Home ଜିଲ୍ଲା ପରିକ୍ରମା ରାସ୍ତା ଆଲୋକୀକରଣ ନାଁରେ ଅର୍ଥ ହରିଲୁଟ ଅଭିଯୋଗ, ତଦନ୍ତ ଦାବିରେ ଗ୍ରାମବାସୀ , ସରକାରୀ ଅର୍ଥର...

ରାସ୍ତା ଆଲୋକୀକରଣ ନାଁରେ ଅର୍ଥ ହରିଲୁଟ ଅଭିଯୋଗ, ତଦନ୍ତ ଦାବିରେ ଗ୍ରାମବାସୀ , ସରକାରୀ ଅର୍ଥର ବାଟ ମାରଣା ହୋଇନାହିଁ, ସରପଂଚଙ୍କ ପ୍ରତିନିଧି

5

ଭଦ୍ରକ, ୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାର ଆଲୋକୀ କରଣ ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ନୂଆଗାଁ ପଂଚାୟତରେ ଏହି ରାସ୍ତା ଆଲୋକି କରଣ ନାମ ରେ ଅର୍ଥ ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି।ସୂଚନା ମୁତାବକ ବାବା ଉଗାଳେ ଶ୍ୱରୀ ପୀଠ ଠାରୁ ବିଶ୍ୱନାଥପୁର ଗ୍ରାମ ପର୍ଯ୍ୟନ୍ତ ରାସ୍ତା ଆଲୋକୀକରଣ ପାଇଁ ୨୦୨୬-୨୦୨୭ ଆର୍ôଥକ ବର୍ଷରେ ସରକାରୀ ନଥିପତ୍ର ରେ ଏହି ରାସ୍ତା ଆଲୋକି କରଣ ପାଇଁ ୨ଟି ପର୍ଯ୍ୟାୟ ରେ ୩ଲକ୍ଷ ଟଙ୍କା ପଂଚାୟତ ତହବିଲ ରୁ ବିଲ ହୋଇଛି।ଏହାକୁ ନେଇ ସାଧାରଣ ଲୋକଙ୍କ ମନରେ ସନ୍ଦେହ ଦେଖାଦେଇଛି ଯେ, ଆଲୋକୀକରଣ ପାଇଁ ବରାଦ ହୋଇଥିବା ଅର୍ଥ କାହା ସ୍ୱାର୍ଥରେ ବ୍ୟବହୃତ ହେଲା ଓ ପ୍ରକୃତରେ କାମ ହୋଇଛି କି ନାହିଁ। ଗ୍ରାମବାସୀ ଙ୍କ କହିବା କଥା ଯଦି ପ୍ରକୃତରେ ୩ ଲକ୍ଷ ଟଙ୍କା ନିକଟବର୍ତୀ ଅର୍ଥ ରାସ୍ତା ଆଲୋକୀକରଣରେ ବ୍ୟୟ ହୋଇଥାନ୍ତା, ତେବେ ଏହାର ସ୍ପଷ୍ଟ ପ୍ରମାଣ ରାସ୍ତାରେ ଦୃଶ୍ୟମାନ ହୋଇଥାନ୍ତା। କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ ଥିବାରୁ ଏହା ଏକ ବଡ଼ ଆର୍ôଥକ ଅନିୟମିତତା ହୋଇପାରେ ବୋଲି ଲୋକେ ଆଶଙ୍କା ପ୍ରକାଶ କରିଛନ୍ତି।ଗ୍ରାମବାସୀମାନେ ଏହି ଘଟଣାର ନିରପେକ୍ଷ ତଦନ୍ତ କରିବା ସହ ସମ୍ପୃକ୍ତ ଅଧିକାରୀ, ଠିକାଦାର ଏବଂ ବ୍ୟକ୍ତି ବିଶେଷ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ କରିଛନ୍ତି।ବିରୋଧରେ ଆଇନାନୁଗ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଏହି ଅଭିଯୋଗ ସମ୍ପର୍କରେ ଚାନ୍ଦବାଲି ବ୍ଲକ ସହକାରୀ ଯନ୍ତ୍ରୀ ଙ୍କ କହିବାନୁଯାଇ ଏହି କାର୍ଯ୍ୟ ଟିପି ଏନ ଓ ଡି ଏଲ (ବିଦ୍ୟୁତ ବିତରଣ କମ୍ପାନୀ ର )ଏଥିରେ ବ୍ଲକ ଭୁକ୍ତ ଭୋଗୀ ନୁହେଁ। ଏହି ପଂଚାୟତ ସରପଞ୍ଚ ଙ୍କ ପ୍ରତିନିଧି ସୁଶାନ୍ତ ମହାପାତ୍ର ଙ୍କ କହିବା ନୁଯାଇ ଅଂଚଳ ବାସୀ ଅଭିଯୋଗ ସମ୍ପୂର୍ଣ ଅବାସ୍ତବ। ପଂଚାୟତ ବାସୀ ସମସ୍ତ ବିଦ୍ୟୁତ ଖୁଂଟ ରେ ଲାଇଟ ନ ଲଗାଇ ୨ଟି ସର୍ବ ସାଧାରଣ ସ୍ଥାନ ରେ ହାଇମାଷ୍ଟ ଲାଇଟ ଲଗାଇବାକୁ ଦାବୀ କରିଥିଲେ। ସେମାନଙ୍କ ଦାବୀ ମୁତାବକ ପଂଚାୟତ ର ଦୁଇଟି ସ୍ଥାନ ରେ ପଂଚାୟତ ବାସୀ ଙ୍କ ଚୟନ ମୁତାବକ ସ୍ଥାନ ରେ ଦୁଇଟି ହାଇମାଷ୍ଟ ଲାଇଟ ପୋଷ୍ଟ ଲାଗିଛି ଏବଂ ପଂଚାୟତ ତହବିଲ ରୁ ୩ଲକ୍ଷ ବ୍ୟୟ ହୋଇଛି କିନ୍ତୁ ସରକାରୀ କାଗଜ ପତ୍ର ରେ ଭୁଲକ୍ରମେ ହାଇ ମାଷ୍ଟ ଲାଇଟ ପରିବର୍ତେ ଷ୍ଟ୍ରିଟ ଲାଇଟ ବୋଲି ଲେଖା ହୋଇଛି। ଏହି ଲିଖିତ ତ୍ରୁଟି ପାଇଁ ହୋ ହାଲା ହେଉଛି ମାତ୍ର ସରକାରୀ ଅର୍ଥ ର କୌଣସି ବାଟ ମାରାଣା ହୋଇ ନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.