Home ଜିଲ୍ଲା ପରିକ୍ରମା ଘର ଭିତରେ ମହିଳା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ, ଶ୍ୱଶୁର ଅଟକ, ୫ ଲକ୍ଷ ଯୌତୁକ...

ଘର ଭିତରେ ମହିଳା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ, ଶ୍ୱଶୁର ଅଟକ, ୫ ଲକ୍ଷ ଯୌତୁକ ଦାବି କରି ମୋ ଭଉଣୀକୁ ମାରିଦେଲେ ବୋଲି ଭାଇର ଅଭିଯୋଗ

10

ଭଦ୍ରକ, ୨୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ହବିବନଗର ଅଂଚଳର ସେକ୍ ସାକିରୀ ଅଲ୍ଲୀଙ୍କ ଘର ଭିତରେ ତାଙ୍କ ବୋହୂର ମୃତ୍ୟୁ ନେଇ ହତ୍ୟା ସନ୍ଦେହ କରାଯାଉଥିବାବେଳେ ତାଙ୍କ ଶ୍ୱଶୁର ସାକିରୀ ଅଲ୍ଲୀଙ୍କୁ ଧାମନଗର ଥାନାରେ ଅଟକ କରିବା ସହ ଘଟଣାସ୍ଥଳରେ ଧାମନଗର ପୁଲିସ୍ ପହଞ୍ôଚ ଅଧିକ ତଦନ୍ତ ଆରମ୍ଭ କରିଛି । ମୃତ ମହିଳାଙ୍କ ଘର ଧାମନଗର କାଟଣାପାହି ଅଂଚଳର ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ୫ ମାସ ତଳେ ସେକ୍ ଫାରୁକ ତାଙ୍କ ଝିଅ ନିଲୋ ହବିବୀ ନଗର ଗ୍ରାମର ସେକ୍ ସାକିରୀ ଅଲ୍ଲୀଙ୍କ ପୁଅ ସେକ୍ ମୋଜାହିଦ ହୋସେନ (୩୭) ତାଙ୍କୁ ବାହା ହୋଇଥିଲେ । ବାହାଘର ବେଳେ ଯାନି ଯୌତୁକ ସହ ୩ ଲକ୍ଷ ଟଙ୍କା ମଧ୍ୟ ଦେଇଥିଲେ । ମାତ୍ର ଅଧିକ ୫ ଲକ୍ଷ ଟଙ୍କା ପାଇଁ ସବୁବେଳେ ପରିବାର ଲୋକ ନିର୍ଯ୍ୟାତନା ଦେଇ ଆସୁଥିଲେ । ତେବେ ଆଜି ସକାଳେ ପରିବାର ଲୋକ ନୀଲୋକୁ ବେକରେ ରଶି ବାନ୍ଧି ହତ୍ୟା କରିଥିବା ଭାଇ ସେକ୍ ତନୱର ଆଲାମ ଧାମନଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ଘଟଣା ସ୍ଥଳେ ପହଞ୍ôଚ ଶ୍ୱଶୁରକୁ ଥାନାକୁ ନେଇଥିଲେ । ତହସିଲଦାରଙ୍କ ଉପସ୍ଥିତିରେ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଯାଇଛି । ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି । ତେବେ ସାକିରୀଙ୍କ ସଂପର୍କୀୟଙ୍କ ସହ ପରିବାର ଲୋକ ଉକ୍ତ ଘଟଣାରେ ସଂପୃକ୍ତି ଥାଇପାରେ । ତେବେ ପୁଲିସ୍ ଅଧିକ ତଦନ୍ତ କଲେ ଏହା ହତ୍ୟା ନା ଆତ୍ମହତ୍ୟା ପ୍ରକୃତ ସତ୍ୟତା ଜଣାପଡିବ । ତେବେ ରିପୋର୍ଟ ଆସିବା ପରେ ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ଫନି ଭୂଷଣ ନାୟକ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.