Home ଓଡ଼ିଶା ନିର୍ଭୟା ଗଣ ଦୁଷ୍କର୍ମର ଦୋଷୀମାନଙ୍କୁ ଶିଘ୍ର ପାଶୀ ଦଣ୍ଡ ଉପରେ ୧୮ ଡିସେମ୍ବରରେ ହେବ ଶୁଣାଣି

ନିର୍ଭୟା ଗଣ ଦୁଷ୍କର୍ମର ଦୋଷୀମାନଙ୍କୁ ଶିଘ୍ର ପାଶୀ ଦଣ୍ଡ ଉପରେ ୧୮ ଡିସେମ୍ବରରେ ହେବ ଶୁଣାଣି

1046

ନୂଆ ଦିଲ୍ଲୀ ୧୩-୧୨ (ଓଡ଼ିଆ ପୁଅ) ଆଜି ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ନିର୍ଭୟା ମାମଲାରେ ଶୁଣାଣିକୁ ଘୁଞ୍ଚାଇ ଦିଆଯାଇଛି। ଅର୍ଥାତ୍ ଦୋଷୀମାନଙ୍କୁ ଶିଘ୍ର ପାଶୀ ଦଣ୍ଡରେ ଦଣ୍ଡିତ କରିବା ପାଇଁ ଏବେ କିଛି ଦିନ ଆଉ ଅପେକ୍ଷା କରିବାକୁ ପଡ଼ିବ। କୋର୍ଟ ଏବେ ମାମଲାରେ ୧୮ ଡିସେମ୍ବର ଦ୍ୱିପ୍ରହର ୨ଟାରେ ଶୁଣାଣି କରିବେ। ଦିଲ୍ଲୀର ତିହାଡ଼ ଜେଲରେ ଚାରିଜଣ ଦୋଷୀ ବନ୍ଦ ଅଛନ୍ତି।

ନିର୍ଭୟାର ମା’ ଚାରିଜଣ ଦୋଷୀମାନଙ୍କୁ ଶିଘ୍ର ରୁ ଶିଘ୍ର ପାଶୀ ଦଣ୍ଡରେ ଦଣ୍ଡିତ କରିବା ପାଇଁ ଦାବି କରିଥିଲେ। ନିର୍ଭୟାର ମା’ କହିଥିଲେ କି ଦୋଷୀମାନଙ୍କୁ ସୁପ୍ରୀମ କୋର୍ଟ ପର୍ଯ୍ୟନ୍ତ ପାଶୀ ଦଣ୍ଡ ଶୁଣାଯାଇଛି ଏହା ସତ୍ତ୍ୱେ ବର୍ତ୍ତମାନ ମଧ୍ୟ ସେମାନେ ଜେଲରେ ବନ୍ଦ ଅଛନ୍ତି।

ଏହି ମାମଲାରେ ଶୁଣାଣି କରି ପାଟିଆଲା ହାଉସ କୋର୍ଟରେ ବିଚାରପତି କହିଲେଯେ, ମୋତେ ଯାହା ଜଣାଅଛି ଏହି ମାମଲାରେ ଜଣେ ଦୋଷୀର ରିଭ୍ୟୁ ପିଟିସନ ସୁପ୍ରିମ କୋର୍ଟରେ ଲମ୍ବିତ ଅଛି। ତେବେ ଏହାର ଶୁଣାଣି ଆସନ୍ତା ୧୭ ତାରିଖରେ ହେବ। ତେବେ ଏହା ପରେ ୧୮ ତାରିଖ ଦିନ ଏହି ମାମଲାର ଶୁଣାଣି କରିବେ ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.