ଉତ୍କଳ ସାମ୍ବାଦକ ସଂଘ ଜିଲ୍ଲା ସଭାପତି ରବି ନାରାୟଣ ଖିଲାର, ବିଶିଷ୍ଟ ଅଭିନେତା ତଥା ବ୍ୟଙ୍ଗ କବି ବିଜୟ କୁମାର ବହଳୀ, ନାଟ୍ୟ ସଂଗଠକ ଗୌରାଙ୍ଗ ଚନ୍ଦ୍ର ବାରିକ, କବି ଚର୍ଚ୍ଚିକା ପ୍ରସାଦ ମହାପାତ୍ର, କବୟିତ୍ରୀ ଗୀତାରାଣି ଆଇଚ ପ୍ରୀତିଲତା ପଣ୍ଡା, ଜାନକୀ ପାଢୀ, ମନୋରମା ରାୟ, ଚୈତାଳୀ ଖିଲାର, ତେଜସ୍ୱିନୀ ମହିଳା ସଂଗଠନ ସଭାନେତ୍ରୀ କଳ୍ପନା ଜେନା, ସମ୍ପାଦିକା ଅଂଜନା ମିଶ୍ର, ଅଭିନେତା ତଥା କବି କାଳନ୍ଦୀ ଚରଣ ମଲ୍ଲିକ ଏହି ପ୍ରସ୍ତୁତି ବୈଠକରେ ଉପସ୍ଥିତ ରହି ମତାମତ ରଖିଥିଲେ । ଲେଖକ ସାମ୍ମୁଖ୍ୟ ସମ୍ପାଦକ ଅଧ୍ୟାପକ ନୀହାର ରଂଜନ କର ସ୍ୱାଗତ ଭାଷଣ ସହିତ ପୁସ୍ତକ ସମ୍ପର୍କୀତ ସମ୍ପାଦକୀୟ ବିବିରଣୀ ପ୍ରକାଶ କରିଥିଲେ । ଚର୍ଚ୍ଚିକା ମହାପାତ୍ର ଧନ୍ରବାଦ ଅର୍ପଣ କରିଥିଲେ । ଲୋକାର୍ପଣ ଉତ୍ସବରେ ପୁସ୍ତକର ଲୋକାର୍ପଣ କରାଯିବା ସହିତ କବିତା ପାଠୋତ୍ସବ, ସାଧାରଣ ସଭା, ସମ୍ବର୍ଦ୍ଧନା ସମାରୋହ, ନାଟ୍ୟକାର ସୁଧାକର ନନ୍ଦଙ୍କ ରଚିତ ନାଟକ ‘ତେଣୁ ସେ ଜଗତ କଲ୍ୟାଣୀ’ ସହିଦ୍ ସ୍ମୃତି ଭବନରେ ମଞ୍ଚସ୍ଥ କରାଯିବାକୁୁ ବୈଠକରେ ସିଦ୍ଧାନ୍ତ ଗ୍ରହଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.